ଝାରସୁଗୁଡ଼ା(ଭାଗିରଥୀ ସାହୁ): ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ହରିଓମ ବିହାରରେ ଗତରାତିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଏକ ଘରେ ଶୋଇଥିବା ଅବସ୍ଥାରେ ଗୋଟିଏ ପରିବାରର ୪ ଜଣ ପୋଡ଼ି ହୋଇ ଗୁରୁତର ହୋଇପଡ଼ିଛନ୍ତି। ଗୁରୁତରଙ୍କ ମଧ୍ୟରେ ଜଣେ ବୃଦ୍ଧା, ତାଙ୍କ ପୁଅ, ବିବାହିତା ଝିଅ ଓ ୯ ବର୍ଷୀୟା ନାତୁଣୀ ଅଛନ୍ତି।
ସୂଚନାଯୋଗ୍ୟ, ବୃଦ୍ଧାଜଣକ ନିଜ ପୁଅ, ଭାଇ ଓ ଚାକର ସହ ଘରେ ରୁହନ୍ତି। କିଛି ଦିନ ହେବ ତାଙ୍କ ଝିଅ ନାତୁଣୀ ସହ ବାପଘରକୁ ବୁଲି ଆସିଥିଲେ। ଗତ ରାତିରେ ଘରର ମେନ୍ ଗେଟ୍ ସମେତ ଭିତର ପଟୁ କବାଟ ବନ୍ଦ କରି ସମସ୍ତେ ଶୋଇଥିଲେ। ତଳ ମହଲାରେ ବୃଦ୍ଧା ନିଜ ପୁଅ, ଝିଅ ଓ ନାତୁଣୀଙ୍କ ସହ ଶୋଇଥିବା ବେଳେ ଉପର ମହଲାରେ ତାଙ୍କ ଭାଇ ଓ ଘରର ଚାକର ଶୋଇଥିଲେ। ହେଲେ ଭୋର ୪ଟାରେ ହଠାତ୍ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟି ତଳ ମହଲାରେ ଶୋଇଥିବା ୪ ଜଣ ଗୁରୁତର ହୋଇପଡ଼ିଥିଲେ।
ସେମାନଙ୍କ ଚିତ୍କାର ଶୁଣି ପାଖପଡ଼ୋଶୀ ଓ ପୁଲିସ୍ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି IGHରେ ଭର୍ତ୍ତି କରିଛି। ଉପର ମହଲାରେ ଶୋଇଥିବା ୨ ଜଣ ସୁରକ୍ଷିତ ଥିବା ଜଣାଯାଇଛି। ଘରେ କିଛି ସଟସର୍କିଟ ହୋଇ ନ ଥିବା ବେଳେ ଭିତର ପଟୁ ବନ୍ଦ ଥିବା ବେଳେ କିପରି ନିଆଁ ଲାଗିଲା ତାହାର ତଦନ୍ତ ଆରମ୍ଭ କରିଛି ପୁଲିସ୍। ଏନେଇ କୌଣସି ଅଭିଯୋଗ ହୋଇନାହିଁ।
The post ରାତିରେ ହଠାତ୍ ଘରେ ଲାଗିଲା ନିଆଁ, ପରିବାରର ୪ ଗୁରୁତର appeared first on Odisha Reporter.
from Odisha Reporter https://ift.tt/39lrSbr
No comments:
Post a Comment