ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ଅବସରେ ଦିଲ୍ଲୀରେ ଚାଷୀଙ୍କ ଟ୍ରାକ୍ଟର ରାଲି ସମୟରେ ହୋଇଥିବା ହିଂସାରେ ୩୦୦ରୁ ଅଧିକ ପୁଲିସ କର୍ମୀ ଆହତ ହୋଇଛନ୍ତି। ଏନେଇ ଆଜି ଦିଲ୍ଲୀ ପୁଲିସର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଏଥିସହ ଏହି ହିଂସାକାଣ୍ଡ ଘଟଣାରେ ପୁଲିସ ବର୍ତ୍ତମାନ ଯାଏଁ ୨୨ଟି ମାମଲା ରୁଜୁ କରିଛି।
ପୋଲିସ ଅନୁସାରେ, କୃଷକଙ୍କ ଟ୍ରାକ୍ଟର ରାଲି ସମୟରେ ଦିଲ୍ଲୀରେ ବିଭିନ୍ନ ସ୍ଥାନରେ ଘଟିଥିବା ହିଂସା ଘଟଣାରେ ୩୦୦ ପୋଲିସକର୍ମୀ ଆହତ ହୋଇଛନ୍ତି। ଉତ୍ତର ଦିଲ୍ଲୀରେ ୪୧, ପୂର୍ବ ଦିଲ୍ଲୀରେ ୩୪, ପଶ୍ଚିମ ଦିଲ୍ଲୀରେ ୨୭, ଦ୍ଵାରକାରେ ୩୨, ଉତ୍ତର ଜିଲ୍ଲାରେ ୧୨, ଶାହଦରାରେ ୫, ଦକ୍ଷିଣ ଜିଲ୍ଲାରେ ୪ ଓ ଦିଲ୍ଲୀ ବାହାର ଜିଲ୍ଲାରେ ୭୫ ଜଣ ଆହତ ହୋଇଛନ୍ତି। ଦିଲ୍ଲୀ ପୋଲିସ କହିଛି ଯେ ହିଂସା ବେଳେ ଆଇଟିଓ ଏଡିସନାଲ ଡିସିପି ସେଣ୍ଟ୍ରାଲ ଅପରେଟରଙ୍କୁ ଖଣ୍ଡାରେ ଆକ୍ରମଣ କରାଯାଇଛି। ସେମାନଙ୍କ ଅବସ୍ଥା ଗୁରୁତର ରହିଛି। ୫ରୁ ୩ଜଣଙ୍କ ପୁଲିସ କର୍ମୀଙ୍କ ମୁଣ୍ଡରେ ଆଘାତ ଲାଗିଛି, ସେମାନଙ୍କ ଫ୍ୟାକଚର ସମସ୍ୟା ଦେଖାଯାଇଛି। ସେହିପରି ପ୍ରଦର୍ଶନକାରୀମାନ ୮ଟି ବସ, ୧୭ଟି ପ୍ରାଇଭେଟ ଗାଡି ଭଙ୍ଗାରୁଜା କରିଛନ୍ତି।
ସୂଚନା ଅନୁଯାୟୀ, ରାଜଧାନୀ ଦିଲ୍ଲୀରେ ହୋଇଥିବା ହିଂସା ଓ ଦଙ୍ଗା ପରେ ଦିଲ୍ଲୀ ପୋଲିସ ଆକ୍ସନ ମୋଡ଼କୁ ଆସିଛି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ହିଂସା ଘଟଣାର ତଦନ୍ତ ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ କରିବ ବୋଲି ସୂଚନା ମିଳିଛି । ତଦନ୍ତ ପାଇଁ କ୍ରାଇମ ବ୍ରାଞ୍ଚ ଏସଆଇଟି ଗଠନ କରିବାକୁ ପ୍ରସ୍ତୁତି କରୁଛି। ଏସିଆଟି ଟିମ ପୁରା ଘଟଣାକ୍ରମର ତଦନ୍ତ କରିବ। ଦିଲ୍ଲୀ ପୋଲିସ ଘଟଣାର ଖିଆ ଖୋଜିବାକୁ ଉଦ୍ୟମ କରୁଛି ଯେ କିଭଳି ଚାଷୀ ଧାର୍ଯ୍ୟ ସମୟ ପୂର୍ବରୁ ପରେଡ ଆରମ୍ଭ କରିଥିଲେ। ସେପଟେ ହିଂସାର ମୂଳ ଯାଏଁ ପହଞ୍ଚିବା ପାଇଁ ଦିଲ୍ଲୀ ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରୁଛି।
ଏହି ହିଂସା ପଛରେ ୩ଜଣ ମୁଖ୍ୟ ଥିବା ଅଭିଯୋଗ ହୋଇଛି । ସେମାନେ ହେଲେ ପଞ୍ଜାବୀ ଗାୟକ ଓ ଅଭିନେତା ଦୀପ ସିଦ୍ଧୁ, ଭଠିଣ୍ଡାର ଗ୍ୟାଙ୍ଗଷ୍ଟର ଲକ୍ଖା ସିଧାନା ଓ ଉତ୍ତର ପ୍ରଦେଶର ବଡ କୃଷକ ନେତା ରାକେଶ ଟିକେତ। ଏହି ୩ଜଣ ହିଂସା ପାଇଁ ଚାଷୀଙ୍କୁ ଉସୁକାଇଥିବା ଆରୋପ ହୋଇଛି। ସିଂଘୁ ସୀମାରେ ଉପସ୍ଥିତ କୃଷକ ଦାବି କରିଛନ୍ତି ଯେ, ଦୀପ ସିଦ୍ଧୁ ଓ ଲକ୍ଖା ସିଧାନା ଯୁବକମାନଙ୍କୁ ଲାଲ କିଲ୍ଲାକୁ ଯିବାକୁ କହିଥିଲେ। ହିଂସା ସୃଷ୍ଟି କରିବା ପାଇଁ ସାଙ୍ଗରେ ଠେଙ୍ଗା ବାଡି ଧରି ଯିବା ପାଇଁ କହୁଥିବା ରାକେଶ ଟିକେତର ଗୋଟିଏ ଭିଡିଓ ମଧ୍ୟ ଭାଇରାଲ ହୋଇଛି।
The post ଟ୍ରାକ୍ଟର ରାଲି: ୩୦୦ରୁ ଅଧିକ ପୁଲିସ ଆହତ appeared first on Odisha Reporter.
from Odisha Reporter https://ift.tt/3t0dgYd
No comments:
Post a Comment