ପୁଣି ଶହେ ଉପରେ ଚିହ୍ନଟ ହେଲେ ଆକ୍ରାନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 26, 2021

ପୁଣି ଶହେ ଉପରେ ଚିହ୍ନଟ ହେଲେ ଆକ୍ରାନ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତକାଲି ରାଜ୍ୟରେ ଶହେ ତଳକୁ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୩୮ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୮୧ଟି କ୍ୱାରେଣ୍ଟାଇନର ଥିବା ବେଳେ ବାକି ୫୭ଟି ଲୋକାଲ କେସ୍ ରହିଛି।

ଷ୍ଟେଟପୁଲକୁ ମଶାଇ ୨୪ଟି ଜଲ୍ଲାରୁ ନୂଆ ସଂକ୍ରମିତ ସାମ୍ନାକୁ ଆସିଛନ୍ତି। ସେଥିମଧ୍ୟରୁ କଟକ ଜିଲ୍ଲା ସବୁଠୁ ଆଗରେ ରହିଛି । ଜିଲ୍ଲାରୁ ସର୍ବାଧିକ ୨୬ଟି ନୂଆ ମାମଲା ସାମ୍ନାକୁ ଆସିଛି। ସେହିପରି ଅନୁଗୁଳରୁ ୩, ବାଲେଶ୍ୱରରୁ ୬, ବରଗଡରୁ ୭, ଭଦ୍ରକରୁ ୪, ଦେବଗଡ, ଗଜପତି ଓ ସୋନପୁରରୁ ୨ଜଣ ଲେଖାଏଁ, ଗଞ୍ଜାମରୁ ୩, ଜଗତସିଂହପୁରରୁ ୪, ଯାଜପୁରରୁ ୬, ଝାରସୁଗୁଡାରୁ ୪, କନ୍ଦୁଝରରୁ ୩, ଖୋର୍ଦ୍ଧାରୁ ୮, ମୟୂରଭଞ୍ଜରୁ ୩, ନୂଆପଡାରୁ ୧୫, ପୁରୀରୁ ୯, ସମ୍ବଲପୁରରୁ ୯, ସୁନ୍ଦରଗଡରୁ ୧୫, ବଲାଙ୍ଗିର, ବୌଦ୍ଧ, କଳାହାଣ୍ଡି, ମାଲକାନଗିରି ଓ ରାୟଗଡାରୁ ଜଣେ ଲଖାଏଁ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟପୁଲରୁ ୨ଜଣ କରୋନା ସଂକ୍ରମିତ ବାହାରିଛନ୍ତି।

ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩୪୬୬୭ରେ ପହଁଚିଛି। ସେଥିମଧ୍ୟରୁ ୧୨୮୧ଟି ଆକ୍ଟିଭ କେସ ରହିଛି। ସେହିପରି ୩୩୧୪୨୭ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

The post ପୁଣି ଶହେ ଉପରେ ଚିହ୍ନଟ ହେଲେ ଆକ୍ରାନ୍ତ appeared first on Odisha Reporter.



from Odisha Reporter https://ift.tt/36e9Nva

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages