ଭିତରକନିକାରେ ଧର୍ମେନ୍ଦ୍ର, କହିଲେ କୋଷ୍ଟାଲ ହାଇୱେ କଥା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 24, 2021

ଭିତରକନିକାରେ ଧର୍ମେନ୍ଦ୍ର, କହିଲେ କୋଷ୍ଟାଲ ହାଇୱେ କଥା

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର) ବଉଳା କୁମ୍ଭୀର ଗଣନା ପାଇଁ ୯ ଦିନ ବନ୍ଦ ରହିବା ପରେ ଆଜିଠୁ ପୁଣି ପର୍ଯ୍ୟଟକଙ୍କ ଲାଗି ଖୋଲିଛି ଭିତରକନିକା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଡଙ୍ଗା ଯୋଗେ ଭିତରକନିକା ଜାତୀୟ ଉଦ୍ୟାନ ବୁଲି ଦେଖିଛନ୍ତି । ଏହାପରେ କୋଭିଡ ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି କେନ୍ଦ୍ର ମନ୍ତ୍ରୀ । ପ୍ରଥମ ପର୍ଯ୍ୟାୟରେ ଟିକା ନେଇଥିବା କୋଭିଡ ଯୋଦ୍ଧାଙ୍କୁ ସର୍କିଟ୍ ହାଉସରେ ସମ୍ବର୍ଦ୍ଧିତ କରିଛନ୍ତି । ଭିତରକନିକା ପରିଦର୍ଶନ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, କୋଷ୍ଟାଲ ହାଇେୱେ ହେବ ଲାଇଫ୍ ଲାଇନ୍, ଏଥତ୍ପାଇଁ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ।

ରାଜ୍ୟ ଓ କେନ୍ଦ୍ର ସରକାର ମିଶି କୋଷ୍ଟାଲ ହାଇେୱେ ନେଇ ଯୋଜନା ଆରମ୍ଭ କରିଛନ୍ତି।  ଦୀଘାରୁ ଗୋପାଳପୁର ପର୍ଯ୍ୟନ୍ତ ହେବାକୁ ଥିବା ଏହି ହାଇେୱେ ହେଲେ କେନ୍ଦ୍ରାପଡାବାସୀ ଅଧିକ ଉପକୃତ ହେବେ ବୋଲି କହିଛନ୍ତି ଧର୍ମେନ୍ଦ୍ର । ତାସହ ହରିଦାସପୁର ପାରାଦୀପ୍ ଲାଇନ୍‌ରେ ଖୁବ୍ ଶୀଘ୍ର ଯାତ୍ରୀବାହୀ ଓ ମାଲବାହୀ ଟ୍ରେନ୍ ଉଭୟ ଚାଲିବ ବୋଲି ସେ କହିଛନ୍ତି।

The post ଭିତରକନିକାରେ ଧର୍ମେନ୍ଦ୍ର, କହିଲେ କୋଷ୍ଟାଲ ହାଇୱେ କଥା appeared first on Odisha Reporter.



from Odisha Reporter https://ift.tt/2LYfvup

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages