ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଗତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 11, 2021

ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଗତ

ଓ୍ୱାଶିଂଟନ: ଆମେରିକାର ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କାର୍ଯ୍ୟକାଳ ଶେଷ ହୋଇ ଆସୁଛି। ଏହା ପୂର୍ବରୁ ସେ ହିଂସା ଭଳି ବାବଦରେ ଛନ୍ଦି ହୋଇଛନ୍ତି। ଜାନୁଆରୀ ୬ ହିଂସା ଘଟଣା ପରେ ଟ୍ରମ୍ପଙ୍କ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏବେ ତାଙ୍କୁ ରାଷ୍ଟ୍ରପତି ପଦରୁ ହଟାଇବା ପାଇଁ ସଂସଦରେ ଆନୁଷ୍ଠାନିକ ଭାବେ ମହାଭିଯୋଗ ପ୍ରସ୍ତାବ ଆଗତ ହୋଇଛି। ବିରୋଧୀ ଡେମୋକ୍ରାଟିକ ଦଳ ଏହି ମହାଭିଯୋଗ ପ୍ରସ୍ତାବ ଜରିଆରେ ଟ୍ରମ୍ପଙ୍କୁ ବହିଷ୍କାର କରିବାକୁ ଦାବି କରିଛି। ଏବେ ସଂସଦରେ ଡେମୋକ୍ରାଟ୍ସଙ୍କ ପ୍ରସ୍ତାବ ସଂରକ୍ଷିତ ରହିଛି। ଭୋଟିଂ ହେବ କି ନାହିଁ ସ୍ଥିର ହୋଇନାହିଁ। ଟ୍ରମ୍ପ ହେଉଛନ୍ତି ଆମେରିକାର ପ୍ରଥମ ରାଷ୍ଟ୍ରପତି ଯାହାଙ୍କ ବିରୋଧରେ ଦୁଇ ଥର ମହାଭିଯୋଗ ପ୍ରସ୍ତାବ ଆସିଛି।

ଏହି ମହାଭିଯୋଗ ପ୍ରସ୍ତାବକୁ ଡେମୋକ୍ରାଟିକ ସାଂସଦ ଜାମି ରୁସ୍କିନ୍, ଡେଭିଡ ସିସିଲିନ୍ ଏବଂ ଟେଡ୍ ଲ୍ୟୁ ଆଣିଛନ୍ତି। ଆମେରିକାର ପ୍ରତିନିଧି ସଭାର ୨୧୧ ଜଣ ସଦସ୍ୟ ସମର୍ଥନ କରିଛନ୍ତି। ପ୍ରସ୍ତାବ ଅନୁଯାୟୀ ରାଷ୍ଟ୍ରପତି ଟ୍ରମ୍ପ ଜାନୁଆରୀ ୬ରେ ଦେଶଦ୍ରୋହ ଭଳି ସ୍ଥିତି ତିଆରି କରିଛନ୍ତି। ଭୋଟ୍ ଗଣତି ଚାଲିଥିବାବେଳେ ଟ୍ରମ୍ପଙ୍କ ସମର୍ଥକମାନେ କ୍ୟାପିଟାଲ ବିଲଡିଂକୁ ଅବରୋଧ କରି ହିଂସାକୁ ପ୍ରବର୍ତ୍ତାଇଥିଲେ।

ସୂଚନାଯୋଗ୍ୟ, ଏହି ଘଟଣାରେ ଜଣେ ପୁଲିସ ଅଧିକାରୀଙ୍କ ସମେତ ମୋଟ୍ ୫ ଜଣଙ୍କର ମୃତ୍ୟୁ ଘଟିଛି। ଏବେ ଟ୍ରମ୍ପଙ୍କୁ ରାଷ୍ଟ୍ରପତି ପଦରୁ ବହିଷ୍କାର କରିବା ପାଇଁ ୨୫ ତମ ସଂଶୋଧନକୁ କାର୍ଯ୍ୟକାରୀ କରିବାକୁ ଉପରାଷ୍ଟ୍ରପତି ପେନ୍ସଙ୍କ ନିକଟରେ ଆଗତ ହେବ। ତେବେ ସୋମବାର ରିପବ୍ଲିକାନ୍ ଆଇନଜୀବୀମାନେ ଗୃହରେ ଡେମୋକ୍ରାଟିକ୍ ସଦସ୍ୟଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ତେବେ ଚଳିତ ସପ୍ତାହରେ ଏନେଇ ମତଦାନ ହେବ ବୋଲି ଆଶା କରାଯାଉଛି।

The post ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଗତ appeared first on Odisha Reporter.



from Odisha Reporter https://ift.tt/2K9mvDS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages