ଦୁଇଟି ଦୋକାନ ଉପରେ ଚଢ଼ିଗଲା, ବାଇକ୍‌ ଆରୋହୀଙ୍କୁ ପିଟି ଦେଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 6, 2021

ଦୁଇଟି ଦୋକାନ ଉପରେ ଚଢ଼ିଗଲା, ବାଇକ୍‌ ଆରୋହୀଙ୍କୁ ପିଟି ଦେଲା

ଜଳେଶ୍ୱର (ଅଜିତ କୁମାର ଦାସ): ଦୁଇଟି ଉଠା ଦୋକାନ ଉପରେ ଚଢ଼ିଯିବା ସହିତ ଜଣେ ବାଇକ୍‌ ଆରୋହୀଙ୍କୁ ପଛରୁ ଧକ୍କା ଦେଲା ଡମ୍ପର। ବାଲେଶ୍ୱର ଜିଲ୍ଲାର କମର୍ଦ୍ଦା ଥାନା ଅନ୍ତର୍ଗତ ବାରମାଇଲ୍‌ ଛକରେ ୫୭ ନମ୍ବର ରାଜ୍ୟ ରାଜପଥରେ ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି।

ଏଥିରେ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଜଳେଶ୍ୱରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଅନ୍ୟପକ୍ଷରେ ଏହି ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଟାୟାର ଜାଳି ରାସ୍ତାରୋକ କରିଥିଲେ। ସେମାନେ ସେଠାରେ ହମ୍ପସ୍‌ ନିର୍ମାଣ କରିବାକୁ ଦାବି କରିଥିଲେ। କମର୍ଦ୍ଦା ପୁଲିସ୍ ଆସି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲା। ଏହା ସହିତ ୭ ଦିନ ମଧ୍ୟରେ ଦାବି ପୂରଣ ନେଇ ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ମିଳିବା ପରେ ରାସ୍ତାରୋକ ହଟିଥିଲା।

ସ୍ଥାନୀୟ ବାସିନ୍ଦା ଲକ୍ଷ୍ମୀକାନ୍ତ ପ୍ରମାଣିକ କହିଛନ୍ତି, ଆଠ ନଅ ଦିନ ତଳେ ଏଠାରେ ଡମ୍ପର ଧକ୍କାରେ ଜଣଙ୍କ ମୃତ୍ୟୁ ଘଟିଥିଲା। ଏଣୁ ଏଠାରେ ହମ୍ପସ ନିର୍ମାଣ କରାଯାଉ। ତା’ସହିତ ପୁଲିସ୍ ଓ ଆର୍‌ଟିଓ ତରଫରୁ ଏଠାରେ ନିମୟିତ ଭାବେ ଡିଏଲ୍‌ ଓ ଗାଡ଼ି ଗୁଡ଼ିକର ସ୍ପୀଡ୍ ଯାଞ୍ଚ କରାଯାଉ। ବହୁତ ଗାଡ଼ି ହେଲପରମାନେ ବିନା ଲାଇସେନ୍ସରେ ଚଲାଉଛନ୍ତି।

The post ଦୁଇଟି ଦୋକାନ ଉପରେ ଚଢ଼ିଗଲା, ବାଇକ୍‌ ଆରୋହୀଙ୍କୁ ପିଟି ଦେଲା appeared first on Odisha Reporter.



from Odisha Reporter https://ift.tt/3bhbrQ0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages