ମୁମ୍ବାଇ: ଚର୍ଚ୍ଚାରେ ଭାରତୀୟ କ୍ରିକେଟ ଖେଳାଳି କେ ଏଲ୍ ରାହୁଲ। ପୁଣି ଭାଇରାଲ ହୋଇଛି ଏହି କ୍ରିକେଟରଙ୍କ ଫଟୋ। ସୁନୀଲ ସେଟ୍ଟିଙ୍କ ଝିଅ ତଥା ଅଭିନେତ୍ରୀ ଅଥିଆ ସେଟ୍ଟିଙ୍କ ସହ କ୍ରିକେଟର କେ ଏଲ୍ ରାହୁଲଙ୍କ ଏକ ଫଟୋ ସାମ୍ନାକୁ ଆସିଛି। ଯାହା ସୋଶାଲ ମିଡିଆରା ଜୋରସୋରରେ ଭାଇରାଲ ହେବାରେ ଲାଗିଛି।
କିଛି ଦିନ ହେବ ବଲିଉଡ ଠାରୁ ଦୂରରେ ଥିବା ଅଥିଆ ନିକଟରେ ତାଙ୍କ ଇନଷ୍ଟାଗ୍ରାମରେ କେଏଲ ରାହୁଲଙ୍କ ସହ ଥିବା ଏକ ଫଟୋକୁ ଶେଆର କରିଛନ୍ତି। ଏହି ଫଟୋରେ ଦୁହେଁ ମୁହଁରେ ମାସ୍କ ପିନ୍ଧି ଏକାଠି ନଜର ଆସିଛନ୍ତି। ଏଥିସହ ଦୁହେଁ କ୍ୟାମେରାକୁ ଦେଖି ପୋଜ ମଧ୍ୟ ଦେଉଛନ୍ତି। ଦୁହିଁଙ୍କ ଏହି ଫଟୋକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଅଥିଆ ଏବଂ କେଏଲ ରାହୁଲଙ୍କ ସମ୍ପର୍କକୁ ନେଇ ମଧ୍ୟ ତାଙ୍କ ଫ୍ୟାନ୍ସମାନେ ଚର୍ଚ୍ଚା କରୁଛନ୍ତି। ପୂର୍ବରୁ ମଧ୍ୟ ଅଥିଆ ଏବଂ କେଏଲ୍ ରାହୁଲଙ୍କ ଏକାଠି ଅନେକ ଫଟୋ ସାମ୍ନାକୁ ଆସିଛି। ତେବେ ଏହି ଫଟୋକୁ ନେଇ ଅଥିଆ କିମ୍ବା ରାହୁଲଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ପୂର୍ବରୁ ମଧ୍ୟ ଦୁହେଁ ନିଜ ସମ୍ପର୍କକୁ ନେଇ ମିଡିଆ ସାମ୍ନାରେ କିଛି ବି ମୁହଁ ଖୋଲି ନାହାନ୍ତି ।
ଅଭିନେତ୍ରୀ ଅଥିଆ ସୋଶାଲ ମିଡିଆରେ ବେଶ ଆକ୍ଟିଭ । କରୋନା ଲକଡାଉନ ସମୟରେ ମଧ୍ୟ ଅଥିଆ ସୋଶାଲ ମିଡିଆରା ଆକ୍ଟିଭ ଥିଲେ। ନିଜ ବ୍ୟକ୍ତିଗତ ଜୀବନୀର କିଛି ଫଟୋକୁ ସେ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ପୋଷ୍ଟ କରି ଫ୍ୟାନ୍ସମାନଙ୍କୁ ଅପଡେଟ ଦଇଥିଲେ। ସୂଚନାଯୋଗ୍ୟ ଅଥିଆଙ୍କୁ ଶେଷଥର ପାଇଁ ‘ମୋତିଚୁର ଚକନାଚୁର’ ଫିଲ୍ମରେ ଦେଖିବାକୁ ମିଳିଥିଲା। ଏଥିରେ ତାଙ୍କ ଅପୋଜିଟରେ ନୱାଜଉଦ୍ଧିନ ସିଦ୍ଧିକି ଥିଲେ । ଫିଲ୍ମଟି ବକ୍ସ ଅଫିସରେ ସେତେଟା ଭଲ ପ୍ରଦର୍ଶନ କରିପାରି ନଥିଲା।
The post କେଏଲ୍ ରାହୁଲଙ୍କ ଫଟୋ ଭାଇରାଲ appeared first on Odisha Reporter.
from Odisha Reporter https://ift.tt/38R053P
No comments:
Post a Comment