ଜାନୁଆରୀରୁ ୧ କୋଟି ସରକାରୀ କର୍ମଚାରୀ ଅଧିକ ଦରମା ପାଇବେ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 5, 2021

ଜାନୁଆରୀରୁ ୧ କୋଟି ସରକାରୀ କର୍ମଚାରୀ ଅଧିକ ଦରମା ପାଇବେ !

ନୂଆଦିଲ୍ଲୀ: ଚଳିତବର୍ଷ ପ୍ରଥମ ମାସରେ କେନ୍ଦ୍ର କର୍ମଚାରୀଙ୍କ ପାଇଁ ଆସିଛି ଖୁସି ଖବର। ଉଭୟ କାର୍ଯ୍ୟରତ ଏବଂ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ୪ ପ୍ରତିଶତ ଅଧିକ ଦରମା ପାଇବେ ବୋଲି ସୂଚନା ରହିଛି। ସପ୍ତମ ବେତନ କମିଶନର ରିପୋର୍ଟ ଆଧାରରେ ଜାନୁଆରୀରୁ କେନ୍ଦ୍ର କର୍ମଚାରୀଙ୍କ ଦରମାର ୪ ପ୍ରତିଶତ ଡିଏ (Dearness Allowances) ଏବଂ ଡିଆର (Dearness Relief) ବଢ଼ିବ ବୋଲି ସୂଚନା ରହିଛି। ମିଡିଆ ରିପୋର୍ଟ ଅନୁଯାୟୀ ସରକାରୀ କର୍ମଚାରୀମାନଙ୍କୁ ସେମାନଙ୍କର ଦୀର୍ଘ ଦିନର ଏହି ଦରମା ପାଇବାକୁ ଜୁନ୍ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ ନାହିଁ।

ସୂଚନାଯୋଗ୍ୟ, ଗତବର୍ଷ ମାର୍ଚ୍ଚରେ କେନ୍ଦ୍ର କ୍ୟାବିନେଟ୍ ବୈଠକ ବସିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ କେନ୍ଦ୍ର କର୍ମଚାରୀଙ୍କ ଡିଏ, ଡିଆର ବଢ଼ିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ଏଥିପାଇଁ କେନ୍ଦ୍ର ସରକାର ଡିଏ ବାବଦକୁ ୧୨,୫୧୦.୦୪ କୋଟି ଏବଂ ଡିଆର ବାବଦକୁ ୧୪,୫୯୫.୦୪ କୋଟି ଅଧିକ ଆର୍ଥିକ ବୋଝ ବହିବେ ବୋଲି ଅର୍ଥ ମନ୍ତ୍ରାଳୟ କହିଥିଲା। ଜାନୁଆରୀ, ୨୦୨୦ ରୁ ଫେବୃଆରୀ ୨୦୨୧ ପର୍ଯ୍ୟନ୍ତ ୧୪ ମାସ ପାଇଁ ଏହି ଟଙ୍କା ସ୍ଥିର ହୋଇଥିଲା। କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ପ୍ରାୟ ୪୮.୩୪ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ୬୫.୨୬ ଲକ୍ଷ ପେନସନଭୋଗୀ ଉପକୃତ ହେବେ।

ଏହି ସମୟ ମଧ୍ୟରେ, କେନ୍ଦ୍ର ସରକାରରେ କାମ କରୁଥିବା ସରକାରୀ କର୍ମଚାରୀଙ୍କୁ ଅକ୍ଷମତା କ୍ଷତିପୂରଣ ବଢାଇବାକୁ ଅନୁମତି ଦେଇଛନ୍ତି ଅର୍ଥାତ୍ ଯେଉଁମାନେ ଡ୍ୟୁଟିରେ ଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି ସେମାନେ ଚାକିରିରେ ଅଛନ୍ତି। ଏ ନେଇ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ଗତ ଶୁକ୍ରବାର ସୂଚନା ଦେଇଥିଲେ।

The post ଜାନୁଆରୀରୁ ୧ କୋଟି ସରକାରୀ କର୍ମଚାରୀ ଅଧିକ ଦରମା ପାଇବେ ! appeared first on Odisha Reporter.



from Odisha Reporter https://ift.tt/2L4yYJq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages