ବାରହାକୁ ପିଟି ଓଲଟି ପଡ଼ିଲା ଭ୍ୟାନ୍‌, ୧୬ ଆହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 31, 2021

ବାରହାକୁ ପିଟି ଓଲଟି ପଡ଼ିଲା ଭ୍ୟାନ୍‌, ୧୬ ଆହତ

ସୁନ୍ଦରଗଡ଼(ବିଜୟ ବରୁଆ): ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା କନିକା ନିକଟରେ ଗତରାତିରେ ଏକ ମର୍ମନ୍ତୁଦ  ଦୁର୍ଘଟଣା ଘଟି ୧୬ ଶ୍ରମିକ ଗୁରୁତର ହୋଇଛନ୍ତି । ରାସ୍ତା ଉପରକୁ ଚାଲି ଆସିଥିବା ଏକ ବାରହାକୁ ରକ୍ଷା କରିବାକୁ ଯାଇ ଦ୍ରୁତ ଗତିରେ ଥିବା ଭ୍ୟାନ୍‌ଟି ଓଲଟି ପଡ଼ିଥିଲା। ହେଲେ ଭ୍ୟାନ୍ ଧକ୍କାରେ ବାରହାଟିର ମୃତ୍ୟୁ ଘଟିଛି।

ସୂଚନାଯୋଗ୍ୟ, ୧୬ ଶ୍ରମିକଙ୍କୁ ନେଇ ପିକ୍ଅପ୍ ଭ୍ୟାନ୍‌ଟି ହେମଗିରିରୁ କନିକା ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି।  ରାସ୍ତା ଉପରକୁ ଚାଲି ଆସିଥିବା ବାରହାକୁ ଧକ୍କା ଦେଇ ଭ୍ୟାନ୍‌ଟି ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରେ ଗାଡ଼ିରେ ଥିବା ୧୬ ଜଣ ଆହତ  ଥିବା ବେଳେ ସେମାନଙ୍କ ମଧ୍ୟରୁ  ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଆହତଙ୍କୁ ହେମଗିରି ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତରଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

The post ବାରହାକୁ ପିଟି ଓଲଟି ପଡ଼ିଲା ଭ୍ୟାନ୍‌, ୧୬ ଆହତ appeared first on Odisha Reporter.



from Odisha Reporter https://ift.tt/36wnZjp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages