ବ୍ରିସବେନ୍: ଟିମ୍ ଇଣ୍ଡିଆର ଯୁବ ୱିକେଟକିପର ଋଷଭ ପନ୍ତ ଟେଷ୍ଟ କ୍ରିକେଟରେ ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି। ପନ୍ତ ଭାରତର ସପ୍ତମ ୱିକେଟକିପର ଭାବେ ଟେଷ୍ଟରେ ୧ହଜାର ରନ୍ ପୂରଣ କରିଛନ୍ତି। ସେ ମଧ୍ୟ ଭାରତ ପକ୍ଷରୁ ଦ୍ରୁତ ୧ହଜାର ସଂଗ୍ରହକାରୀ ୱିକେଟକିପର ହୋଇଛନ୍ତି। ଏହି ମାମଲାରେ ସେ ମହେନ୍ଦ୍ର ସିଂ ଧୋନିଙ୍କୁ ପଛରେ ପକାଇଛନ୍ତି।
1000 Test runs for Rishabh Pant
He is the quickest Indian wicket-keeper to achieve the milestone, in 27 innings!#AUSvIND pic.twitter.com/dk2Fa3stBS
— ICC (@ICC) January 19, 2021
ଧୋନି ଟେଷ୍ଟ କ୍ରିକେଟରେ ୧ହଜାର ରନ୍ ପୂରଣ କରିବାକୁ ୩୨ ଇନିଂସର ସହାୟତା ନେଇଥିବା ବେଳେ ପନ୍ତ ମାତ୍ର ୨୭ ଇନିଂସ୍ ଖେଳି ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି। ପ୍ୟାଟ୍ କମିନ୍ସଙ୍କ ଶର୍ଟ ବଲରେ ପୁଲ୍ ମାରି ପନ୍ତ ନିଜର ୧ହଜାର ରନ୍ ପୂରଣ କରିଛନ୍ତି।
ପନ୍ତଙ୍କ ବ୍ୟତୀତ ଭାରତ ପକ୍ଷରୁ ଫାରୁକ୍ ଇଞ୍ଜିନିୟର (୩୬ ଇନିଂସ୍), ଋଦ୍ଧିମାନ ସାହା (୩୭ ଇନିଂସ୍) ଓ ନୟନ ମୋଙ୍ଗିଆ (୩୯ ଇନିଂସ୍) ଟେଷ୍ଟରେ ୧ହଜାର ରନ୍ କରିଛନ୍ତି। ଦୁଇ ବର୍ଷ ତଳେ ପନ୍ତ ଟେଷ୍ଟ କ୍ରିକେଟରେ ଆଉ ଦ୍ରୁତ ରେକର୍ଡର ଅଧୀକାରୀ ହୋଇଥିଲେ। ୨୦୧୯ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟେଷ୍ଟରେ ପନ୍ତ ଭାରତ ପକ୍ଷରୁ ଦ୍ରୁତ ୫୦ତମ ଶିକାର ହାସଲକାରୀ ୱିକେଟକିପର ହୋଇଥିଲେ।
The post ଧୋନିଙ୍କୁ ପଛରେ ପକାଇଲେ ପନ୍ତ appeared first on Odisha Reporter.
from Odisha Reporter https://ift.tt/39MHrsT
No comments:
Post a Comment