- ଗତକାଲି ରୋହିତଙ୍କୁ ଗାଭାସ୍କର କହିଥିଲେ ‘ଦାୟିତ୍ୱହୀନ ବ୍ୟାଟ୍ସମ୍ୟାନ’
- ତିଷ୍ଠି ପାରିଲେନି ପୂଜାରା ଓ ଆଜିଙ୍କ୍ୟ
- କମାଲ କରିପାରିଲେନି ପନ୍ତ
ବ୍ରିସ୍ବେନ୍: ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ତଥା ଶେଷ ଟେଷ୍ଟର ପ୍ରଥମ ଇନିଂସ୍ରେ ଭାରତୀୟ ଦଳର ବ୍ୟାଟ୍ସମ୍ୟାନ୍ମାନେ ବଡ଼ ସ୍କୋର କରିବାରେ ବିଫଳ ହୋଇଛନ୍ତି। ଦଳୀୟ ସ୍କୋର ୧୮୬ରେ ପହଞ୍ଚିଥିବା ବେଳେ ଦଳ ତା’ର ସମସ୍ତ ପ୍ରମୁଖ ବ୍ୟାଟ୍ସମାନଙ୍କୁ ହରାଇ ଦେଇଥିଲା।
ଓପନର ରୋହିତ ଶର୍ମା (୪୪ ରନ୍) ଓ ଶୁବମନ ଗିଲ୍ (୭ ରନ୍) କରି ଗତକାଲି ଆଉଟ୍ ହୋଇଯାଇଥିଲେ। ଗତକାଲି ବର୍ଷା ଯୋଗୁ ଧାର୍ଯ୍ୟ ସମୟ ପର୍ଯ୍ୟନ୍ତ ଖେଳ ହୋଇପାରି ନଥିଲା। ତେବେ ଅପରାଜିତ ଥିବା ଚେତେଶ୍ୱର ପୂଜାରା ଓ ଅଧିନାୟକ ଆଜିଙ୍କ୍ୟ ରାହାଣେ ଆଜି ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ।
ଚେତେଶ୍ୱର ଗତକାଲି ୮ ରନ୍ କରିଥିବା ବେଳେ ଆଜି ଆଉ ମାତ୍ର ୧୭ ରନ୍ କରି ଜୋଶ ହେଜେଲଉଡ୍ଙ୍କ ବଲ୍ରେ ଟିମ୍ ପେନ୍ଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ସେହିପରି ରାହାଣେ ୯୩ଟି ବଲ୍ରୁ ୩୭ ରନ୍ କରି ମିଚେଲ ଷ୍ଟାର୍କଙ୍କ ବଲ୍ରେ ମାଥ୍ୟୁ ୱାଡେଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ମୟଙ୍କ ଅଗ୍ରୱାଲ୍ ୭୫ଟି ବଲ୍ରୁ ୩୮ ରନ୍ (୩ ଚୌକା, ୧ ଛକା) କରିଥିବା ବେଳେ ଜୋଶ ହେଜେଲଉଡ୍ଙ୍କ ବଲ୍ରେ ଷ୍ଟିଭ୍ ସ୍ମିଥ୍ଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ।
ତୃତୀୟ ଟେଷ୍ଟରେ ଭଲ ଖେଳିଥିବା ଋଷଭ ପନ୍ତ ମଧ୍ୟ କିଛି କମାଲ କରି ପାରି ନଥିଲେ। ସେ ୨୯ଟି ବଲ୍ରେ ୨୩ ରନ୍ କରି ହେଜେଲଉଡ୍ଙ୍କ ଶିକାର ହୋଇଥିଲେ। କାମେରନ ଗ୍ରୀନ୍ ତାଙ୍କ କ୍ୟାଚ୍ ନେଇଥିଲେ।
ଖବର ଲେଖାଯିବା ବେଳକୁ ଭାରତ ୭୩ ଓଭରରେ ୨୧୫ ରନ୍ କରିଥିବା ବେଳେ ୬ଟି ୱିକେଟ୍ ହରାଇ ସାରିଛି। ୱାଶିଂଟନ ସୁନ୍ଦର ଓ ଶର୍ଦ୍ଦୁଳ ଠାକୁର କ୍ରିଜ୍ରେ ଅଛନ୍ତି। ୱାଶିଂଟନ୍ ୨୨ ରନ୍ କରିଥିବା ବେଳେ ଶର୍ଦ୍ଦୁଳ ୧୨ ରନ୍ କରିଛନ୍ତି।
ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୩୬୯ ରନ୍ କରିଛି।
The post ବଡ଼ ସ୍କୋର କରିପାରିଲେନି ଟିମ୍ ଇଣ୍ଡିଆର ବ୍ୟାଟ୍ସମ୍ୟାନ୍ appeared first on Odisha Reporter.
from Odisha Reporter https://ift.tt/2LYHoC2
No comments:
Post a Comment