ସ୍ୱାମୀସ୍ତ୍ରୀ କଳହର କରୁଣ ପରିଣତି; ନିଜ ଦେହରେ ନିଆଁ ଲଗାଇଲେ ମହିଳା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 8, 2021

ସ୍ୱାମୀସ୍ତ୍ରୀ କଳହର କରୁଣ ପରିଣତି; ନିଜ ଦେହରେ ନିଆଁ ଲଗାଇଲେ ମହିଳା

ବିନିକା(ଦିଲୀପ ସାହୁ):  ସ୍ୱାମୀସ୍ତ୍ରୀ କଳହର କରୁଣ ପରିଣତି ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ବେହେରାମାଲ ଗାଁରେ । ନିଜ ଦେହରେ କିରୋସିନୀ ଢାଳି ଆତ୍ମହତ୍ୟା କରିଛନ୍ତି ମହିଳା । ଏମିତି ଏକ ଘଟଣା ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ବେହେରାମାଲ ଗାଁରେ ଘଟିଛି । ମୃତ ମହିଳାଜଣକ ହେଲେ ବେହେରାମାଲ ଗାଁର ଭାନୁମତୀ ଭୋଇ (୪୦) ।

ସୂଚନାଯୋଗ୍ୟ, ଗତ ରାତିରେ ସ୍ୱାମୀ ସ୍ତ୍ରୀଙ୍କ ଭିତରେ କଳି ଝଗଡା ହୋଇଥିବା ବେଳେ ସ୍ୱାମୀ ଘରୁ ବାହାରକୁ ଚାଲିଆସିଥିଲେ । ପରେ ଭାନୁମତୀ ନିଜ ଦେହରେ କିରୋସିନି ଢାଳି ଦିଆସିଲି ମାରିବା ସହ ପୋଡି ହୋଇଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ପ୍ରଥମେ ଡୁଙ୍ଗୁରିପାଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ବୀର ସୁରେନ୍ଦ୍ର ସାଏ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ  ଚିକିତ୍ସାଧିନ ଅବସ୍ଥାରେ ଆଜି ତାଙ୍କ ମୃତ୍ୟୁ ଘଟିଛି । ଭାନୁମତିଙ୍କ ପାଞ୍ଚ ବର୍ଷର ଗୋଟିଏ ପୁଅ ଏବଂ ୬ ମାସର ଝିଅ ଅଛନ୍ତି I

The post ସ୍ୱାମୀସ୍ତ୍ରୀ କଳହର କରୁଣ ପରିଣତି; ନିଜ ଦେହରେ ନିଆଁ ଲଗାଇଲେ ମହିଳା appeared first on Odisha Reporter.



from Odisha Reporter https://ift.tt/3q9rlQZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages