ଲାଲକିଲ୍ଲାରେ ଚଢ଼ିଗଲେ ଚାଷୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 26, 2021

ଲାଲକିଲ୍ଲାରେ ଚଢ଼ିଗଲେ ଚାଷୀ

ନୂଆଦିଲ୍ଲୀ: ଟ୍ରାକ୍ଟର ରାଲି ଆଳରେ ଆଇନ ଭାଙ୍ଗିଲେ ଚାଷୀ। ଅନୁମତିର କଲେ ଦୂରୁପଯୋଗ। ଜୋର ଜବରଦସ୍ତ ଲାଲକିଲ୍ଲା ଉପରକୁ ଚଢ଼ିଗଲେ ଆନ୍ଦୋଳନରତ ଚାଷୀ। ଲାଲକିଲ୍ଲାରେ ପ୍ରବେଶ କରି ଉଡାଇଲେ ନିଜ ପତାକା, ବୁଲାଇଲେ ଖଣ୍ଡା। ଟ୍ରାକ୍ଟର ରାଲିରେ ଯାଇ ଐତିହାସିକ ଲାଲକିଲ୍ଲା ପାଚେରୀ ଚଢ଼ି କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରୁଥିବା ଚାଷୀମାନେ ଏଠାରେ ନାରାବାଜି କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଟ୍ରାକ୍ଟର ରାଲିକୁ ଅନୁମତି ମଳିଥିଲେ ମଧ୍ୟ ଏହାର ଦୁରୁପଯୋଗ କରି ପୁଲିସ ଲଗାଇଥିବା ବ୍ୟାରିକେଡ ଭାଙ୍ଗିବା ସହ ଦିଲ୍ଲୀର ବିଭିନ୍ନ ପ୍ରବେଶ ପଥରେ ବ୍ୟାପକ ପୋଡ଼ାଜଳା କରିଛନ୍ତି। ଉତ୍ତେଜନାମୂଳକ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ପୁଲିସକୁ ମଧ୍ୟ ପାଲଟା ଲାଠି ଚାର୍ଜ ସାଙ୍ଗକୁ ଲୁହବୁହା ଗ୍ୟାସ ପ୍ରୟୋଗ କରିବାକୁ ପଡ଼ିଛି। ସେଣ୍ଟ୍ରାଲ ଦିଲ୍ଲୀ ଆଇଟିଓରେ ସରକାରୀ ବସକୁ ଭଙ୍ଗାରୁଜା କରିଛନ୍ତି ଚାଷୀ।  ଏହା ସହ ସୁରକ୍ଷାରେ ମୁତୟନ ପୋଲିସ ଓ କର୍ତ୍ତବ୍ୟରତ ସାମ୍ବାଦିକଙ୍କ ଉପରକୁ ଟ୍ରାକ୍ଟର ଚଢ଼ାଇ ମାରିବାକୁ ଚେଷ୍ଟା କରୁଥିଲେ ଆନ୍ଦୋଳନକାରୀ ଅନ୍ନଦାତା।

ଆଜି ସାଧାରଣତନ୍ତ୍ର ଦିବସ ଅବସରରେ ଚାଷୀଙ୍କ ଟ୍ରାକ୍ଟର ରାଲି ଆୟୋଜନ ହୋଇଥିଲା। ଏଥିପାଇଁ ପୂର୍ବରୁ ଦିଲ୍ଲୀ ପୁଲିସ ସେମାନଙ୍କୁ ଅନୁମତି ମଧ୍ୟ ଦେଇଥିଲେ। ତେବେ ଆଜି ରାଲି ସମୟରେ ବିଭିନ୍ନ ସ୍ଥାନ ଚାଷୀଙ୍କ ହିଂସାତ୍ମକ ରୂପ ଦେଖିବାକୁ ମିଳିଛି।

The post ଲାଲକିଲ୍ଲାରେ ଚଢ଼ିଗଲେ ଚାଷୀ appeared first on Odisha Reporter.



from Odisha Reporter https://ift.tt/3iLblC2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages