ଜାହ୍ନବୀଙ୍କ ଫିଲ୍ମ ଶୁଟିଂ ଅଟକାଇଲେ କୃଷକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 23, 2021

ଜାହ୍ନବୀଙ୍କ ଫିଲ୍ମ ଶୁଟିଂ ଅଟକାଇଲେ କୃଷକ

ହରିୟାଣା: ଫିଲ୍ମ ଶୁଟିଂକୁ କୃଷକଙ୍କ ବିରୋଧ। ପଞ୍ଜାବ ପଟିଆଲାରେ ଚାଲିଥିବା ବଲିଉଡର ମଲ୍ଟି ଷ୍ଟାରର ଫିଲ୍ମ ‘ଗୁଡଲକ୍ ଜେରୀ’ର ଶୁଟିଂକୁ ସ୍ଥାନୀୟ ଲୋକ ଅଟକାଇ ଦେଇଛନ୍ତି। କେନ୍ଦ୍ରର ନୂଆ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନରେ ବସିଥିବା କୃଷକମାନେ ଫିଲ୍ମ ଶୁଟିଂକୁ ବିରୋଧ କରିଛନ୍ତି। ଯେତେ ଯାଏଁ ନୂଆ କୃଷି ଆଇନ ରଦ୍ଦ ହୋଇନି ସେତେବେଳ ଯାଏଁ ପଞ୍ଜାବରେ କୌଣସି ଫିଲ୍ମ ଶୁଟିଂ କରିବାକୁ ଦିଆଯିବ ନାହିଁ ବୋଲି ସେମାନେ ଚେତାଇ ଦେଇଛନ୍ତି।

ସୂଚନା ମୁତାବକ, ନିକଟରେ ପଟିଆଲାରେ ବଲିଉଡ ଫିଲ୍ମ ‘ଗୁଡଲକ୍ ଜେରୀ’ ଶୁଟିଂ ଚାଲିଥିଲା। ଏଥିପାଇଁ ଫିଲ୍ମର ପୁରା ଷ୍ଟାରକାଷ୍ଟ ଏବଂ କ୍ରୁ ମେମ୍ବର ସେଠାରେ ଡେରା ପକାଇଥିଲେ । କିନ୍ତୁ କୃଷକମାନେ ଫିଲ୍ମ ଶୁଟିଂ ଚାଲିଥିବା ଜାଣିବା ପରେ ଏହାକୁ ବିରୋଧ କରିଥିଲେ। ଶୁଟିଂକୁ ସଙ୍ଗେ ସଙ୍ଗେ ବନ୍ଦ କରିବା ପାଇଁ ପାଟିତୁଣ୍ଡ କରିବା ସହ ସେଠାରୁ ପଳାଇ ଯିବା ପାଇଁ ଧମକ ମଧ୍ୟ ଦେଇଥିଲେ। ଫିଲ୍ମର ପୁରା ଟିମ କୃଷକମାନଙ୍କୁ ଯେତେ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ଶୁଣିନଥିଲେ । ଶୁଟିଂ ଶୀଘ୍ର ବନ୍ଦ କରିବାକୁ ପାଇଁ ସେମାନେ ଅଡି ବସିଥିଲେ। ଶେଷରେ ବାଧ୍ୟ ହୋଇ ଫିଲ୍ମର ପୁରା ଟିମ୍ ଶୁଟିଂ ସେଟ୍ ଛାଡି ହୋଟେଲକୁ ପଳାଇ ଆସିଥିଲେ। ଉକ୍ତ ଫିଲ୍ମର ଟିମରେ ଅଭିନେତ୍ରୀ ଜାହ୍ନବୀ କପୁର ମଧ୍ୟ ସାମିଲ ଥିଲେ। ହୋଟେଲକୁ ମଧ୍ୟ କୃଷକମାନେ ଆସି ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ପୁଲିସ ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା।

ରିପୋର୍ଟ ମୁତାବକ ଫିଲ୍ମ ‘ଗୁଡଲକ୍ ଜେରୀ’ର ଲିଡ୍ ରୋଲରେ ଅଭିନେତ୍ରୀ ଜାହ୍ନବୀ କପୁର ଅଛନ୍ତି । ଅନ୍ୟ ପ୍ରମୁଖ ଭୂମିକାରେ ଦୀପକ ଡୋବ୍ରିଆଲ, ମୀତା ବଶିଷ୍ଟ, ନିରଜ ସୁଦ ଅଛନ୍ତି। ସଲମାନ ଖାନ ମଧ୍ୟ ଏହି ଫିଲ୍ମରେ ପ୍ରମୁଖ ଭୂମିକାରେ ନଜର ଆସିବେ । ଆସନ୍ତା ସପ୍ତାହରେ ସେ ଫିଲ୍ମ ଶୁଟଂ ପାଇଁ ପଟିଆଲା ଯାଇଥା’ନ୍ତେ।

ପୂର୍ବରୁ ମଧ୍ୟ ଏହି ଫିଲ୍ମର ଶୁଟିଂକୁ  ନେଇ ପଞ୍ଜାବରେ ବିରୋଧ ହୋଇଥିଲା। ଗତ ୧୩ ଜାନୁଆରୀରେ ଫତେଗଡ ସାହେବର ବସ୍ସି ପଠାନାରେ ଏହି ଫିଲ୍ମର ଶୁଟିଂ ଚାଲିଥିବା ବେଳେ ଆନ୍ଦୋଳନକାରୀ କୃଷକମାନେ ସଠାରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଫିଲ୍ମ ଶୁଟିଂ ବନ୍ଦ କରିଦେଇଥିଲେ।

The post ଜାହ୍ନବୀଙ୍କ ଫିଲ୍ମ ଶୁଟିଂ ଅଟକାଇଲେ କୃଷକ appeared first on Odisha Reporter.



from Odisha Reporter https://ift.tt/2YlTCId

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages