ବିବାହ କରିବେ ବରୁଣ, ଆରମ୍ଭ ହେଲା ପ୍ରସ୍ତୁତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 12, 2021

ବିବାହ କରିବେ ବରୁଣ, ଆରମ୍ଭ ହେଲା ପ୍ରସ୍ତୁତି

ମୁମ୍ବାଇ: ବାଜିବ ବଲିଉଡ ଅଭିନେତା ବରୁଣ ଧୱନଙ୍କ ଶାହାନାଇ। ହାତକୁ ଦି ହାତ ହେବେ ଚକୋଲେଟ୍ ହିରୋ। ଖୁବଶୀଘ୍ର ନିଜ ପିଲା ଦିନର ସାଥୀ ନତାଶାଙ୍କୁ କରିବେ ଜୀବନ ସାଥୀ। ଏଥିପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ଅଭିନେତା ବରୁଣ ଧୱନ ତାଙ୍କ ଦୀର୍ଘଦିନର ଗାର୍ଲଫ୍ରେଣ୍ଡ ନତାଶା ଦଲାଲଙ୍କୁ ବିବାହ କରିବାକୁ ଯାଉଛନ୍ତି । ବିବାହ ତାରିଖ ଘୋଷଣା ହୋଇନଥିବା ବେଳେ ଚଳିତ ମାସରେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହେବେ ବୋଲି ଚର୍ଚ୍ଚା ହେଉଛି।

ମିଡିଆ ରିପୋର୍ଟ ମୁତାବକ, କରୋନା ଯୋଗୁଁ ବରୁଣ-ନତାଶାଙ୍କ ବିବାହ ଅଟକି ଯାଇଥିଲା। ସ୍ଥିତି ସ୍ୱାଭାବିକ ହେବା ପରେ ଦୁହେଁ ଦୁହିଁଙ୍କୁ ବିବାହ କରିବାକୁ ସ୍ଥିତର କରିଛନ୍ତି। ଦୀର୍ଘଦିନ ହେବ ବରୁଣ ନତାଶାଙ୍କ ସହ ଲିଭ-ଇନ୍ ରିଲେସନସିପରେ ଥିଲେ। ଉଭୟଙ୍କ ଘର ଲୋକେ ବିବାହ ପାଇଁ ଚାପ ପକାଉଥିବା ନିକଟରେ ବରୁଣ ଏକ ସାକ୍ଷାତକାରରେ କହିଥିଲେ।

ବରୁଣ-ନତାଶାଙ୍କ ବିବାହ ପାଇଁ ୱେଡିଂ ପ୍ଲେସ ଫାଇନାଲ୍ ହୋଇସାରିଛି। ଉଭୟ ଅଲିବାଗରେ ବିବାହ କରିବେ। ନିକଟରେ ଅଭିନେତା ଜଣକ ଫାଇଭ ଷ୍ଟାର ହୋଟେଲ ବୁକ୍ କରିବା ପାଇଁ ଅଲିବାଗରେ ପହଞ୍ଚିଥିଲେ। ବରୁଣଙ୍କ ବିବାହ ଏକ ଗ୍ରାଣ୍ଡ ପଞ୍ଜାବୀ ୱେଡିଂ ହେବ। ତେବେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ତାଙ୍କ ବିବାହରେ କେବଳ ତାଙ୍କ ପରିବାର ସଦସ୍ୟ ଏବଂ କିଛି ବିଶେଷ ବନ୍ଧୁବାନ୍ଧମ ହିଁ ଦେଇପାରନ୍ତି। ବିବାହ ନିମନ୍ତ୍ରଣ ପାଇଁ ୨ଶହ ଲୋକଙ୍କ ତାଲିକା ମଧ୍ୟ ତିଆରି ହୋଇସାରିଲାଣି।  ବରୁଣ ଓ ନତାଶା ପିଲାଦିନର ବନ୍ଧୁ । ସ୍କୁଲ ବେଳେ ଉଭୟ ପ୍ରେମରେ ପଡିଥିଲେ। ବି-ଟାଉନର ଅନେକ ଉତ୍ସବରେ ବରୁଣ ଏବଂ ନତାଶାଙ୍କୁ ଏକାଠି ଦେଖିବାକୁ ମଧ୍ୟ ମିଳେ ।

ନିକଟରେ ବରୁଣ ଧୱନଙ୍କ ଫିଲ୍ମ ‘କୁଲି ନମ୍ବର-୧’ ରିଲିଜ ହୋଇସାରିଛି। ଏଥିରେ ତାଙ୍କ ଅପୋଜିଟରେ ସାରା ଅଲ୍ଲି ଖାନ ଅଛନ୍ତି । ଏହି ଫିଲ୍ମଟି ଓଟିଟି ପ୍ଲାଟ ଫର୍ମରେ ରିଲିଜ ହୋଇଥିଲେ ସୁଦ୍ଧା ପ୍ରଶଂସକଙ୍କ ଭଲ ରେସପନ୍ସ ମିଳିପାରି ନାହିଁ।

The post ବିବାହ କରିବେ ବରୁଣ, ଆରମ୍ଭ ହେଲା ପ୍ରସ୍ତୁତି appeared first on Odisha Reporter.



from Odisha Reporter https://ift.tt/2MUiUdH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages