ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଭିଭିଆଇପି ହେଲିକପ୍ଟର କିଣା ଦୁର୍ନୀତି ମାମଲାରେ ଅନୁପ ଗୁପ୍ତା ଗିରଫ। ୩ ହଜାର ୬ଶହ କୋଟି ଟଙ୍କାର ଏହ ଦୁର୍ନୀତି ମାମଲରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଣ୍ଡିଆ ଗେଟ୍ ବାସୁମତି ଚାଉଳର ଉତ୍ପାଦନ କର୍ତ୍ତା କେଆର୍ବିପି ଲିମିଟେଡ୍ର ସଂଯୁକ୍ତ ପ୍ରବନ୍ଧ ନିର୍ଦ୍ଦେଶକ ଅନୁପ କୁମାରଙ୍କୁ ଉଠାଇ ନେଇଛି । ଏନେଇ ଶନିବାର ଇଡି ସୂଚନା ଦେଇଛି ।
ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ଭିଭିଆଇପି ହେଲିକପ୍ଟର କିଣା ମାମଲାରେ କଳା ଟଙ୍କାକୁ ଧଳା କରିବା ଅଭିଯୋଗରେ ମନିଲଣ୍ଡରିଂ ଅଧିନିୟମ ଅନୁସାରେ ଅନୁପ କୁମାରଙ୍କୁ ଗିରଫ କରାଯାଇଛି । ଯାଞ୍ଚରେ ସେ ସହଯୋଗ କରୁନଥିବା ମଧ୍ୟ ତାଙ୍କ ନାମରେ ଅଭିଯୋଗ ଉଠିଛି । ଗିରଫ ପରେ ତାଙ୍କୁ ସ୍ୱତନ୍ତ୍ର ଅଦାଲତ ପାଞ୍ଚଦିନ ପାଇଁ ଇଡିର ହେପାଜତକୁ ପଠାଇ ଦେଇଛନ୍ତି ।ତାଙ୍କୁ ଆହୁରି ଅଧିକ ଦିନ ରିମାଣ୍ଡରେ ନେଇ ପଚରାଉଚରା କରିବା ପାଇଁ ମଧ୍ୟ ଇଡି ଆବେଦନ କରିଛି।
ସୂଚନା ମୁତାବକ, ଇଡି ଇଟାଲି ସ୍ଥିତ ଫିନ୍ମେକେନିକାର ବ୍ରିଟିଶ୍ ସହାୟକ ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ଠାରୁ ୧୨ଟି ଭିଭିଆଇପି ହେଲିକପ୍ଟର କିଣିବା ପାଇଁ କରାଯାଇଥିବା ଚୁକ୍ତିରେ ମନିଲଣ୍ଡରିଂ ଅଭିଯୋଗ ଆସିବା ପରେ ଏହି ମାମଲାର ଖୋଳତାଡ଼ ଆରମ୍ଭ କରିଥିଲା । ୨୦୧୪ ମସିହାରେ ସରକାର ଏହି ଚୁକ୍ତିକୁ ରଦ୍ଦ କରିଦେଇଥିଲେ ।
The post ଇଣ୍ଡିଆ ଗେଟ୍ ବାସମତି ରାଇସ୍ ମାଲିକ ଗିରଫ appeared first on Odisha Reporter.
from Odisha Reporter https://ift.tt/3tcOpk8
No comments:
Post a Comment