ନୂଆଦିଲ୍ଲୀ: ଭାରତ ଓ ଚାଇନା ମଧ୍ୟରେ ଡିଜିଟାଲ ୱାର ତୀବ୍ର ହେବାରେ ଲାଗିଛି। ଜାତୀୟ ସୁରକ୍ଷା ଦୃଷ୍ଟିରୁ ଅସ୍ଥାୟୀ ଭାବେ ବ୍ୟାନ୍ ହୋଇଥିବା ୫୯ଟି ଚାଇନିଜ ଆପକୁ ଭାରତ ସରକାର ସ୍ଥାୟୀ ଭାବେ ବ୍ୟାନ୍ କରିଛନ୍ତି। ସ୍ଥାୟୀ ଭାବେ ବ୍ୟାନ୍ ହୋଇଥିବା ଆପ୍ ଗୁଡ଼ିକ ମଧ୍ୟରେ ବାଇଟ ଡ୍ୟାନ୍ସ, ଟିକଟକ, ବାଇଡୁ, ୱିଚ୍ୟାଟ, ଆଲିବାବାର ୟୁସି ବ୍ରାଉଜର, ଶପିଂ ଆପ୍ କ୍ଲବ ଫ୍ୟାକ୍ଟ୍ରୀ ଓ ବିଜୋ ଲାଇଭ ପ୍ରମୁଖ ରହିଛି।
ଏଗୁଡ଼ିକ ସ୍ଥାୟୀ ଭାବେ ଭାରତରେ ବନ୍ଦ ହେବାର ଅର୍ଥ ଏହି ସବୁ ଆପ୍ ଆଉ ଦେଶରେ କାର୍ଯ୍ୟକ୍ଷମ ହୋଇପାରିବ ନାହିଁ। ଗତବର୍ଷ ଜୁନ୍ ମାସରୁ ଏସବୁ ଆପ୍ ଗୁଡ଼ିକ ଭାରତୀୟ ବଜାରରେ ଅସିଦ୍ଧ ହୋଇ ସାରିଛି। ଗୁଗଲର ପ୍ଲେ ଷ୍ଟୋରରେ ମଧ୍ୟ ଏଗୁଡ଼ିକ ଉପଲବ୍ଧ ହେଉନାହିଁ।
କୁହାଯାଉଥିଲା ଯେ ଅସ୍ଥାୟୀ ରୂପେ ବ୍ୟାନ୍ ହୋଇଥିବା ଆପ୍ଗୁଡ଼ିକୁ ସରକାର ପୁଣି କାର୍ଯ୍ୟକ୍ଷମ ହେବାକୁ ଅନୁମତି ଦେଇପାରନ୍ତି। ହେଲେ ଏବେ ଏହିସବୁ ଆପ୍ ସ୍ଥାୟୀ ରୂପେ ଭାରତରେ ବ୍ୟାନ୍ ହୋଇଯାଇଛି।
The post ଟିକଟକ ସହ ଚାଇନାର ଏହି ୫୯ଟି ଆପ୍ ଭାରତରେ ସ୍ଥାୟୀ ଭାବେ ବ୍ୟାନ୍ appeared first on Odisha Reporter.
from Odisha Reporter https://ift.tt/3cb8cKw
No comments:
Post a Comment