ନୂଆଦିଲ୍ଲୀ: ଅଷ୍ଟ୍ରେଲିଆକୁ ତା’ ମାଟିରେ ଟେଷ୍ଟ୍ ସିରିଜ୍ରେ ହରାଇ ଐତିହାସିକ ବିଜୟ ହାସଲ କରିଥିବା ଟିମ୍ ଇଣ୍ଡିଆ ପାଇଁ ସାରା ଦେଶରୁ ଛୁଟୁଛି ପ୍ରଶଂସାର ସୁଅ। ବିଶେଷ କରି ଶେଷ ମ୍ୟାଚ୍ରେ ଅଧିକାଂଶ ଅନଭିଜ୍ଞ ଖେଳାଳି ସାମିଲ ହୋଇଥିଲେ ବି ଭାରତ ମ୍ୟାଚ୍ ଜିତି ସିରିଜ୍ ହାତେଇ ଥିବାରୁ ସମସ୍ତେ ଖୁସି ହୋଇଛନ୍ତି। ଆଉ ଏଭଳି ସ୍ଥିତିରେ ଯେତେବେଳେ ଟିମ୍ ଇଣ୍ଡିଆର ଯୁବ ଓ ପ୍ରତିଭାବନ ଦ୍ରୁତ ବୋଲର ଟି. ନଟରାଜନ ତାମିଲନାଡୁର ସେଲମ ଜିଲ୍ଲା ସ୍ଥିତ ନିଜ ଜନ୍ମମାଟି ଚିନ୍ନପ୍ପମ୍ପତ୍ତିରେ ପହଞ୍ଚିଲେ ତାଙ୍କୁ ଦିଆଯାଇଥିଲା ଉଚ୍ଛ୍ୱସିତ ସମ୍ବର୍ଦ୍ଧନା।
ଗାଁ ଲୋକେ ନଟରାଜଙ୍କୁ ସ୍ୱାଗତ କରିବା ପାଇଁ ଏକ ରଥ ପ୍ରସ୍ତୁତ କରିଥିଲେ। ସେହି ରଥରେ ତାଙ୍କୁ ବସାଇ ଗାଁ ଲୋକେ ଶୋଭାଯାତ୍ରାରେ ନେଇଥିଲେ।
ଏହି ଭିଡିଓଟିକୁ ଟିମ୍ ଇଣ୍ଡିଆର ପୂର୍ବତନ ସଦସ୍ୟ ବୀରେନ୍ଦ୍ର ସେହୱାଗ ସୋଶାଲ୍ ମିଡିଆରେ ଶେଆର କରିଛନ୍ତି। ଭିଡିଓଟିକୁ ଶେଆର କରି ସେହୱାଗ ଲେଖିଛନ୍ତି- ସ୍ୱାଗତ କରିବେ ନାହିଁ? ଏହା ହେଉଛି ଭାରତ। ଏଠାରେ କ୍ରିକେଟ୍ କେବଳ ମାତ୍ର ଏକ ଖେଳ ନୁହେଁ। ଏହା ତା’ଠାରୁ ଆହୁରି କିଛି ଅଧିକ। ନଟରାଜନ ତାଙ୍କ ଗାଁକୁ ଫେରିବା ପରେ ଏକ ଗ୍ରାଣ୍ଡ ୱେଲ୍ କମ୍ ପାଇଥିଲେ।
ବ୍ରିସ୍ବେନ୍ରେ ଖେଳା ଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଓ ଅନ୍ତିମ ଟେଷ୍ଟ୍ ମ୍ୟାଚ୍ରେ ଡେବ୍ୟୁ କରିଥିଲେ ନଟରାଜନ। ଏହି ମ୍ୟାଚ୍ରେ ସେ ତିନୋଟି ୱିକେଟ୍ ନେଇଥିଲେ। ଅଷ୍ଟ୍ରେଲିଆର ପ୍ରଥମ ଇନିଂସରେ ସେ ଏହି ସବୁ ୱିକେଟ୍ ନେଇଥିଲେ। ମାର୍ନସ ଲାବୁଶେନ୍, ମାଥ୍ୟୁ ୱାଡେ ଓ ଜୋଶ ହେଜେଲଉଡ୍ଙ୍କୁ ସେ ଆଉଟ୍ କରିଥିଲେ। ତେବେ ଦ୍ୱିତୀୟ ଇନିଂସ୍ରେ ସେ ୱିକେଟ୍ ପାଇ ନଥିଲେ।
ଏହା ପୂର୍ବରୁ ନଟରାଜନ ଅଷ୍ଟ୍ରେଲିଆ ଗସ୍ତରେ ଉଭୟ ଦିନିକିଆ ଓ ଟି-ଟ୍ୱେଣ୍ଟିରେ ଡେବ୍ୟୁ କରିଥିଲେ।
ସୂଚନାଯୋଗ୍ୟ, ବ୍ରିସ୍ବେନ୍ରେ ଅଷ୍ଟ୍ରେଲିଆ ୧୯୮୮ରୁ ଅପରାଜେୟ ରହିଥିଲା। ଏଠାରେ ଅଷ୍ଟ୍ରେଲିଆକୁ ହରାଇ ଟିମ୍ ଇଣ୍ଡିଆ ୪ଟି ମ୍ୟାଚ୍ ବିଶିଷ୍ଟ ଏହି ଟେଷ୍ଟ ସିରିଜ୍କୁ ୨-୧ରେ ଜିତି ନେଇଥିଲା।
The post ନଟରାଜନଙ୍କୁ କେମିତି ସ୍ୱାଗତ କଲେ ଗାଁ ଲୋକେ, ଭିଡିଓ ଶେଆର କରିଛନ୍ତି ସେହୱାଗ appeared first on Odisha Reporter.
from Odisha Reporter https://ift.tt/2KIexC0
No comments:
Post a Comment