ହରପ୍ରିୟାଙ୍କ ଆଗରେ ହାରିଛି ବୟସ, ଏବେ ବି ଆତ୍ମନିର୍ଭରଶୀଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 18, 2021

ହରପ୍ରିୟାଙ୍କ ଆଗରେ ହାରିଛି ବୟସ, ଏବେ ବି ଆତ୍ମନିର୍ଭରଶୀଳ

ବାଲେଶ୍ୱର(ରଶ୍ଜୀରଞ୍ଜନ ଦାସ ):  ବୟସ ୯୨ ଛୁଇଁଲାଣି। ଅଣ୍ଟା ସଳଖି ହେଉ ନାହିଁ। ଚମ ଧୁଡ଼ଧୁଡ଼ ହେଲାଣି। ଦେହରେ ବଳ ନାହିଁ। ହେଲେ ମନୋବଳ ଭାଙ୍ଗିନାହିଁ।  ଏବେ ବି ୨୯ ବର୍ଷ ବୟସର ଯୁବତୀଙ୍କ ପରି ସେ ବେଶ୍‌ ଚଞ୍ଚଳ।   ଅଭାବ, ଅନଟନ ଭିତରେ ବି ସବୁବେଳେ ହସହସ ମୁହଁ। ନିଜର ୩ ପୁଅ ସ୍ୱଳ୍ପ ସମ୍ବଳରେ ମା’କୁ ହତାଦର କରୁ ନ ଥିଲେ ମଧ୍ୟ ନିଜ ପିଲାଙ୍କ ଉପରେ ବୋଝ ହେବାକୁ ପସନ୍ଦ  କରନ୍ତି ନାହିଁ  ବୋଲି କହିଛନ୍ତି ହରପ୍ରିୟା ମାଉସୀ। ଘର ବାଲେଶ୍ୱର ।

ହରପ୍ରିୟା କହିଛନ୍ତି, “ପୁଅମାନଙ୍କର ଚାକିରି ନାହିଁ। ମଝିଆ ପୁଅ ମ୍ୟୁନିସିପାଲିଟିରେ ସିକ୍ୟୁରିଟି ଗାର୍ଡ ଅଛି । ବଡ଼ର କିଡ଼ନୀ ଖରାପ। ତେଣୁ ପୁଅ  ଉପରେ ବୋଝ ହେବାକୁ ଭଲ ଲାଗୁନି। ସେ କିପରି ସ୍ୱଳ୍ପ ପଇସାରେ ଚଳିବ?”

୩୨ ବର୍ଷ ହେଲା ପାନ ଦୋକାନ କରି ଗୁଜରାଣ ମେଣ୍ଟାଉଥିବା ହରପ୍ରିୟା ଜୀବନର ଚଲାପଥରେ ଆଜି ଯାଏ ଥକି ନାହାନ୍ତି। ମନୋବଳ ଦୃଢ ରଖିଲେ ସବୁ କଷ୍ଟ ଦୂରେଇ ଯିବ ବୋଲି ନିଜ ଅଭିଜ୍ଞତାରୁ କହିଛନ୍ତି ହରପ୍ରିୟା।  ଏହା ମଧ୍ୟରେ ପୁଅମାନେ ବାହା ହୋଇ ଘର ସଂସାର କରିଲେଣି।  ଅଳ୍ପ ଟଙ୍କା ରୋଜଗାର କରୁଥିଲେ ବି  ସେମାନେ କେବେ ହତାଦାର କରୁ ନାହାନ୍ତି । ହେଲେ ମା’ ହୋଇ ସେମାନଙ୍କ କଷ୍ଟ ସହିପାରୁ ନ  ଥିବା କହିଛନ୍ତି ହରପ୍ରିୟା।

ଏକ ଛୋଟିଆ କ୍ୟାବିନରେ ପାନ ଦୋକାନ କରିଥିବା ହରପ୍ରିୟା ସେଥିରୁ ନିଜ ଖର୍ଚ୍ଚ ଉଠାଇ ଦେଉଛନ୍ତି। ସ୍ୱଳ୍ପ ରୋଜଗାର ହେଲେ ମଧ୍ୟ ସବୁବେଳେ ଖୁସି ରହୁଥିବା ହରପ୍ରିୟା ଦରକାର ପଡ଼ିଲେ ପିଲାଙ୍କୁ ମଧ୍ୟ ସାହାଯ୍ୟ କରୁଥିବା କହିଛନ୍ତି।  ସେ କହିଛନ୍ତି, ସବୁବେଳେ ଘର ଖର୍ଚ୍ଚ ନିମନ୍ତେ ଟଙ୍କା ଦେଉ  ଥିଲେ ମଧ୍ୟ ନାତୁଣୀ ବାହାଘରରେ କିଛି ଦେଲି। ଦରକାର ପଡ଼ିଲେ ପୁଅକୁ ଦେଉଛି।

ସବୁବେଳେ ହସ ହସ ମୁହଁରେ ରହୁଥିବା ହରପ୍ରିୟାଙ୍କର ଗୋଟିଏ ଦୁଃଖ, ଘର ନାହିଁ। ଟଙ୍କା ଅଭାବରୁ ଘରକୁ ସମ୍ପୂର୍ଣ୍ଣ କରି ହେଉନି। କେଉଁଠି  କବାଟ ନାହିଁ ତ କେଉଁଠି ଝରକା ନାହିଁ।  ବିଧାୟକ ଆସି ଘର ଖଣ୍ଡେ କରିଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ସବୁ କିଛି ଭଗବାନଙ୍କ ଉପରେ ଛାଡ଼ି ଦେଇଛନ୍ତି ହରପ୍ରିୟା।

ଅନ୍ୟ ନିକଟରେ ହାତ ପତାଇବା ଅପେକ୍ଷା ସ୍ୱାଭିମାନ, ଆତ୍ମସତ୍ମାନର ସହ ବଞ୍ଚି ବେଶ୍‌ ଆତ୍ମସନ୍ତୋଷ ଲାଭ କରୁଛନ୍ତି ହରପ୍ରିୟା।

The post ହରପ୍ରିୟାଙ୍କ ଆଗରେ ହାରିଛି ବୟସ, ଏବେ ବି ଆତ୍ମନିର୍ଭରଶୀଳ appeared first on Odisha Reporter.



from Odisha Reporter https://ift.tt/3oZ6LCr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages