କେଉଁ ଜିଲ୍ଲାକୁ କେତେ ଗଲା କରୋନା ଟିକା? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 12, 2021

କେଉଁ ଜିଲ୍ଲାକୁ କେତେ ଗଲା କରୋନା ଟିକା?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସବୁ ପ୍ରତିକ୍ଷାର ଘଟିଲା ଅନ୍ତ। ରାଜ୍ୟକୁ ମିଳିଲା ମହାମାରୀକୁ ମାତ୍ ଦେବା ପାଇଁ ସଞ୍ଜିବନୀ। ଗତକାଲି ରାଜ୍ୟରେ କରୋନା ଭାକସିନ୍ କୋଭିସିଲ୍ଡ ପହଞ୍ଚିଥିବା ବେଳେ ଆଜି ସକାଳୁ ଆସିଛି କୋଭାକ୍ସିନ ଟିକା। ଭାକସିନ୍ ପହଞ୍ଚିବା ପରେ କରୋନା ଭୂତାଣୁକୁ ମାତ୍ ଦେବା ଲାଗି ବିଭିନ୍ନ ଜିଲ୍ଲାକୁ ପଠାଯାଉଛି।

ପୁରୀ, କଟକ, ନୟାଗଡ଼ ସମେତ କିଛି ଜିଲ୍ଲାରେ କରୋନା ଭାକସିନ୍ ପହଞ୍ଚି ସାରିଛି । ପୁରୀରେ ଜିଲ୍ଲା ଟିକା ଭଣ୍ଡାରରେ ରଖାଯାଇଛି ଭାକସିନ୍ । ପୁରୀରେ ୧୦ ହଜାର ୭ ଶହ କୋଭିଡ୍ ଯୋଦ୍ଧାଙ୍କୁ ଭାକସିନ୍ ଦିଆଯିବ। ପ୍ରଥମ ପର୍ଯ୍ୟାୟରେ ପୁରୀକୁ ୭ ହଜାର ଭାକସିନ୍ ଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଆଉ ଭାକସିନ୍ ଅଣାଯିବ ବୋଲି ଏଡିଏମ୍ କହିଛନ୍ତି।

ସେହିପରି କଡ଼ା ସୁରକ୍ଷା ଭିତରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଟିକା ସଂରକ୍ଷଣ କେନ୍ଦ୍ରରେ ରଖାଯାଇଛି ଭାକସିନ୍। ପ୍ରଥମ ପର୍ଯ୍ୟାୟରେ ନୟାଗଡ଼କୁ ୪ ହଜାର ଟିକା ମିଳିଛି। ଆସନ୍ତା ଶନିବାର ୧୬ ତାରିଖ ଠାରୁ କୋଭିଡ୍ ଟିକାକରଣର ଶୁଭାରମ୍ଭ ହେବ। ଏଥିପାଇଁ ଚିହ୍ନଟ ହୋଇଛି ୧୬୦ଟି ସେସନ୍ ସାଇଟ୍ ବା ଟିକାକରଣ କେନ୍ଦ୍। ଏହାମଧ୍ୟରୁ ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟ ଓ କ୍ୟାପିଟାଲ୍ ହସପିଟାଲରେ ଟୁ ୱେ କମ୍ୟୁନିକେସନ୍ ରହିବ। ଅର୍ଥାତ ଏ ଦୁଇ ସେଣ୍ଟରରୁ ଟିକାକରଣ ନେଇ କେନ୍ଦ୍ର ସରକାର ସିଧାସଳଖ ଫିଡ୍ ବ୍ୟାକ୍ ନେଇପାରିବେ।

ପ୍ରତି ସେଣ୍ଟରରେ ଦୈନିକ ୧୦୦ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦେବା ବ୍ୟବସ୍ଥା କରାଯାଇଛି। ଜିଲ୍ଲା ଭାକସିନ୍ ଷ୍ଟୋରରୁ କୋଲ୍ଡ ଚେନ୍ ପଏଣ୍ଟ ଦେଇ ଟିକାକରଣ କେନ୍ଦ୍ରରେ ପହଞ୍ଚିବ ଭାକସିନ୍ । ସେଠାରେ ଟିକାଦାନ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି।ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ୮ଶହ ଭାଇଲସ୍ ବା ଛୋଟ ସିସି ଆସିଛି ।ଗୋଟିଏ ସିସିରେ ୫ ml ଅର୍ଥାତ ୧୦ ଜଣଙ୍କୁ ସିଙ୍ଗିଲ୍ ଡୋଜ୍ ଦିଆଯାଇପାରିବ। ଏହାକୁ ହିସାବ କଲେ ଏବେ ୪ଲକ୍ଷ ୮ ହଜାର ଡୋଜ୍ ରହିଛି । ଏଥିରେ ୧ଲକ୍ଷ ୯୧ ହଜାର ଜଣଙ୍କୁ ଟିକାକରଣ କରାଯାଇପାରିବ।ତେବେ ପର୍ଯ୍ୟାୟକ୍ରମେ ୩ ଲକ୍ଷ ୨୮ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ।

ରାଜ୍ୟକୁ ଯେତେ କରୋନା ଟିକାର ଡୋଜ୍ ଆସିଛି, ପ୍ରଥମ ପର୍ଯ୍ୟାୟ ଟିକାକରଣର ପ୍ରଥମ ଡୋଜ୍ ପାଇଁ ତାର ୫୦ ପ୍ରତିଶତ ବିଭିନ୍ନ ଜିଲ୍ଲାକୁ ପଠାଯିବ।  ବାକି ୫୦ ପ୍ରତିଶତ ଦ୍ୱିତୀୟ ଡୋଜରେ ବ୍ୟବହାର ହେବ।  କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ବ୍ୟବସ୍ଥା ଅନୁସାରେ ୩୦ଟି ଯାକ ଜିଲ୍ଲାକୁ କୋଭିସିଲ୍ଡ ପଠାଯିବ ଏବଂ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଦିଆଯିବ କୋଭାକ୍ସିନ୍।

ପଞ୍ଜିକରଣ ହୋଇଥିବା ସ୍ୱାସ୍ଥ୍ୟକର୍ମୀଙ୍କ ସଂଖ୍ୟାକୁ ଦେଖି ସେହି ଅନୁସାରେ ପ୍ରତ୍ୟେକ ଜିଲ୍ଲାକୁ ପ୍ରେରଣ କରାଯିବ ଭାକସିନ୍।  ହସ୍ପିଟାଲର କ୍ୟାଟେଗୋରି ଅନୁସାରେ ଟିକା ବଣ୍ଟନ କରିବାକୁ ନିଷ୍ପତ୍ତି ହୋଇଛି।  ଅର୍ଥାତ ସୁପର୍ ସ୍ପେସାଲିଟି ହସ୍ପିଟାଲକୁ ଆଗ ମିଳିବ ଏବଂ ଶେଷରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଦିଆଯିବ।  ଯଦି ଗୋଟିଏ ବର୍ଗର ହସ୍ପିଟାଲ ପାଇଁ ଭାକସିନ୍ ଯଥେଷ୍ଟ ନ ହୁଏ, ତେବେ ଯେଉଁଠି ଅଧିକ ରୋଗୀ ଅଛନ୍ତି, ସେହି ହସ୍ପିଟାଲକୁ ପ୍ରାଥମିକତା ଦେବାକୁ ନିଷ୍ପତ୍ତି ହୋଇଛି।

The post କେଉଁ ଜିଲ୍ଲାକୁ କେତେ ଗଲା କରୋନା ଟିକା? appeared first on Odisha Reporter.



from Odisha Reporter https://ift.tt/2XxuA8x

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages