ମୁମ୍ବାଇ: ପରଦରେ ପୁଣି ଥରେ ଦେଖିବାକୁ ମିଳିବ ନୂଆମୁହଁ। ବଲିଉଡର ଭାଇଜାନ ସଲମାନ ଖାନଙ୍କ ସହ ପ୍ରେମ କରିବେ ପୁଣି ଜଣେ ନୂଆ ନାୟିକା। ପ୍ରଥମ କରି ସଲମାନଙ୍କ ସହ ରୋମାନ୍ସ କରିବେ ସାଉଥ ସୁନ୍ଦରୀ ପ୍ରଜ୍ଞା ଜୟସୱାଲ।
ବଲିଉଡ୍ ସୁପରଷ୍ଟାର ସଲମାନ ଖାନ ଏବଂ ଆୟୁଷ ଶର୍ମାଙ୍କ ଫିଲ୍ମ ‘ଅନ୍ତିମ: ଦ ଫାଇନାଲ୍ ଟ୍ରୁଥ୍’ ବର୍ତ୍ତମାନ ବେଶ ଚର୍ଚ୍ଚାରେ ରହିଛି । କିଛି ଦିନ ପୂର୍ବରୁ ଫିଲ୍ମର ଟିଜର ରିଲିଜ୍ କରାଯାଇଥିଲା ଯାହାକୁ ଲୋକମାନେ ବେଶ ଭଲ ପାଇବା ଦେଇଛନ୍ତି । ଏହି ଫିଲ୍ମରେ ସଲମାନ ଶିଖ ପୋଲିସ ଅଧିକାରୀ ଏବଂ ଆୟୁଷ ଗ୍ୟାଙ୍ଗଷ୍ଟର୍ ଭୂମିକାରେ ନଜର ଆସିବେ । ତେବେ ଏହି ଫିଲ୍ମରେ ଲିଡ ହିରୋଇନ ଭୂମିକାରେ କିଏ ନଜର ଆସିବେ ସେ ନେଇ କିଛି ସ୍ପଷ୍ଟ କରାଯାଇନଥିବା ବେଳେ ଏବେ ପ୍ରଜ୍ଞା ଜୟସୱାଲଙ୍କ ନାଁ ସାମ୍ନାକୁ ଆସିଛି। ଫିଲ୍ମ’ଅନ୍ତିମ’ରେ ସଲମାନଙ୍କ ଅପୋଜିଟରେ ପ୍ରଜ୍ଞା ଲିଡ୍ ରୋଲରେ ନଜର ଆସିବେ। ଏହି ଖବର ସାମ୍ନାକୁ ଆସିବା ପରେ ଏବେ ଚର୍ଚ୍ଚା ଜୋର ଧରିଛି। ପ୍ରଶଂସକମାନେ ପ୍ରଜ୍ଞାଙ୍କ ଫଟୋକୁ ଲାଇକ୍ସ ଏବଂ ଭରପୁର କମେଣ୍ଟ ମଧ୍ୟ କରୁଛନ୍ତି।
ପ୍ରଜ୍ଞା ଫିଲ୍ମର ଶୁଟିଂ ଆରମ୍ଭ କରିଦେଇଛନ୍ତି । ବର୍ତ୍ତମାନ ମହାବଳେଶ୍ୱରରେ ଫିଲ୍ମର ଶୁଟିଂ ଜାରି ରହିଛି । ସଲମାନ ଏବଂ ପ୍ରଜ୍ଞାଙ୍କ ପରସ୍ପର ରୋମାଣ୍ଟିକ ଗୀତ ମଧ୍ୟ ଶୁଟିଂ ସରିଛି । ନିକଟରେ ସଲମାନ ଏବଂ ପ୍ରଜ୍ଞାଙ୍କୁ ଶୁଟିଂ ପରେ ସ୍ପଟ ମଧ୍ୟ କରାଯାଇଥିଲା।
କିଏ ଏହି ପ୍ରଜ୍ଞା ଜୟସୱାଲ?
ପ୍ରଜ୍ଞା ହିନ୍ଦୀ ଫିଲ୍ମରେ ଅଧିକ ପରିଚିତ ନୁହଁନ୍ତି । ସେ ସାଉଥ୍ ଫିଲ୍ମ ରେ ସେ ବେଶ ଲୋକପ୍ରିୟ । ୨୦୧୪ ରେ ‘ବିରାଟ୍ଟୁ ଆଇ ଡେଗା’ ଫିଲ୍ମ ଜରିଆରେ ପ୍ରଜ୍ଞା ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଥିଲେ । ଏହାପରେ ଅଭିନେତ୍ରୀ ଅନେକ ତେଲୁଗୁ ଫିଲ୍ମରେ କାମ କରିଛନ୍ତି । ଫିଲ୍ମ କାଞ୍ଚେ ପାଇଁ ତାଙ୍କୁ ‘ଫିଲ୍ମଫେୟାର ଆୱାର୍ଡ ଫର୍ ବେଷ୍ଟ ଫିମେଲ୍-ସାଉଥ’ ମିଳିଥିଲା । ପ୍ରଜ୍ଞା ସୋସିଆଲ ମିଡିଆରେ ଫେମସ୍ ଥିବାବେଳେ ତାଙ୍କର ୧୭ ଲକ୍ଷରୁ ଅଧିକ ଫଲୋଅର୍ସ ମଧ୍ୟ ଅଛନ୍ତି ।
ମହେଶ ମଞ୍ଜରେକରଙ୍କ ନିର୍ଦ୍ଦେଶନାରେ ତିଆରି ଫିଲ୍ମ ‘ଅନ୍ତିମ: ଦ ଫାଇନାଲ ଟ୍ରୁଥ’ର ଲିଡ ରୋଲରେ ସାମଲାନ ଖାନ୍, ଆୟୁଶ ଶର୍ମା ଅଛନ୍ତି। ଅନ୍ୟପଟେ ପ୍ରଥମ କରି ଟେଲି ଅଭିନେତ୍ରୀ ମହିମା ମକୱାନା ଏହି ଫିଲ୍ମ ଜରିଆରେ ବଲିଉଡରେ ଡେବ୍ୟୁ କରିବେ। ତାଙ୍କୁ ଏଥିରେ ଆୟୁଶ ଶର୍ମାଙ୍କ ଅପୋଜିଟରେ ଦେଖିବାକୁ ମିଳିବ। ଫିଲ୍ମଟି ଆସନ୍ତା ଇଦ୍ ଅବସରରେ ସିନେମା ଘରେ ରିଲିଜ ହେବ।
The post ସଲମାନଙ୍କୁ ପ୍ରେମ କରିବେ ପ୍ରଜ୍ଞା appeared first on Odisha Reporter.
from Odisha Reporter https://ift.tt/2Yna9ve
No comments:
Post a Comment