ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ପରିବା ବାଡ଼ି ଜଗିଥିବା ବ୍ୟକ୍ତିଙ୍କୁ ଦଳିଦେଲା ହାତୀ। ଏପରି ଅଭାବନୀୟ ଘଟଣା ଢେଙ୍କାନାଳ ସଦର ରେଞ୍ଜରେ ଗତକାଲି ଘଟିଛି। ମୃତକ ହେଲେ ଗହମଖୁଣ୍ଟିଗାଁର ରମେଶ ସାହୁ।
ରମେଶ ଗତକାଲି ରାତିରେ ନିଜ ପରିବା ବାଡି ଜଗିଥିଲେ। ମାତ୍ର ବିଳମ୍ବିତ ରାତିରେ ଏକ ଦନ୍ତାହାତୀ ସେଠାରେ ପହଞ୍ଚି ଉତ୍ପାତ କରିଥିଲା। ଏହାପରେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ ରମେଶ। ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା।
ଖବର ପାଇ ବନ ବିଭାଗର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଗତ କିଛି ଦିନ ହେଲା ଉକ୍ତ ଅଞ୍ଚଳରେ ଏକ ଦନ୍ତାହାତୀ ଉତ୍ପାତ କରୁଛି । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାସହ ହାତୀକୁ ତୁରନ୍ତ ଟ୍ରାଙ୍କୁଲାଇଜ କରିବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି । ଗତକାଲି ହିନ୍ଦୋଳ ରେଞ୍ଜ ବାବନ୍ଧ ଗାଁରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିଲା ।
The post ରାତିରେ ଜଗିଥିଲେ ପରିବା ବାଡ଼ି, ଦଳିଦେଲା ହାତୀ appeared first on Odisha Reporter.
from Odisha Reporter https://ift.tt/2XXzCew
No comments:
Post a Comment