୪୭ ହଜାର କୋଟିରେ ୮୩ଟି ସ୍ୱଦେଶୀ ତେଜସ୍‌ କିଣିବାକୁ ଡିଲ୍‌ ଫାଇନାଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 13, 2021

୪୭ ହଜାର କୋଟିରେ ୮୩ଟି ସ୍ୱଦେଶୀ ତେଜସ୍‌ କିଣିବାକୁ ଡିଲ୍‌ ଫାଇନାଲ

ନୂଆଦିଲ୍ଲୀ: ଅଧିକ ସଶକ୍ତ ହେବ ଭାରତର ପ୍ରତିରକ୍ଷା କ୍ଷେତ୍ର। କାରଣ ଶତ୍ରୁ ପକ୍ଷକୁ ମାତ୍‌ ଦେବାକୁ ଆସୁଛି ଯୁଦ୍ଧ ବିମାନ ତେଜସ। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ୮୩ଟି ଯୁଦ୍ଧ ବିମାନ କିଣିବାକୁ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ(ସିସିଏସ୍) ଅନୁମୋଦନ ଦେଇଛି।

ଏଥିପାଇଁ ୪୬,୮୯୮ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଏହି ୮୩ଟି ବିମାନ ମଧ୍ୟରୁ ୭୩ଟି ତେଜସ ଫାଇଟର ଜେଟ ହୋଇଥିବା ବେଳେ ଆଉ ୧୦ଟି ଟ୍ରେନର ବିମାନ। ଏତେ ସଂଖ୍ୟକ ବିମାନ ନିର୍ମାଣ କରିବା ପାଇଁ ଏଚଏଏଲ ୫୦୦ଟି ବଡ଼ ଓ ଛୋଟ କମ୍ପାନୀ ସହ ମିଶି କାମ କରୁଛି।

ଏହି ବିମାନ ଗୁଡ଼ିକ ମଧ୍ୟରେ ଥିବା ସିଙ୍ଗଲ ଇଞ୍ଜିନ ତେଜସ ମାର୍କ-୧ଏକୁ ୩ ବର୍ଷ ମଧ୍ୟରେ ଏଚଏଏଲ ବାୟୁସେନାକୁ ଦେବ। ସେହିପରି ସମସ୍ତ ୮୩ଟି ଯାକ ବିମାନ ୨୦୨୪ରୁ ୨୦୨୮ ଡିସେମ୍ବର ମଧ୍ୟରେ ବାୟୁସେନା ପାଇବ ବୋଲି ସମୟ ଧାର୍ଯ୍ୟ ହୋଇଛି। ଏହା ମଧ୍ୟରେ ୧୦ଟି ମାର୍କ-୧ ଟ୍ରେନର ବିମାନ ମଧ୍ୟ ରହିଛି।

ଦେଶୀ ତେଜସ ମାର୍କ-୧ଏ ବିମାନରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଇଞ୍ଜିନ ସହ  ୫୦% ବିଦେଶୀ ଯନ୍ତ୍ରାଂଶ ରହିଛି। ତେବେ ୮୩ଟି ତେଜସ ନିର୍ମାଣ ବେଳେ ସ୍ୱଦେଶୀ ଯନ୍ତ୍ରାଂଶ ୬୦% ବ୍ୟବହାର କରାଯିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି।

The post ୪୭ ହଜାର କୋଟିରେ ୮୩ଟି ସ୍ୱଦେଶୀ ତେଜସ୍‌ କିଣିବାକୁ ଡିଲ୍‌ ଫାଇନାଲ appeared first on Odisha Reporter.



from Odisha Reporter https://ift.tt/39ukr1Z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages