ସନ୍ନି ଲିଓନକୁ କପି କଲେ ଜାହ୍ନବୀ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 31, 2021

ସନ୍ନି ଲିଓନକୁ କପି କଲେ ଜାହ୍ନବୀ!

ମୁମ୍ବାଇ: ବି-ଟାଉନ ଅଭିନେତ୍ରୀମାନେ ବେଳେ ବଳେ ନିଜ ଷ୍ଟାଇଲ ଏବଂ ଡ୍ରେସିଂ ସେନ୍ସକୁ ନେଇ କପି କରିଥାନ୍ତି। ଏଥିପାଇଁ ସେମାନଙ୍କ ଉପରେ କପି-କ୍ୟାଟ୍ ଟ୍ୟାଗ୍ ମଧ୍ୟ ଲାଗେ। ଅନ୍ୟ ଅଭିନେତ୍ରୀଙ୍କୁ କପି କରୁଥିବା ଅଭିଯୋଗ ମଧ୍ୟ ଉଠେ। ତେବେ ବଲିଉଡରେ ଏହା ବେଶ ସାଧାରଣ କଥା। ନିକଟରେ ଅଭିନେତ୍ରୀ ଜାହ୍ନବୀଙ୍କ ନିକଟରେ ଏଭଳି କିଛି ଘଟଣା ଘଟିଛି। ସେ ଅଭିନେତ୍ରୀ ସନ୍ନି ଲିଓନିଙ୍କୁ କପି କରିଛନ୍ତି।

ଗତ କିଛି ଦିନ ତଳେ ସନ୍ନି ଲିଓନି କ୍ରିକେଟ ଖେଳୁଥିବାର ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ଏବେ ଜାହ୍ନବୀ ମଧ୍ୟ ତାଙ୍କୁ କପି କରି କ୍ରିକେଟ ଖେଳୁଥିବା ଦେଖୁବାକୁ ମିଳିଛି। ଚଣ୍ଡିଗଡରେ ତାଙ୍କ ଅପକମିଂ ଫିଲ୍ମ ‘ଗୁଡ ଲକ୍ ଜେରୀ’ର ଶୁଟିଂ ସେଟରେ ସେ ସାଲୱାର ପିନ୍ଧି ହାତରେ ବେଟ୍ ଧରି ବ୍ୟାଟିଂ କରୁଥିବାର ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓକୁ ନିଜେ ଜାହ୍ନବୀ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେଆର କରିଛନ୍ତି, ଯାହା ସୋଶାଲ ମିଡିଆରେ ଖୁବ୍ ଜୋରସୋରରେ ଭାଇରାଲ ହେବାରେ ଲାଗିଛି। ଶୁଟିଂର ଫ୍ରି-ଟାଇମରେ ଜାହ୍ମବୀ ଫିଲ୍ମର କ୍ରୁ ମେମ୍ବରଙ୍କ ସହ କ୍ରିକେଟ ଖେଳୁଥିବା ନଜର ଆସିଛନ୍ତି।


ଗତ କିଛି ଦିନ ତଳେ ବି-ଟାଉନର ହଟ୍ ଅଭିନେତ୍ର ସନ୍ନି ଲିଓନୀ କେରଳରେ ସ୍ପିଲ୍ଟଭିଲ୍ଲାର ଶୁଟିଂ ବେଳେ କ୍ରିକେଟ ଖେଳିବାର ମଜା ଉଠାଇଥିଲେ। ଏହି ଭିଡିଓକୁ ସେ ଇନଷ୍ଟାଗ୍ରାମରେ ଶେଆର କରି କ୍ୟାପସନରେ ଇଂଲଣ୍ଡ ବିପକ୍ଷରେ ଇଣ୍ଡିଆନ ଟିମରେ ଖେଳିବା ପାଇଁ ଇଷାରା କରିଥିଲେ।

ସିଦ୍ଧାର୍ଥ ସେନଗୁପ୍ତାଙ୍କ ନିର୍ଦ୍ଦେଶନାରେ ତିଆରି ଫିଲ୍ମ ‘ଗୁଡ୍ ଲକ୍ ଜେରୀ’ର ଲିଡ୍ ରୋଲରେ ଜାହ୍ନବୀ କପୁର ଥିବାବେଳେ ତାଙ୍କ ଅପୋଜିଟରେ ଦୀପକ ଡୋବ୍ରିଆଲ, ମିତା ବଶିଷ୍ଟ, ନିରଜ ସୁଦ ଏବଂ ସୁଶାନ୍ତ ସିଂହ ପ୍ରମୁଖ ଅଛନ୍ତି।

The post ସନ୍ନି ଲିଓନକୁ କପି କଲେ ଜାହ୍ନବୀ! appeared first on Odisha Reporter.



from Odisha Reporter https://ift.tt/3ozwSiq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages