ମୁଚଦ ପାନ ଦୋକାନୀ ଗିରଫ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 11, 2021

ମୁଚଦ ପାନ ଦୋକାନୀ ଗିରଫ୍

ମୁମ୍ୱାଇ: ମହାରାଷ୍ଟ୍ରର ମୁମ୍ୱାଇରେ ଥିବା ପ୍ରଖ୍ୟାତ ପାନ ଦୋକାନୀ ମୁଚଦ ଗିରଫ୍ ହୋଇଛନ୍ତି। ଡ୍ରଗ୍ସ ମାମଲାରେ ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ସୋମବାର ତାଙ୍କୁ ଜେରା କରିଥିଲା। କିଛି ଘଣ୍ଟା ଧରି ମୁଚଦ ଏନସିବି ଜେରାର ସାମ୍ନା କରିବା ପରେ ମଙ୍ଗଳବାର ଗିରଫ ହୋଇଛନ୍ତି।

ନିକଟରେ ଡ୍ରଗ୍ସ ମାମଲାରେ ବ୍ରିଟେନର ଜଣେ ନାଗରିକ ଏବଂ ମୁମ୍ୱାଇ ବାନ୍ଦ୍ରାର ଦୁଇ ମହିଳା ମରିଜୁଆନା ଡ୍ରଗ୍ସ ରାକେଟରେ ଗିରଫ ହୋଇଥିଲେ। ଏନସିବି ଏହି ରାକେଟର ତଦନ୍ତ କରୁଥିବା ବେଳେ ମୁଚଦ ପାନ ଦୋକାନୀର ଡ୍ରଗ୍ସ ଲିଙ୍କ୍ ସାମ୍ନାକୁ ଆସିଥିଲା।

ମୁମ୍ୱାଇରେ ମୁଚଦ ପାନ ଦୋକାନ ବହୁତ ଲୋକପ୍ରିୟ। ସମସ୍ତେ ପାନ ଖାଇବା ପାଇଁ ଏହି ଦୋକାନକୁ ପସନ୍ଦ କରନ୍ତି। କେମ୍ପସ କର୍ଣ୍ଣରରେ ଥିବା ଏହି ପାନ ଦୋକାନକୁ ରାମ କୁମାର ତିଓ୍ୱାରୀ ଏବଂ ଜୟଶଙ୍କର ତିଓ୍ୱାରୀ ଚଳାନ୍ତି। ତାଙ୍କ ବାପାଙ୍କ ନାମରେ ଏହି ପାନ ଦୋକାନ ହୋଇଛି। ଉଭୟଙ୍କୁ ସୋମବାର ଏନସିବି ଜେରା କରିଥିଲା। ହେଲେ ଡ୍ରଗ୍ସ ଲିଙ୍କରେ ରାମ କୁମାରଙ୍କୁ ଗିରଫ୍ କରିଛି। ଜୟଶଙ୍କର ତିଓ୍ୱାରୀ ମୁଚଦ ପାନ ଦୋକାନୀ ଭାବରେ ପରିଚିତ।

ପାନ ବ୍ୟବସାୟ କରି ଏହି ଦୁଇ ଭାଇ ମିଲିନିଅର ହୋଇଛନ୍ତି। ଦକ୍ଷିଣ ମୁମ୍ୱାଇରେ ଏହି ଦୁଇ ଭାଇଙ୍କ ପାନ ବ୍ୟବସାୟ ବହୁତ ଲୋକପ୍ରିୟ। ଦୁଇ ଭାଇ ପ୍ରତ୍ୟେକ ଛଅ ମାସ ଲେଖାଏଁ ଦୋକାନରେ ବସନ୍ତି।

The post ମୁଚଦ ପାନ ଦୋକାନୀ ଗିରଫ୍ appeared first on Odisha Reporter.



from Odisha Reporter https://ift.tt/2K6wutv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages