ଆରପିଏଫ୍ ଡଗ ସ୍କ୍ୱାର୍ଡ; ଜାଣିପାରନ୍ତି ସନ୍ଦିଗ୍ଧଙ୍କ ମନ୍ଦ ଉଦ୍ଦେଶ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 26, 2021

ଆରପିଏଫ୍ ଡଗ ସ୍କ୍ୱାର୍ଡ; ଜାଣିପାରନ୍ତି ସନ୍ଦିଗ୍ଧଙ୍କ ମନ୍ଦ ଉଦ୍ଦେଶ୍ୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୁକୁର ଦେହରେ ହାଇଟେକ୍ନୋଲୋଜିର ବୋପ୍ରୋ କ୍ୟାମେରା । ଠାବ କରୁଛି ଏକ୍ସପ୍ଲୋସିଭ୍ । ଏମାନେ ଏମିତି ସେମିତି କୁକୁର ନୁହନ୍ତି । ରେଳ ବିଭାଗର ସ୍ନାଇପର ଆଉ ଟ୍ରାକର ଡଗ୍ । କେବଳ କ୍ରିଡ଼ା କୌଶଳ ପ୍ରଦର୍ଶନ ନୁହେଁ, ବଡ଼ ବିପତ୍ତିକୁ ବି ଟାଳି ପାରନ୍ତି ଏହି ତାଲିମପ୍ରାପ୍ତ କୁକୁର ।

ସୁରାଗ୍ ଆଉ ଗନ୍ଧ ବାରିବା ପାଇଁ ଏହି କୁକୁରଙ୍କୁ ଦିଆଯାଇଛି ସ୍ୱତନ୍ତ୍ର ତାଲିମ। କାର୍ଗୋ, ଟୋନି, ମ୍ୟାକ୍, ବ୍ରାଇଜର ଏହିପରି ୧୩ଟି କୁକୁରକୁ ନେଇ ଗଠିତ ହୋଇଛି ପୂର୍ବତଟ ରେଳବାଇର ଆରପିଏଫ୍  ଡଗ ସ୍କ୍ୱାର୍ଡ ।

ଭୁବନେଶ୍ୱର ରେଲୱେ  ଷ୍ଟାଡିୟମ୍‌ରେ ଗଣତନ୍ତ୍ର ଦିବସ ପାଳନରେ ସାମିଲ ହୋଇଥିଲା ଆରପିଏଫ୍‌ର ଡଗ୍ ସ୍କ୍ୱାଡ୍‌ ।  ଏହି ଅବସରରେ ତାଲିମପ୍ରାପ୍ତ ବିଭିନ୍ନ ପ୍ରଜାତିର କୁକୁର ଦେଖାଇଥିଲେ ବିଭିନ୍ନ କ୍ରୀଡ଼ା କୌଶଳ । ଖାଲି ସେତିକି ନୁହେଁ ସନ୍ଦିଗ୍ଧର ଗତିବିଧି ଓ ଉଦ୍ଦେଶ୍ୟକୁ ବି ବାରି ପାରନ୍ତି ଏହି କୁକୁର ।

ସନ୍ଦିଗ୍ଧଙ୍କ ମନ୍ଦ ଉଦ୍ଦେଶ୍ୟ ଜାଣିବା ହେଉ କିମ୍ବା ବିସ୍ଫୋରକ ଚିହ୍ନଟ ହେଉ କିମ୍ବା ଅପରାଧିକୁ ଧରିବା ଲାଗି ସୁରାଗ ଯୋଗାଡ କରିବା, ସବୁଥିରେ ଏମାନେ ସିଦ୍ଧହସ୍ତ ।  ଯାଞ୍ଚ ବେଳର ସବୁ ଭିଡିଓ ଫୁଟେଜର ତଦାରଖ କରିବା ଲାଗି ଓ୍ୱାଲଟିୟର ଡିଭିଜନର ସ୍ନାଇପର ଡଗ୍ ଟୋନି ଦେହରେ ଖଞ୍ଜାଯାଇଛି ବୋପ୍ରୋ କ୍ୟାମେରା । ସେହିପରି ଟ୍ରାକର ଡଗ ବ୍ରାଇଜର ନିଜ ଆଘ୍ରାଣ ଶକ୍ତି ଦ୍ୱାରା ସନ୍ଦିଗ୍ଧ ଜିନିଷକୁ ଚିହ୍ନଟ ସହ ତାକୁ କାମୁଡି ଧରୁଛି।

କେବଳ ସେତିକି ନୁହେଁ ଭୁବନେଶ୍ୱର ମଞ୍ଚେଶ୍ୱର ଡଗ୍ ସ୍କାର୍ଡର ଟ୍ରାକର ଡଗ୍ କାର୍ଗୋ ଚୋର ପାଖରେ ପହଞ୍ଚିବାରେ ଆଉ ଚୋରକୁ ଧରିବା ପାଇଁ ସୁରାଗ ଯୋଗାଇବାରେ ସେ ମାହିର । ବମ୍‌କୁ ନିଷ୍କ୍ରିୟ କରିବା, ଚୋର ଧରିବା, ଦୁର୍ଘଟଣା, ବିପଦକୁ ଏଲଡ଼ାଇବାକୁ ସେମାନେ ସବୁବେଳେ  ତୟାର ଥାନ୍ତି।

ଏମାନଙ୍କ ହ୍ୟାଣ୍ଡଲରମାନେ ରାଜ୍ୟ ବାହାରେ ତାଲିମ ନେଉଛନ୍ତି। ଆଉ ୩ ମାସର ଛୁଆ ଅବସ୍ଥାରୁ ସେମାନେ କୁକୁର ଗୁଡିକ ସହ ନିଜକୁ ଓତପ୍ରୋତ ଭାବେ ସାମିଲ କରିଥାନ୍ତି । ଏ ସମ୍ପର୍କରେ କାର୍ଗୋ ହ୍ୟାଣ୍ଡଲର ବି.ଏସ. ଏନ୍. ରାଓ କହିଛନ୍ତି – ଏହି କୁକୁରଙ୍କ ଦାୟିତ୍ୱ ନେବା ନିମନ୍ତେ ପ୍ରଥମେ ଦିଲ୍ଲୀରେ ୯ ମାସ ଟ୍ରେନିଂ ନେଉ । ଏହାପରେ କୁକୁରମାନଙ୍କୁ ବିଭିନ୍ନ ତାଲିମ ଦିଆଯାଏ। ଚୋର ଧରିବାକୁ ସେମାନଙ୍କୁ ଗନ୍ଧ ଶୁଘାଂଯାଏ। ବିଭିନ୍ନ ଏକ୍ସରସାଇଜ ଶିଖାଯାଏ।

୨୦୧୯ରେ ହରିପୁର ନିକଟରେ ରେଳବାଇର ୧୦ ଲକ୍ଷ ଟଙ୍କାର ଆଲୁମିନିୟମ ଚୋରିର ପର୍ଦ୍ଦାଫାସ କରିଥିଲା  କାର୍ଗୋ । ସେହିପରି ସ୍ନିପର ଡଗ ଟୋନି ୨୦୧୯ରେ କୋରାପୁଟ ଷ୍ଟେସନରେ ବିସ୍ପୋରକ ଠାବ କରିଥିଲା ।  

ଏ ସମ୍ପର୍କରେ ଓ୍ୱାଲଟିୟର ଡିଭିଜନ ହ୍ୟାଣ୍ଡଲର ସଫିକ ମହମ୍ମଦ କହିଛନ୍ତି, ଟୋନି ୨୦୧୭ରୁ ଟ୍ରେନିଂ ନେଇଛି। ୨୦୧୯ରେ କୋରାପୁଟରେ ଥରେ ଟ୍ରେନରେ ପାସେଞ୍ଜରଙ୍କ ବ୍ୟାଗ ଯାଞ୍ଚ ଚାଲିଥିଲା। ଉକ୍ତ ସମୟରେ  ଏକ ସଦିଗ୍ଧ ବ୍ୟାଗ ପାଇ ସୂଚନା ଦେଲା ଟୋନି । ଏହାପରେ ସେଥିରୁ ବିସ୍ଫୋରକ ଠାବ ହୋଇଥିଲ।

The post ଆରପିଏଫ୍ ଡଗ ସ୍କ୍ୱାର୍ଡ; ଜାଣିପାରନ୍ତି ସନ୍ଦିଗ୍ଧଙ୍କ ମନ୍ଦ ଉଦ୍ଦେଶ୍ୟ appeared first on Odisha Reporter.



from Odisha Reporter https://ift.tt/3olLORg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages