ବିଜୟ କହିଲେ- ଲଢ଼ି ପାରୁ ନାହାନ୍ତି ସରକାର, ପଦ୍ମନାଭ କହିଲେ- ସପକ୍ଷରେ ଆସିବ ରାୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 31, 2021

ବିଜୟ କହିଲେ- ଲଢ଼ି ପାରୁ ନାହାନ୍ତି ସରକାର, ପଦ୍ମନାଭ କହିଲେ- ସପକ୍ଷରେ ଆସିବ ରାୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ମହାନଦୀ ଜଳ ବିବାଦର ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲରେ କ’ଣ ହେଉଛି, କେହି ଜାଣିପାରୁ ନାହାନ୍ତି। ରାଜ୍ୟ ସରକାର ସେଠାରେ ତଥ୍ୟ ଉପସୋଥାପନ କରିପାରୁ ନାହାନ୍ତି କିମ୍ବା ଲଢ଼େଇ କରିପାରୁ ନାହାନ୍ତି।’ ମହାନଦୀ ଜଳ ବିବାଦ ପ୍ରସଙ୍ଗ ଉଠାଇ ଆଜି ଏମିତି ଢଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର।

ସେ କହିଛନ୍ତି, ମହାନଦୀ ପାଇଁ ସ୍ୱର ଉତ୍ତୋଳନ କରୁଥିବା ସରକାର, ବିରୋଧୀ ଓ ବିଭିନ୍ନ ସଂସ୍ଥା ଏବେ ଚୁପ କାହିଁକି? ରାଜ୍ୟ ସରକାର ହୀରାକୁଦର ତଳମୁଣ୍ଡରେ ଘୋଷଣା କରିଥିବା ୬ ପ୍ରକଳ୍ପ କୁଆଡ଼େ ଗଲା? ଇବ୍ ପ୍ରକଳ୍ପ ପରି ମହାନଦୀର ଉପର ମୁଣ୍ଡରେ ଥିବା ଉପନଦୀରେ ମଧ୍ୟ ୧୨ ପ୍ରକଳ୍ପ ହୋଇପାରୁନି।

ଶ୍ରୀ ମହାପାତ୍ର କହିଛନ୍ତି, ବର୍ତ୍ତମାନ ସଂସଦରେ ମହାନଦୀ ପ୍ରସଙ୍ଗ ଉଠାଇବା ଜରୁରୀ ହୋଇଛି। ମହାନଦୀର ସ୍ଥିତି ଉପରେ ସରକାର ତୁରନ୍ତ ସାଧାରଣ ଲୋକଙ୍କୁ ଅବଗତ କରାନ୍ତୁ। ଏବେ ଠାରୁ ରାଜ୍ୟରେ ମହାନଦୀ ଓ ଶାଖାନଦୀ ଶୁଖିଲାଣି। ଭୟଙ୍କର ଜଳସଙ୍କଟ ଭିତରକୁ ଓଡ଼ିଶା ଯାଉଛି। ଆଗକୁ ପରିସ୍ଥିତି ଆହୁରି ଭୟାନକ ହେବ।

ସେ କହିଛନ୍ତି, ମହାନଦୀ ପାଇଁ ଗଠିତ ଟ୍ରିବ୍ୟୁନାଲର ଅବଧି ଆଉ ମାତ୍ର ୨ ମାସ ଅଛି। କେନ୍ଦ୍ର ସରକାର ଚାହିଁଲେ ଟ୍ରିବ୍ୟୁନାଲର ଅବଧି ଆଉ ୨ ବର୍ଷ ବଢ଼ାଇ ପାରିବେ। କିନ୍ତୁ ବଢ଼ାଇବେ କି ନାହିଁ କିଏ କହିବ?


ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ତାରା ବାହିନୀପତି କହିଛନ୍ତି, ରାଜ୍ୟର ସ୍ୱାର୍ଥକୁ ବିଜେପି ଓ ବିଜେଡି ଦେଖୁନାହାନ୍ତି। ମୁଖ୍ୟମନ୍ତ୍ରୀ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରନ୍ତୁ। ବିଧାନସଭାରେ ମହାନଦୀ ପ୍ରସଙ୍ଗକୁ ଉଠାଯିବ।

ଅନ୍ୟପକ୍ଷରେ ବିଜେଡିର ବରିଷ୍ଠ ନେତା ତଥା ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି- ମୋର ବିଶ୍ୱାସ ଟ୍ରିବ୍ୟୁନାଲ୍‌ର ରାୟ ଆମ ସପକ୍ଷରେ ଯିବ। ଟ୍ରିବ୍ୟୁନାଲ ଏକ ବ୍ୟବସ୍ଥା। ଦୁଇ ତିନି ଥର ଆଲୋଚନା ହେଲାଣି। ଯେବେ ଚୂଡ଼ାନ୍ତ ନିଷ୍ପତ୍ତି ଆସବ ସେତେବେଳେ ଆମ ଭାଗ ପାଣି ନିଶ୍ଚୟ ମିଳିବ। ଛତିଶଗଡ଼ ଆମକୁ ନିଶ୍ଚୟ ପାଣି ଛାଡ଼ିବ।

The post ବିଜୟ କହିଲେ- ଲଢ଼ି ପାରୁ ନାହାନ୍ତି ସରକାର, ପଦ୍ମନାଭ କହିଲେ- ସପକ୍ଷରେ ଆସିବ ରାୟ appeared first on Odisha Reporter.



from Odisha Reporter https://ift.tt/2Yv7wHP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages