ଭାରତରେ ଅଛନ୍ତି ଦୁନିଆର ସବୁଠୁ ବୟସ୍କା ମହିଳା, ଜାଣନ୍ତୁ କେତେ ତାଙ୍କ ବୟସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 23, 2021

ଭାରତରେ ଅଛନ୍ତି ଦୁନିଆର ସବୁଠୁ ବୟସ୍କା ମହିଳା, ଜାଣନ୍ତୁ କେତେ ତାଙ୍କ ବୟସ

ନୂଆଦିଲ୍ଲୀ:  ବିଶ୍ୱର ସବୁଠାରୁ ବୟସ୍କ ମହିଳା ଜାପାନରେ ନୁହେଁ ଭାରତରେ ଅଛନ୍ତି। ହିମାଚଳ ପ୍ରଦେଶର ବିଲାସପୁରରେ ଦୁନିଆର ସବୁଠୁ ବୟସ୍କ ମହିଳା ଅଛନ୍ତି, ଯାହାର ବୟସ ୧୩୦ ବର୍ଷ ରହିଛି। ସେ ବିଶ୍ୱର ସବୁଠୁ ବୟସ୍କ ମହିଳା ବୋଲି ଦାବି କରାଯାଉଛି।

ଇଣ୍ଡିଆ ଟିଭିର ରିପୋର୍ଟ ମୁତାବକ, ନିକଟରେ ପଞ୍ଚାୟତ ନିର୍ବାଚନରେ ଭୋଟ ଦେବା ପାଇଁ ଉକ୍ତ ମହିଳା ଜଣକ ଜାନୁଆରୀ ୨୧ ତାରିଖ ଦିନ ବିଲାସପୁରର ପପଲାହ ଗ୍ରାମକୁ ଯାଇଥିଲେ। ସେଠାରେ ୧୮୯୦ରେ ତାଙ୍କର ଜନ୍ମ ହୋଇଥିବା ନେଇ ତାଙ୍କ ଆଧାର କାର୍ଡରେ ଉଲ୍ଲେଖ ଥିବା ଦେଖିବାକୁ ମିଳିଥିଲା। ତାଙ୍କ ଜନ୍ମ ତାରିଖ ଦେଖି ଭୋଟିଂ ବୁଥରେ ଉପସ୍ଥିତ ଥିବା ସମସ୍ତେ ଚକିତ ହୋଇଯାଇଥିଲେ ଏବଂ ତାଙ୍କୁ ବିଶ୍ୱର ସବୁଠାରୁ ବୟସ୍କା ମହିଳା ବୋଲି ଦାବି କରିଥିଲେ।

ସୂଚନା ମୁତାବକ ଉକ୍ତ ମହିଳାଙ୍କ ନାଁ ହେଉଛି ମଂସା ଦେବୀ। ତାଙ୍କ ପରିବାରରେ ତାଙ୍କର ଛଅ ଜଣ ପିଲା ଛୁଆକୁ ମିଶାଇ ମୋଟ ୮ଜଣ ବ୍ୟକ୍ତି ଅଛନ୍ତି । ତେବେ ତାଙ୍କ ପରିବାରରେ କେହି ବି ଅଧିକ ଶିକ୍ଷିତ ନାହାନ୍ତି । ଏହି କାରଣ ଯୋଗୁଁ ମଂସା ଦେବୀଙ୍କ ବୟସ ସାମ୍ନାକୁ ଆସିପାରିନଥିଲା। ସେପଟେ ଏହି ମହିଳାଙ୍କ ବୟସ ସାମ୍ନାକୁ ଆସିବା ପରେ ସ୍ଥାନୀୟ ପ୍ରଶାସାନ ଏନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି, ମହିଳାଙ୍କ ବୟସ ସହ ଜଡିତ ସମସ୍ତ ତଥ୍ୟକୁ ନେଇ ଯାଂଚ କରାଯିବ । ଯଦି ସେ ବୟସ୍କ ବୋଲି ପ୍ରମାଣିତ ହୁଅନ୍ତି ତେବେ ତାଙ୍କ ନାଁ ଗିନିଜ ବୁକ ଅଫ୍ ୱାର୍ଲ୍ଡ ରେକର୍ଡରେ ସାମିଲ କରିବାକୁ ଦାବି କରାଯିବ।

ଅଧିକାରୀକ ରେକର୍ଡ ଅନୁଯାୟୀ ବିଶ୍ୱର ସବୁଠାରୁ ବୟସ୍କ ମହିଳା ହେଉଛନ୍ତି ଋଷର ଜିନ କେଲିମେଂଟ। ଯାହାର ୧୯୯୭ରେ ୧୨୨ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା। ଗିନିଜ ବୁକ୍ ଅଫ ୱାର୍ଲ୍ଡ ରକର୍ଡ ଅନୁଯାୟୀ ବର୍ତ୍ତମାନ ବିଶ୍ୱର ସବୁଠାରୁ ବୟସ୍କ ମହିଳା ରୂପେ ଜାପାନର କେନ୍ ତନାକାଙ୍କ ନାଁ ସବୁଠୁ ଉପରେ ରହିଛି । ତାଙ୍କ ବୟସ ୧୧୮ ବର୍ଷ ରହିଛି ଏବଂ ସେ ଜୀବିତ ଅଛନ୍ତି।

The post ଭାରତରେ ଅଛନ୍ତି ଦୁନିଆର ସବୁଠୁ ବୟସ୍କା ମହିଳା, ଜାଣନ୍ତୁ କେତେ ତାଙ୍କ ବୟସ appeared first on Odisha Reporter.



from Odisha Reporter https://ift.tt/39WNY4C

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages