ବୋତଲ ପାଣି ବି ବିଷ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 24, 2021

ବୋତଲ ପାଣି ବି ବିଷ !

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର) ବ୍ରହ୍ମପୁରର ଲକ୍ଷ୍ମୀବିହାର ଅଞ୍ଚଳରେ ନକଲି ପାଣି ଫ୍ୟାକ୍ଟ୍ରି ଉପରେ ପୁଲିସ ଚଢ଼ଉ କରିଛି।  ଲକ୍ଷ୍ମୀବିହାର ଦ୍ୱିତୀୟ ଲେନ୍ରେ ବେଆଇନ ଭାବେ ଚାଲିଥିବା ନକଲି ପାଣି ଫ୍ୟା୍ରି ଉପରେ  ଚଢ଼ାଉ କରି ବିପୁଳ ପିରମାଣର ନକଲି ସାମଗ୍ରୀ ଜବତ କରିଛି ପୁଲିସ। ବିଭାଗୀୟ ଅନୁମତି ନ ଥାଇ ପାଣି ପାଉଚ ଓ ପାଣି ବୋତଲ ପ୍ରସ୍ତୁତ କରି ବିକ୍ରି କରୁଥିବା ଅଭିଯୋଗ ଆସିଥିଲା । ଏନେଇ ଆଜି ବଡ଼ବଜାର ପୁଲିସ ପହଞ୍ଚି କାରଖାନା ଉପରେ ଚଢ଼ଉ କରି ନକଲି ସାମଗ୍ରୀ ଜବତ କରିବା ସହ ଫ୍ୟା୍ରିକୁ ସିଲ୍ କରିଛି । ସେହିପରି

ବ୍ରହ୍ମପୁରରରେ ନକଲି ସସ୍ ଫ୍ୟାକ୍ଟ୍ରି ଠାବ ପରେ ତନାଘନା ଆରମ୍ଭ ହୋଇଛି।  ବଡ଼ ବଜାର ଥାନା ଆଇଆଇସି ଓ ସଦର SDPO ସେଠାରେ ପହଞ୍ଚିଛନ୍ତି  । ବଡବଜାର ଥାନା ଗଣେଶ ନଗର ପ୍ରଥମ ଲାଇନରେ ଥିବା ନକଲି ସସ୍ ଫ୍ୟାକଟ୍ରିକୁ ଗତକାଲି ଠାବ କରିଥିଲା ପୁଲିସ।  ଫ୍ୟାକଟ୍ରିରୁ ବିପୁଳ ପରିମାଣର ଅପମିଶ୍ରିତ ଟମାଟୋ, ଚିଲି ଓ ସୋୟା ସସ୍ ଜବତ କରାଯାଇଥିଲା ।

ସହରର ବିଭିନ୍ନ ସ୍ଥାନକୁ ଏହି ଅପମିଶ୍ରିତ ସସ୍ ପଠାଯାଉଥିବା ପୁଲିସ କହିଛି  । ଅପମିଶ୍ରିତ ସସ୍‌କୁ ବିଭିନ୍ନ ନାମୀଦାମୀ କମ୍ପାନୀ ଷ୍ଟିକର ଲଗାଇ ପ୍ରସ୍ତୁତ କରାଯାଉଥିଲା । କାରଖାନା ମାଲିକଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି । ଘଟଣାର ତନାଘନା କରାଯାଉଛି ।

The post ବୋତଲ ପାଣି ବି ବିଷ ! appeared first on Odisha Reporter.



from Odisha Reporter https://ift.tt/3sUpstg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages