ନୂଆଦିଲ୍ଲୀ: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ମହଙ୍ଗା ହୋଇଛି ପେଟ୍ରୋଲ ଓ ଡିଜେଲ ଦର। ୫ ଦିନର ବ୍ୟବଧାନ ପରେ ବୁଧବାର ଠାରୁ ତୈଳ ଦର ବଢ଼ିବା ଆରମ୍ଭ ହୋଇଥିଲା। ଆଜି ମଧ୍ୟ ଉଭୟ ପେଟ୍ରୋଲ ଓ ଡିଜେଲ ଦର ବଢ଼ିବା ଗ୍ରାହକଙ୍କ ଚିନ୍ତା ବଢ଼ାଇ ଦେଇଛି।
ଆଜି ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲର ଲିଟର ପିଛା ଦର ୨୫ ପଇସା ମହଙ୍ଗା ହୋଇଛି। ବର୍ଦ୍ଧିତ ଦାମ ପରେ ଦିଲ୍ଲୀରେ ପେଟ୍ରୋଲର ଲିଟର ପିଛା ଦର ୮୪.୭୦ ଟଙ୍କା ହୋଇଯାଇଛି। ସେହିପରି ଡିଜେଲ ଲିଟର ପିଛା ୭୪.୮୮ ଟଙ୍କାରେ ବିକ୍ରି ହେଉଛି। ଗତକାଲି ଏଠାରେ ପେଟ୍ରୋଲ ଦର ୮୪.୪୫ ଓ ଡିଜେଲ ୭୪.୬୩ ଟଙ୍କାରେ ବିକ୍ରି ହେଉଥିଲା
ନୂଆ ଦାମ ପରେ ଦିଲ୍ଲୀରେ ପେଟ୍ରୋଲର ଲିଟର ପିଛା ଦର ସର୍ବକାଳୀନ ରେକର୍ଡ କରିଛି। ସେହିପରି ମୁମ୍ବାଇରେ ଡିଜେଲ ଦର ସବୁ ପୁରୁଣା ରେକର୍ଡକୁ ଭାଙ୍ଗି ଦେଇଛି। ପୂର୍ବରୁ ଦିଲ୍ଲୀରେ ପେଟ୍ରୋଲ ଦର କେବେ ହେଲେ ୮୪ ଟଙ୍କାର ଅଧିକ ଟପି ନଥିଲା। ମୁମ୍ବାଇରେ ଆଜି ସକାଳୁ ପେଟ୍ରୋଲର ଲିଟର ପିଛା ଦର ୯୧.୩୨ ଟଙ୍କା ରହିଥିବା ବେଳେ ଡିଜେଲ ଦାମ ୮୧.୬୦ ଟଙ୍କା ରହିଛି।
ଚେନ୍ନାଇରେ ପେଟ୍ରୋଲ ଦାମ ୮୭.୪୦ ଟଙ୍କା ଓ ଡିଜେଲର ଲିଟର ପିଛା ଦାମ ୮୦.୧୯ ଟଙ୍କା ହୋଇଛି। କୋଲକାତାରେ ପେଟ୍ରୋଲର ଲିଟର ପିଛା ଦର ୮୬.୧୫ ଟଙ୍କା ଥିବା ବେଳେ ଡିଜେଲର ଲିଟର ପିଛା ଦାମ ୭୮.୪୭ ଟଙ୍କା ରହିଛି।
ଜାନୁଆରୀ ୬ ଓ ୭ ତାରିଖରେ ମଧ୍ୟ ତୈଳଦର ବୃଦ୍ଧି ପାଇଥିଲା। ଏହାପରେ ତୈଳ ଦରରେ କୌଣସି ପରିବର୍ତ୍ତନ ହୋଇ ନଥିଲା। ହେଲେ କାଲି ଠାରୁ ପୁଣିଥରେ ଦେଶରେ ତୈଳ ଦର ବଢ଼ିବା ଆରମ୍ଭ ହୋଇଛି।
The post ରେକର୍ଡ ଭାଙ୍ଗୁଛି ତୈଳ ଦର, ପୁଣି ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ appeared first on Odisha Reporter.
from Odisha Reporter https://ift.tt/3qlGm2e
No comments:
Post a Comment