‘ମୋତେ ଖାଇବାକୁ ଦିଅ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 11, 2021

‘ମୋତେ ଖାଇବାକୁ ଦିଅ’

ବଣାଇ (ରଞ୍ଜିତ ଚୌଧୁରୀ): ତିନି ଦିନ ତଳେ ଆମେ ଆପଣଙ୍କୁ ଦେଖାଇଥିଲୁ ଏହି ଭିଡିଓ। ହାତୀଟିଏ ରାଜରାସ୍ତାରେ ଗାଡ଼ି ଅଟକାଇ ମାଗୁଥିଲା ଖାଦ୍ୟ। ସେଥିପାଇଁ ସେଦିନ ସେହି ଜାଗାରେ ୨ ଘଣ୍ଟା ପର୍ଯ୍ୟନ୍ତ ଗାଡ଼ି ଚଳାଚଳ ବି ବାଧାପ୍ରାପ୍ତ ହୋଇଥିଲା। ହେଲେ କେବଳ ସେଦିନ ନୁହେଁ, ସପ୍ତାହେ ଉପରେ ସେହି ରାସ୍ତାରେ ଏମିତି ଖାଦ୍ୟ ମାଗୁଛି ଏହି ହାତୀଟି।

ଘଟଣାଟି ସୁନ୍ଦରଗଡ଼ ଜିଲ୍ଲା ଟେନସା-ବରସୁଁଆ ରାଜରାସ୍ତାର। ଦିନ ନାହିଁ ରାତି ନାହିଁ, ଯେତେବେଳେ ଇଚ୍ଛା ରାସ୍ତା ଉପରକୁ ଓହ୍ଲାଇ ଆସି ଗାଡ଼ି ଅଟକାଇ ଶୁଣ୍ଢକୁ ବଢ଼ାଇ ଦେଉଛି ଓ ଖାଇବାକୁ ମାଗୁଛି ଏହି ହାତୀ। ତା’ଯୋଗୁଁ ମଝିରେ ମଝିରେ ସେହି ରାସ୍ତାରେ ଗାଡ଼ି ଚଳାଚଳରେ ବାଧା ଉପୁଜୁଛି। କିନ୍ତୁ ହାତୀଟି ଏଯାଏଁ କାହାର କିଛି କ୍ଷତି କରିନି।

ଖାଦ୍ୟ ପାଇଗଲେ ଖାଇଦେଇ ସେ ସୁନାପିଲା ପରି ପୁଣି ଜଙ୍ଗଲ ଭିତରକୁ ଚାଲିଯାଉଛି ବୋଲି କହିଛନ୍ତି କିଛି ଟ୍ରକ୍ ଚାଳକ। ତେବେ ଏଯାଏଁ ହାତୀଟିକୁ ସେଠାରୁ ଘଉଡ଼ାଇବାରେ ସଫଳ ହୋଇନି ବନ ବିଭାଗ । ଏନଇ ବରସୁଆଁ ରେଞ୍ଜର କହିଛନ୍ତି, ଆମେ ଟ୍ରାକ କରୁଛୁ। ଦୁଇଟି ହାତୀ ଅଛନ୍ତି। ଗୋଟିଏ ରାସ୍ତାକୁ ଆସି ଖାଦ୍ୟ ମାଗୁଛି। ହେଲେ ସେ ଭାରି ଶାନ୍ତ ହାତୀ। କାହାର କିଛି କ୍ଷତି କରୁନି। ଆମ ଟିମ ତା’ ଉପରେ ନଜର ରଖିଛି।

The post ‘ମୋତେ ଖାଇବାକୁ ଦିଅ’ appeared first on Odisha Reporter.



from Odisha Reporter https://ift.tt/2MNhDoK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages