ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ଉନ୍ମୋଚିତ ହେଲା ‘ପରୀକ୍ଷା ଦର୍ପଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 26, 2021

ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ଉନ୍ମୋଚିତ ହେଲା ‘ପରୀକ୍ଷା ଦର୍ପଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ପାଇଁ ପ୍ରସ୍ତୁତ ପୁସ୍ତକ ‘ପରୀକ୍ଷା ଦର୍ପଣ’କୁ ଆଜି ଗଣଶିକ୍ଷା ମନ୍ତ୍ରୀ  ସମୀର ରଞ୍ଜନ ଦାଶ ଉନ୍ମୋଚନ କରିଛନ୍ତି । ୭୦୦ ପୃଷ୍ଠା ସମ୍ବଳିତ ଏହି ଗାଇଡ ପୁସ୍ତିକା  ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତି କରିବାରେ ସହାୟକ ହେବ । ଏଥିରେ ମାଟ୍ରିକ ପରୀକ୍ଷାର ସମ୍ଭାବ୍ୟ ପ୍ରଶ୍ନ ଓ ଉତ୍ତର ରହିଛି ।

ରାଜ୍ୟର ୬ ଲକ୍ଷ ୨୦ ହଜାର ମାଟ୍ରିକ ଛାତ୍ରଛାତ୍ରୀଙ୍କୁ ଏହି ବହି ମାଗଣାରେ ଦିଆଯିବ। ଏବେ ପ୍ରତ୍ୟେକ ଜିଲ୍ଲାର ଜିଲ୍ଲା ଶିକ୍ଷାଧିକାରୀଙ୍କ ପାଖରେ ପହଞ୍ଚିବ। ତା ପରେ ସେଠାରୁ ଫେବୃୟାରୀ ୧୨ ତାରିଖ ସୁଦ୍ଧା ସମସ୍ତ ଛାତ୍ରଛାତ୍ରୀଙ୍କ ପାଖରେ ପରୀକ୍ଷା ଦର୍ପଣ ପହଞ୍ଚାଯିବ ବୋଲି ମନ୍ତ୍ରୀ ସମୀର ଦାଶ କହିଛନ୍ତି।

ଏଥର କରୋନା ମହାମାରୀ ଯୋଗୁ  ଫେବୃଆରୀ ବଦଳରେ ମେ’ ୩ ତାରିଖରେ ହେବ ମାଟ୍ରିକ ପରୀକ୍ଷା।  ହେଲେ କରୋନା ପାଇଁ ଚଳିତ ଶିକ୍ଷା ବର୍ଷ ପ୍ରଭାବିତ ହୋଇଥିବା ବେଳେ ଏହି ‘ପରୀକ୍ଷା ଦର୍ପଣ’ ଛାତ୍ରଛାତ୍ରୀଙ୍କୁ ଅନେକାଂଶରେ ଆଶ୍ୱସ୍ତି ପ୍ରଦାନ କରିବ ।

ଟେଷ୍ଟପେପର ଭଳି ସମ୍ଭାବ୍ୟ ପ୍ରଶ୍ନ ଓ ଉତ୍ତରକୁ ନେଇ ଏହି ବହି ପ୍ରସ୍ତୁତ ହେଉଛି। କରୋନା ପାଇଁ ଚଳିତ ବର୍ଷ ୭୦ ପ୍ରତିଶତ ସିଲାବସରୁ ପରୀକ୍ଷା ହେଉଥିବାରୁ ସେହି ଅନୁସାରେ ପରୀକ୍ଷା ଦର୍ପଣରେ ପ୍ରତି ବିଷୟରୁ ପ୍ରଶ୍ନୋତ୍ତର ରହିବ। ୭୦୦ ପୃଷ୍ଠା ବିଶିଷ୍ଟ ଏହି ପୁସ୍ତକକୁ ମ୍ୟାଟ୍ରିକ ପରୀକ୍ଷା ଦେବାକୁ ଥିବା ରାଜ୍ୟର ୬ଲକ୍ଷ ୨୦ ହଜାର ୫୦୮ ଛାତ୍ରଛାତ୍ରୀଙ୍କୁ ସଂପୂର୍ଣ୍ଣ ମାଗଣାରେ ବଣ୍ଟାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ଏହି ପୁସ୍ତକ କେବଳ ସରକାରୀ ନୁହେଁ ବରଂ ସମସ୍ତ ଅନୁଦାନପ୍ରାପ୍ତ ଓ ବେସରକାରୀ ସ୍କୁଲର ଛାତ୍ରଛାତ୍ରୀଙ୍କୁ ମଧ୍ୟ ପ୍ରଦାନ କରାଯିବ।

କରୋନା ମହାମାରୀ ଯୋଗୁ ପ୍ରାୟ ୯ମାସ ଧରି ସ୍କୁଲ ବନ୍ଦ ରହିଥିଲା। ତେବେ ଚଳିତ ବର୍ଷ ଜାନୁଆରୀ ୮ ତାରିଖରୁ ଦଶମ ଓ ଦ୍ବାଦଶ ଶ୍ରେଣୀ ଖୋଲିଛି। ଆଗାମୀ ଦିନରେ ବାକି ସବୁ କ୍ଲାସଗୁଡ଼ିକୁ ମଧ୍ୟ ଖୋଲିବା ନେଇ ସରକାର ବିଚାର କରୁଛନ୍ତି। ୧୦୦ ଦିନର ପାଠପଢ଼ାକୁ ଆଧାର କରି ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବେ। ତେଣୁ ଏତେ କମ୍ ସମୟ ଭିତରେ ସବୁ ପାଠ୍ୟକ୍ରମ ସାରିବା ସମ୍ଭବ ନଥିବାରୁ ସରକାର ୭୦ପ୍ରତିଶତ ସିଲାବସରେ ପରୀକ୍ଷା କରାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ସହ ପିଲାମାନଙ୍କୁ କମ୍ ସମୟରେ ପ୍ରସ୍ତୁତିରେ ସହାୟତା କରିବା ଲାଗି ଏହି ଦର୍ପଣ ପୁସ୍ତିକା ସହାୟକ ହେବ ବୋଲି ଅନେକ ଛାତ୍ରଛାତ୍ରୀ ଆଶା କରିଛନ୍ତି।

ଅନ୍ୟପକ୍ଷରେ ପରୀକ୍ଷାର୍ଥୀଙ୍କ ପ୍ରସ୍ତୁତିରେ ସହାୟତା ପାଇଁ ଦୂରଦର୍ଶନରେ ‘ଶିକ୍ଷା ଦର୍ପଣ’ କାର୍ଯ୍ୟକ୍ରମ ବି ଆରମ୍ଭ ହେବାକୁ ଯାଉଛି। ଆସନ୍ତା ଫେବୃଆରୀ ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ଦୂରଦର୍ଶନରେ ଏହି କାର୍ଯ୍ୟକ୍ରମ ପ୍ରସାରଣର ବ୍ୟବସ୍ଥା ହୋଇଛି।

 

The post ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ଉନ୍ମୋଚିତ ହେଲା ‘ପରୀକ୍ଷା ଦର୍ପଣ appeared first on Odisha Reporter.



from Odisha Reporter https://ift.tt/3okiFWA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages