ଚାଷୀଙ୍କୁ ଉସକାଇଥିଲେ ଏହି ଅଭିନେତା! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 26, 2021

ଚାଷୀଙ୍କୁ ଉସକାଇଥିଲେ ଏହି ଅଭିନେତା!

ନୂଆଦିଲ୍ଲୀ: ଦୋହଲି ଗଲା ଦିଲ୍ଲୀ। ଗଣତନ୍ତ୍ର ଦିବସରେ ଘଟିଲା ଅଗଣତାନ୍ତ୍ରିକ ଘଟଣା। ଟ୍ରାକ୍ଟର ରାଲିରେ ଆସି ହିଂସାକାଣ୍ଡ ଘଟଇଲେ ଶହ ଶହ ଚାଷୀ। ଜୋର ଜବରଦସ୍ତ ଐତିହାସିକ ଦୁର୍ଗ ଲାଲକିଲ୍ଲାରେ ପଶିଲେ, ପତାକା ଉଡାଇଲେ । ଏହି ଘଟଣା ଏବେ ପୁରା ଦେଶକୁ ସ୍ତବ୍ଧ କରିଦେଇଛି। କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ୬୦ ଦିନରୁ ଅଧିକ ହେବ ଚାଷୀମାନ ଆନ୍ଦୋଳନ ଜାରି ରଖିଛନ୍ତି। ଏହାରି ଭିତରେ ଗତକାଲି  ଆନ୍ଦୋଳନକାରୀ ଚାଷୀମାନେ ଦିଲ୍ଲୀରେ ଟ୍ରାକ୍ଟର ରାଲି କରି ବ୍ୟାପକ ହିଂସାକାଣ୍ଡ ଘଟାଇଛନ୍ତି। ଚାଷୀଙ୍କୁ ଏଭଳି ହିଂସାକାଣ୍ଡ ଘଟାଇବା ଏବଂ ଲାଲକିଲ୍ଲାରେ ପତାକା ଉଡାଇବା ପାଇଁ ଜଣେ ଅଭିନେତା ଉସକାଇବା ଥିବା ଅଭିଯୋଗ ଆସିଛି। ପଞ୍ଜାବୀ ଅଭିନେତା ଦୀପ ସିଦ୍ଧୁଙ୍କ ଉପରେ ଚାଷୀଙ୍କୁ ହିଂସା ପାଇଁ ଭଡକାଇବା ଥିବା ନେଇ ଅଭିଯୋଗ ଲଗାଇଛନ୍ତି କୃଷକ ସଙ୍ଗଠନ । ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଅଭିଯୋଗ ଅନୁଯାୟୀ, ଲାଲକିଲ୍ଲାରେ ପ୍ରବେଶ କରିବା ପାଇଁ ଚାଷୀଙ୍କ କୌଣସି ଯୋଜନା ନଥିଲା। ଅଭିନେତା ଦୀପ ସିଦ୍ଧୁ ହିଁ ଆନ୍ଦୋଳନକାରୀ ଚାଷୀଙ୍କୁ ଉସାକାଇଥିଲେ ଏବଂ ଆଉଟର ରିଙ୍ଗ ରୋଡ ଦେଇ ଚାଷୀଙ୍କୁ ଲାଲକିଲ୍ଲା ଭିତରକୁ ନେଇଯାଇଥିଲେ ବୋଲି ଭାରତୀୟ କୃଷକ ସଙ୍ଗଠନ ନେତା ଗୁରନାମ ସିଂହ କହିଛନ୍ତି।

ସେପଟେ ଏହି ଅଭିଯୋଗକୁ ନେଇ ଅଭିନେତା ଦୀପ ସିଦ୍ଧୁ ପ୍ରତିକ୍ରିୟା ଦେଇଛନ୍ତି। ସେ ତାଙ୍କ ଫେସବୁକ ଜରିଆରେ ଏକ ଭିଡିଓ ଜାରି କରିଛନ୍ତି। ତାଙ୍କ ଉପରେ ଲାଗିଥିବା ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି। ସେ କହିଛନ୍ତି,  ଲାଲକିଲ୍ଲାରେ ସେ ହିଁ ପତାକା ଉଡାଇଥିଲେ, କିନ୍ତୁ ହିଂସା ପଛରେ ତାଙ୍କର କୌଣସି ହାତ ନାହିଁ । ସେ ଚାଷୀଙ୍କୁ ଉସକାଇନଥିବା କଥା କହିଛନ୍ତି।

ସେପଟେ ଦୀପ ସିଦ୍ଧୁ ଏବଂ ଗ୍ୟାଙ୍ଗଷ୍ଟରରୁ ନେତା ବନିଥିବା ଲାଖା ସିଦ୍ଧନ ଗତ ରାତିରେ ସିଙ୍ଘୁ ସୀମାରେ କୃଷକଙ୍କୁ ହିଂସା ପାଇଁ ଉସକାଇଥିବା ନେଇ ସମାଜସେବୀ ଯୋଗେନ୍ଦ୍ର ଯାଦବ ଅଭିଯୋଗ କରିଛନ୍ତି। ସେ ଇଣ୍ଡିଆ ଟୁଡେକୁ ଦେଇଥିବା ପ୍ରତିକ୍ରିୟାରେ କହିଛନ୍ତି, ଦୀପ ସିଦ୍ଧୁଙ୍କ ଉପରେ ତଦନ୍ତ ହେବା ଦରକାର। ସେ ଚାଷଙ୍କୁ ଉସକାଇବା ସହ ମିସଗାଇଡ କରିଛନ୍ତି।


ସୂଚନାଯୋଗ୍ୟ ଯେ, ଗତବର୍ଷ ଲୋକସଭା ନିର୍ବାଚନ ବେଳେ ଗୁରୁଦାସପୁରରୁ ବିଜେପି ସାଂସଦ ଏବଂ ଅଭିନେତା ସନ୍ନି ଦେଓଲଙ୍କ ପାଇଁ ଦୀପ ନିର୍ବାଚନ ପ୍ରଚାର କରିଥିଲେ। ଏବେ ବିଜେପି ନେତାଙ୍କ ସହ ଦୀପଙ୍କ ଘନିଷ୍ଠ ସମ୍ପର୍କ ଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଏହାରି ଭିତରେ ଅଭିନେତା ସନ୍ନି ଦେଓଲ ଟୁଇଟ କରି ସଫେଇ ଦେଇଛନ୍ତି। ଦୀପଙ୍କ ସହ ତାଙ୍କର କିମ୍ବା ତାଙ୍କ ପରିବାରର କୌଣସି ସମ୍ପର୍କ ନାହିଁ ବୋଲି ସେ କହିଛନ୍ତି।

The post ଚାଷୀଙ୍କୁ ଉସକାଇଥିଲେ ଏହି ଅଭିନେତା! appeared first on Odisha Reporter.



from Odisha Reporter https://ift.tt/3qSJTVQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages