‘ତଥାଗତ ଠିକ୍‌ କରି ନାହାନ୍ତି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 26, 2021

‘ତଥାଗତ ଠିକ୍‌ କରି ନାହାନ୍ତି’

କଟକ(ଓଡ଼ିଶା ରିପୋର୍ଟର): କଟକ ଖାନନଗରରେ ‘ନେତାଜୀ ସୁଭାଷ ବୋଷଙ୍କ ନାଁରେ ନିର୍ମିତ ହେବ ଅତ୍ୟାଧୁନିକ ବସ୍ ଟର୍ମିନାଲ। ଗତ ସପ୍ତାହରେ ମୁଖ୍ୟମନ୍ତ୍ରୀ ଏହାର ଶିଳାନ୍ୟାସ କରିଥିବା ବେଳେ ଏହାକୁ ନେଇ ଆରମ୍ଭ ହୋଇଗଲାଣି ତୁ ତୁ ମେ ମେ।

କଟକ ବସ୍‌ଷ୍ଟାଣ୍ଡକୁ ସୁଭାଷ ବୋଷଙ୍କ ନାମରେ ନାମିତ କରିବା ଓଡ଼ିଶା ଜାତିକୁ ଅସମ୍ମାନିତ କରିବା ସହ ସମାନ। ଓଡ଼ିଆ ଜାତି ସବୁବେଳେ ବାହାର ଲୋକଙ୍କୁ ଉପରେ ପଡ଼ି ଟାଣି ଆଣି ସମ୍ମାନ ଦେଉଛି ବୋଲି ଢେଙ୍କାନାଳର ପୂର୍ବତନ ସାଂସଦ ତଥା ଦୈନିକ ଖବରକାଗଜ ‘ଧରିତ୍ରୀ’ର ସଂପାଦକ ତଥାଗତ ସତପଥୀ ଗତକାଲି ନିଜ ସମ୍ପାଦକୀୟ ‘ଟାଣି ଆଣି ସମ୍ମାନ’ରେ ଉଲ୍ଲେଖ କରିଥିଲେ।

ଏହି ପ୍ରସଙ୍ଗରେ ତଥାଗତଙ୍କୁ ନିଶାନା କରିବା ସହ  ତାଙ୍କୁ କଟୁ ସମାଲୋଚନା କରିଛନ୍ତି ସାଂସଦ ଭର୍ତ୍ତୃହରି ମହତାବ। ତଥାଗତ ଏପରି ଲେଖିବା ଆଦୌ ଠିକ୍ ନୁହେଁ କହିଲେ ଭର୍ତ୍ତୃହରି। କେବଳ ଯେ ନେତାଜୀ ଓଡ଼ିଶାରେ ଜନ୍ମ ହୋଇ ଶୈଶବ କାଟିଥିଲେ ତାହା ନୁହେଁ, ସେ ଏଠାରେ ମାଟ୍ରିକ ପାସ୍‌ କରିଛନ୍ତି। ସେ ଓଡ଼ିଆ ବଜାରରେ ରହୁଥିଲେ। କଲିକତାରେ କଲେଜରୁ ବହିଷ୍କାର ପରେ ଦେଢ଼ ବର୍ଷ ଏଠି ରହିଥିଲେ।  ବିଭିନ୍ନ ସ୍ଥାନକୁ ଗଲେ ଓଡ଼ିଶା ଲୋକଙ୍କ ସହ ମିଶି ମହାମାରୀ ବିରୋଧରେ ଲଢ଼ିଥିଲେ। ତାଙ୍କୁ ଯଦି କୁହାଯିବ ଟାଣି ଆଣି ସମ୍ମାନ ଦିଆଯାଉଛି, ଏହା ଏକ ଅସୂୟା କାର୍ଯ୍ୟ।

ନେତାଜୀଙ୍କ ଅଦମ୍ୟ ସାହସ, ଦେଶପ୍ରୀତି ପାଇଁ ସମଗ୍ର ବିଶ୍ୱ ତାଙ୍କୁ ବିଶ୍ୱାସ କରେ, ସମ୍ମାନ ଦିଏ। ତାଙ୍କୁ ନେଇ ଏପରି ଲେଖା ଲେଖିବା ଉଚିତ ନୁହେଁ। ବେଳେ ବେଳେ ଅଜ୍ଞତା କାହା ପାଇଁ ଆଶୀର୍ବାଦ ହୋଇଥାଇ ପାରେ ବୋଲି ମଧ୍ୟ କହିଲେ ଭର୍ତ୍ତୃହରି। ଭର୍ତ୍ତୃହରିଙ୍କ ଟିପ୍ପଣୀ ନେଇ ତଥାଗତଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।

ସୂଚନାଯୋଗ୍ୟ, ଗତକାଲି ପ୍ରକାଶ ପାଇଥିବା ସମ୍ପାଦକୀୟରେ ତଥାଗତ ଲେଖିଥିଲେ, “ଅନେକ ଓଡ଼ିଆ ଭାବୁଛନ୍ତି ସୁଭାଷ ଚନ୍ଦ୍ର ବୋଷ ଓଡ଼ିଶାର ଗୌରବ। ବାସ୍ତବରେ କିନ୍ତୁ ଏ ଚିନ୍ତାଧାରା ତ୍ରୁଟିପୂର୍ଣ୍ଣ ବୋଲି ମନେ ହେଉଛି। ଏଠାରେ ଉଲ୍ଲେଖଯୋଗ୍ୟ, ସୁଭାସ ଚନ୍ଦ୍ର ବୋଷ ତାଙ୍କର କୌଣସି ଭାଷଣରେ, ଲେଖାରେ କିମ୍ବା ବିବୃତିରେ କେବେହେଲେ ତାଙ୍କ ଜନ୍ମ ଓଡ଼ିଶା ମାଟିରେ ହୋଇଥିବା ସ୍ୱୀକାର କରି ନାହାନ୍ତି।”

ଏହା ବ୍ୟତୀତ ସେ ନିଜ ସଂପାଦକୀୟରେ ଉଲ୍ଲେଖ କରିଛନ୍ତି, “ନିଜ ଜନ୍ମ ସ୍ଥାନ ଓ ସେହି ସ୍ଥାନର ଭାଷାକୁ ଯିଏ ନିଜର ବୋଲି ଭାବେ ନାହିଁ। ସେହି ବ୍ୟକ୍ତି ସେଠାକାର ଜାତିର ଗୌରବ ହେବା ଉଚିତ ନୁହେଁ। ସେ ଦୃଷ୍ଟିକୋଣରୁ ଦେଖିଲେ କଟକ ବସ୍‌ଷ୍ଟାଣ୍ଡକୁ ସୁଭାଷ ବୋଷଙ୍କ ନାମରେ ନାମିତ କରିବା ଓଡ଼ିଶା ଜାତିକୁ ଅସମ୍ମାନିତ କରିବା ପରି ହେଉଛି। ଓଡ଼ିଆ ଜାତି ସବୁବେଳେ ବାହାର ଲୋକଙ୍କୁ ଉପରେ ପଡ଼ି ଟାଣି ଆଣି ସମ୍ମାନ ଦେଉଛି। ଏଭଳି ନିଷ୍ପତ୍ତି ନିଆଯିବା ଫଳରେ ଆମର ଆସନ୍ତା ପିଢ଼ିର ଅସ୍ମିତାକୁ ଆମେ ନିଜେ ଧ୍ୱସଂ କରିଦେଉଛେ।”

The post ‘ତଥାଗତ ଠିକ୍‌ କରି ନାହାନ୍ତି’ appeared first on Odisha Reporter.



from Odisha Reporter https://ift.tt/3ohIBC3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages