କରୋନାକୁ ମାତ ଦେବାକୁ ଆଜି ଓଡ଼ିଶାରେ ପହଞ୍ଚିବ କୋଭିଶିଲ୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 11, 2021

କରୋନାକୁ ମାତ ଦେବାକୁ ଆଜି ଓଡ଼ିଶାରେ ପହଞ୍ଚିବ କୋଭିଶିଲ୍ଡ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନାକୁ ମାତ ଦେବାର ଅମୋଘ ଅସ୍ତ୍ର କୁହାଯାଉଥିବା ଟିକା କୋଭିଶିଲ୍ଡର ବିତରଣ ପ୍ରକ୍ରିୟା ଆରମ୍ଭ ହୋଇଛି।  କେନ୍ଦ୍ର ସରକାରଙ୍କଠାରୁ ଅନୁମତି ପ୍ରାପ୍ତ ହେବା ପରେ  ଆଜି ଏହା  ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ପହଞ୍ଚିବ। ପୁଣେରୁ ଭୁବନେଶ୍ୱରକୁ ସ୍ୱତନ୍ତ୍ର ସ୍ପାଇସ ଜେଟ୍ ବିମାନରେ ଆସିବ ଟିକା। ଏହା  ଅପରାହ୍ନ ୪ଟା ୨୦ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବ। ଆଜି ଟିକା ପହଞ୍ଚିବା ନେଇ  ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାପରେ ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବ ଟିକାକରଣ।

ଗତକାଲି ପ୍ରଧାନମନ୍ତ୍ରୀ ସବୁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ପରେ ଏନେଇ ଚୂଡାନ୍ତ ନିଷ୍ପତ୍ତି ନିଆଯାଇଥିଲା।  ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାକୁ ୪୦, ୮୦୦ ବୋଟଲରେ  ୪ ଲକ୍ଷ ୮ ହଜାର ଡୋଜ ଆସିବ ବୋଲି ବିଶେଷ ସୂତ୍ରରୁ ଜଣାଯାଇଛି। ପ୍ରଥମ ଡୋଜର ୨୮ ଦିନ ପରେ ନେବେ  ଦ୍ୱିତୀୟ ଡୋଜ।

ସୂଚନାଯୋଗ୍ୟ, ପୁଣେସ୍ଥିତ ସେରମ ଇନିଷ୍ଟିଚ୍ୟୁଟ ଅଫ ଇଣ୍ଡିଆରୁ ପ୍ରଥମ ଦଫାରେ ୧୧ ମିଲିୟନ ଡୋଜ୍‌ ଟିକା ଆଣିବାକୁ ସରକାର ଅର୍ଡର ଦେଇଛନ୍ତି।  ଗତକାଲି ସନ୍ଧ୍ୟାରେ ସରକାର ଟିକା ପାଇଁ ଅର୍ଡର ଦେବା ପରେ ତିନୋଟି ଟିକା ଭର୍ତ୍ତି ଟ୍ରକ୍ ପୁଣେସ୍ଥିତ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆରୁ ଆସି ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲା। ଏହି ସମସ୍ତ ଟିକାକୁ ୮ଟି ବିମାନ ଜରିଆରେ ଦେଶର ୧୩ଟି ବିଭିନ୍ନ ସ୍ଥାନକୁ ପଠାଯାଇଛି।

ଏସବି ଲଜିଷ୍ଟିକ୍ସ ହେଉଛି ସମାନ କମ୍ପାନୀ ଯାହା ଟିକାକୁ ଦେଶର କୋଣ ଅନୁକୋଣରେ ପହଞ୍ଚାଇବ। ଏହି ଟିକା ମହାରାଷ୍ଟ୍ର ସମେତ ଦେଶର ଅନେକ ସ୍ଥାନକୁ ରେଫ୍ରିଜରେଟର ଟ୍ରକ୍ ସହିତ କୁଲ୍ ଏକ୍ସ ନାମକ ଏକ କମ୍ପାନୀ ଦ୍ୱାରା ବିତରଣ କରିବ। କୁଲ ଏକ୍ସ ୧୦ ବର୍ଷରୁ ଅଧିକ ସମୟ ଧରି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଔଷଧ ଏବଂ ଟିକା ପହଞ୍ଚାଇବା କାର୍ଯ୍ୟ କରିଛି।

ସୂଚନାଯୋଗ୍ୟ, ସେରମ୍ ପାଖରୁ ସରକାର ୧୧ ମିଲିୟନ୍ (୧୦ ନିୟୁତ) କୋଭିଶିଲ୍ଡ ଟିକା କିଣିବେ। ପ୍ରାରମ୍ଭରେ କୋଭିଶିଲ୍ଡ ଟିକା ପ୍ରତି ଡୋଜ ପିଛା ୨୦୦ ଟଙ୍କା ହେବ। ଜାନୁଆରୀ ୧୬ରୁ ସାରା ଦେଶରେ ଟିକାକରଣ ଆରମ୍ଭ ହେବ। କୋଭିଶିଲ୍ଡ ଟିକା ଅକ୍ସଫୋର୍ଡ ୟୁନିଭରସିଟି ଏବଂ ଆଷ୍ଟ୍ରା ଜେନେଙ୍କା ଦ୍ୱାରା ବିକଶିତ ହୋଇଥିବାବେଳେ ସେରମ୍ ଇନଷ୍ଟିଚ୍ୟୁଟ୍ ଏହାକୁ ଭାରତରେ ପ୍ରସ୍ତୁତ କରିଛି।

ଅକ୍ସଫୋର୍ଡ ପ୍ରସ୍ତୁତ କରୋନା ଟିକା କୋଭିସିଲ୍ଡର ଗୋଟିଏ ଡୋଜ୍‌କୁ ସରକାର ୨୦୦ ଟଙ୍କାରେ କିଣିବେ। ଜଣେ ବ୍ୟକ୍ତିଙ୍କୁ ଟିକାର ଦୁଇଟି ଡୋଜ୍‌ ଦିଆଯିବ। ଏହାର ଅର୍ଥ ସରକାର ଜଣଙ୍କ ପିଛା ୪୦୦ ଟଙ୍କା ଖର୍ଚ୍ଚ କରିବେ। ପ୍ରଥମ ଦଫାରେ ପ୍ରାୟ ୩ କୋଟି ଲୋକଙ୍କୁ ମାଗଣାରେ ଟିକା ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି।

ଭାରତ ସରକାର ଆସନ୍ତା ୧୬ ତାରିଖରୁ ଦେଶରେ ଟିକାକରଣ ଆରମ୍ଭ କରିବେ। ପ୍ରଥମ ଦଫାରେ ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ କରୋନା ଯୋଦ୍ଧାଙ୍କୁ ଟିକା ଦିଆଯିବ। ଏହାପରେ ୫୦ ବର୍ଷରୁ ଅଧିକ ବୟସ୍କ ଓ ବହୁବିଧ ରୋଗରେ ପୀଡ଼ିତ ପ୍ରାୟ ୨୭ କୋଟି ଲୋକଙ୍କୁ ଟିକା ଦେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି। ଟିକାକରଣ ବେଳେ ଯେମିତି କିଛି ଅସୁବିଧା ନ ହେବ, ସେଥିପାଇଁ ଦେଶର ସବୁ ରାଜ୍ୟରେ କରୋନା ଟିକାର ଡ୍ରାଏରନ୍‌ ମଧ୍ୟ କରାଯାଇଛି।

କୋଭିସିଲ୍ଡ କିଣିବା ପାଇଁ ସରକାର ପୂର୍ବରୁ ନିଷ୍ପତ୍ତି ନେଇ ସାରିଥିଲେ। କିନ୍ତୁ ଟିକାର ଗୋଟିଏ ଡୋଜ୍‌ର ମୂଲ୍ୟ କେତେ ରହିବ, ତା’କୁ ନେଇ ବେଶ କିଛିଦିନ ହେଲା ବୈଠକ ବସୁଥିଲା। ଗତକାଲି ଟିକାକୁ ୨୦୦ ଟଙ୍କାରେ କିଣିବାକୁ ଡିଲ୍‌ କରିଥିଲେ। ସେରମ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, କମ୍ପାନୀ ପକ୍ଷରୁ ଟିକାର ପ୍ରଥମ ୧୦୦ ମିଲିୟନ ଡୋଜ୍‌ ୨୦୦ ଲେଖାଏ ଟଙ୍କାରେ ସରକାରଙ୍କୁ ଦିଆଯିବ। ପ୍ରଥମ ଦଫାରେ ୧୧ ମିଲିୟନ ବା ନିୟୁତ ଡୋଜ୍‌ କମ୍ପାନୀ ସରକାରଙ୍କ ପାଖକୁ ପଠାଇବ।

The post କରୋନାକୁ ମାତ ଦେବାକୁ ଆଜି ଓଡ଼ିଶାରେ ପହଞ୍ଚିବ କୋଭିଶିଲ୍ଡ appeared first on Odisha Reporter.



from Odisha Reporter https://ift.tt/38BZ1R8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages