ଜଳିଗଲା ବସ୍‌, ୫୩ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 27, 2021

ଜଳିଗଲା ବସ୍‌, ୫୩ ମୃତ

ନୂଆଦିଲ୍ଲୀ: ଜଳିଗଲା ଯାତ୍ରୀବାହି ବସ୍‌। ଗ୍ୟାସ ବୋଝେଇ ଟ୍ରକ ସହ ଧକ୍କା ଦେବା ପରେ ଘଟଣାସ୍ଥଳରେ ଯାତ୍ରୀବାହି ବସରେ ନିଆଁ ଲାଗିଯାଇଛି। ଫଳରେ ୫୩ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ୨୯ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ଉଦ୍ଧାର ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ସେମାନଙ୍କ ଚିକିତ୍ସା ଜାରି ରହିଛି । ଆହତଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି । ତେବେ ଆଗକୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଅନୁମାନ କରାଯାଉଛି । ଆଜି ଭୋର ୩ଟା ବେଳେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।

ସୂଚନା ମୁତାବକ ମଧ୍ୟ ଆଫ୍ରିକାର କେମ୍ରୁନର ପଶ୍ଚିମ ସହର ଡଚାଙ୍ଗରେ ଏହି ଦୁର୍ଘଟଣା ଘଟିଛି । ୭୦ ସିଟ ବିଶିଷ୍ଟ ଏକ ଯାତ୍ରୀବାହୀ ବସଟି ପଶ୍ଚିମ ସହର ଫୋମ୍ବାନରୁ ରାଜଧାନୀ ୟୋଣ୍ଡାକୁ ଆସୁଥିଲା। ଏହି ସମୟରେ  ସାମ୍ନା ପଟରୁ ଆସୁଥିବା ଏକ ଗ୍ୟାସ ବୋଝେଇ ଟ୍ରକ ମଧ୍ୟରେ ଧକ୍କା ହେବା ଫଳରେ ବସ୍‌ଟି ଘଟଣାସ୍ଥଳରେ ଓଲଟି ପଡିଥିଲା । ପରେ ବସ୍‌ରେ ନିଆଁ ଲାଗିଯାଇଥିଲା । ଫଳରେ ବସ୍‌ରେ ଥିବା ଯାତ୍ରୀ ଚାପି ହୋଇଥିବା ବେଳେ ଆଉ କିଛି ନିଆଁ ପୋଡି ହୋଇ ପ୍ରାଣ ହରାଇଛନ୍ତି ।

ଦୁର୍ଘଟଣା ଖବର ପାଇ ସ୍ଥାନୀୟ ଲୋକେ ଓ ପ୍ରଶାସନ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ । ଉଦ୍ଧାର ପରେ ଦୁର୍ଘଟଣାରେ ମୋଟ ୫୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୯ଜଣ ଗୁରୁତର ଆହତ ହୋଇଥିବା ସ୍ଥାନୀୟ ପୁଲିସ ସୂଚନା ଦେଇଛି। ସେପଟେ ଖରାପ ରାସ୍ତା ଏବଂ ବେପରୁଆ ଗାଡି ଚାଳକଙ୍କ ପାଇଁ ଏଭଳି ଦୁର୍ଘଟଣା ଘଟିଥିବା ପ୍ରଶାସନ କହିଛି।

The post ଜଳିଗଲା ବସ୍‌, ୫୩ ମୃତ appeared first on Odisha Reporter.



from Odisha Reporter https://ift.tt/3qRY6SS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages