ଜଳେଶ୍ୱର(ଅଜିତ ଦାଶ): ଚୋରି ଅଭିଯୋଗରେ ଯୁବକଙ୍କୁ ନିର୍ଦ୍ଧୁମ ଛେଚିଲେ ଗାଁ ଲୋକେ। ବିଦ୍ୟୁତ ଖଣ୍ଟରେ ବାନ୍ଧି ଦେଲେ ଉତ୍ତମମଧ୍ୟମ। ବାଲେଶ୍ୱର ଜିଲ୍ଲା ବାଳିଆପାଳ ଥାନା ଖଗଡା ପାଳ ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା ।
ଗତକାଲି ରାତିରେ ଗାଁର ରାଜକୁମାର ମହାପାତ୍ର ନାମକ ଜଣୋ ଯୁବକ ସ୍ଥାନୀୟ ଜଣେ ଲୋକଙ୍କ ଘରୁ ପାଣଇ ଉଠା ମଟର ଚୋରି କୁରଥିଲେ । ଏହି ସମୟରେ ଘର ଲୋକ ଉଠି ଯାଇ ଯୁବକଙ୍କୁ କାବୁ କରି ନେଇଥିଲେ। ପରେ ଗାଁ ଲୋକେ ଏକାଠି ହୋଇ ତାକୁ ଖୁଣ୍ଟରେ ବାନ୍ଧି ମାଡ ମାରିଥିଲେ। ଅନ୍ୟପଟେ ଯୁବକ ଜଣକ ପେଟ୍ରୋଲ ପକାଇବାକୁ ଯାଉଥିବା କହିଥିଲେ ମଧ୍ୟ ତାଙ୍କ କଥା କେହି ଶୁଣିନଥିଲେ। ନିଶା ସେବନ ପାଇଁ ଗାଁର ଅନେକ ଲୋକଙ୍କ ଘରୁ ବିଭିନ୍ନ ଜିନିଷ ଚୋରୀ କରିଥିବା ଅଭିଯାଗରେ ରାଜକୁମାରଙ୍କୁ ଗାଁ ଲୋକେ ଧରି ମାଡ ମାରିଥିବା ଅଭିଯୋଗ ହୋଇଛି। ଆଇନକୁ ହାତକୁ ନନେଇ ଚୋରକୁ ପୁଲିସ ଜିମାରେ ଦେବା ପାଇଁ ଗାଁର ବୁଦ୍ଧିଜୀବୀମାନେ କହିଛନ୍ତି।
The post ଚୋରି ଅଭିଯୋଗରେ ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ଛେଚିଲେ appeared first on Odisha Reporter.
from Odisha Reporter https://ift.tt/3oCIiCV
No comments:
Post a Comment