ଚାଷୀଙ୍କ ଟ୍ରାକ୍ଟର ରାଲି ବେଳେ ହିଂସା ଘଟଣାକୁ ଲଜ୍ଜାଜନକ କହିଲେ ଯୋଗେନ୍ଦ୍ର ଯାଦବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 26, 2021

ଚାଷୀଙ୍କ ଟ୍ରାକ୍ଟର ରାଲି ବେଳେ ହିଂସା ଘଟଣାକୁ ଲଜ୍ଜାଜନକ କହିଲେ ଯୋଗେନ୍ଦ୍ର ଯାଦବ

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସରେ ଚାଷୀମାନେ କରୁଥିବା ଟ୍ରାକ୍ଟର ରାଲି ବେଳେ ହିଂସାକାଣ୍ଡ ଘଟିଛି। ଦେଶର ରାଜଧାନୀ ଦିଲ୍ଲୀରେ ଚାଷୀ ଓ ପୁଲିସ୍‌ ମଧ୍ୟରେ ଚାଲିଥିବା ସଂଘର୍ଷର ଭୟଙ୍କର ଚିତ୍ର ସାମ୍ନାକୁ ଆସିବାରେ ଲାଗିଛି। ଚାଷୀମାନେ ଲାଲକିଲ୍ଲାରେ ପ୍ରବେଶ କରି ପତାକା ମଧ୍ୟ ଉଡ଼ାଇଛନ୍ତି।

ଏସବୁ ଭିତରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ସଦସ୍ୟ ଯୋଗେନ୍ଦ୍ର ଯାଦବ ଚାଷୀମାନଙ୍କୁ କୌଣସି ହିଂସାକାଣ୍ଡ ଓ ଭଙ୍ଗାରୁଜାରେ ସାମିଲ ନ ହେବାକୁ ନିବେଦନ କରିଛନ୍ତି। ସେ କହିଛନ୍ତି, ଯିଏ କେହି ବି ବର୍ଦ୍ଦିରେ ଥିବା ପୁଲିସ୍‌ ଅଧିକାରୀ ବା କର୍ମଚାରୀଙ୍କ ଉପରେ ଗାଡ଼ି ଚଢ଼ାଇବାକୁ ଚେଷ୍ଟା କରିଛି, ତାହା ନିନ୍ଦନୀୟ ଓ ଲଜ୍ଜାଜନକ।

ଏହା ଆମ ଅନୁଶାସନର ବିପରୀତ। ଏହା ଘୃଣାଜନିତ କାର୍ଯ୍ୟ ଓ ଏହାକୁ କେବେ ହେଲେ ଗ୍ରହଣ କରାଯିବ ନାହିଁ। ଆମେ ବାରମ୍ବାର ମଞ୍ଚରୁ କହୁଛୁ ଯେ ଯେଉଁମାନେ ବର୍ଦ୍ଦିରେ ଅଛନ୍ତି, ସେମାନେ ବି କିଷାନ। ସେମାନଙ୍କ ସହ ଆମର କୌଣସି ଝଗଡ଼ା ନାହିଁ। ଯଦି ବି କେହି ପୁଲିସ୍‌କୁ ଆକ୍ରମଣ କରୁଛି, ତା’ହେଲେ ଆମେ ତା’କୁ ନିନ୍ଦା କରୁଛୁ।

ଚାଷୀମାନେ ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କେବେ ହେଲେ ଭାଙ୍ଗିବା ନାହିଁ। ପୁଲିସ୍‌ ଯେଉଁ ରାସ୍ତାରେ ରାଲି କରିବାକୁ ଅନୁମତି ଦେଉଛି, ସେଠାରେ ହିଁ ରାଲି କରନ୍ତୁ। ମୁଁ ଜାଣିଛି ୯୦% ଲୋକ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଛନ୍ତି। ୨ରୁ ୫ ଭାଗ ଲୋକଙ୍କ ପାଇଁ ପୂରା ଆନ୍ଦୋଳନ ବଦନାମ ହେଉଛି ବୋଲି ସେ କହିଛନ୍ତି।

The post ଚାଷୀଙ୍କ ଟ୍ରାକ୍ଟର ରାଲି ବେଳେ ହିଂସା ଘଟଣାକୁ ଲଜ୍ଜାଜନକ କହିଲେ ଯୋଗେନ୍ଦ୍ର ଯାଦବ appeared first on Odisha Reporter.



from Odisha Reporter https://ift.tt/2NBTaDs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages