ବର ଆସିଲା ବେଳକୁ କନିଆଁ ଘରେ ତାଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 26, 2021

ବର ଆସିଲା ବେଳକୁ କନିଆଁ ଘରେ ତାଲା

ଚଣ୍ଡିଗଡ: ବାଣ ଫୁଟାଇ ବାଜା ବଜାଇ ଫୁଲ୍‌ ଗେଟ୍‌ଅପରେ ବରଯାତ୍ରୀ ନେଇ ଆସିଲେ ବର। ମୁଣ୍ଡରେ ପଗଡି, ଲାଲ କୁର୍ତା ପିନ୍ଧି ରୋଷଣି କରି ସାଙ୍ଗରେ କନିଆଁ ନେବାକୁ ବର ସାଜି ଆସିଥିଲେ । ହେଲେ କନିଆଁ ଘରେ ପହଞ୍ଚିଳା ବେଳକୁ ପଡିଥିଲା ତାଲା। ଫଳରେ ଶିଶୁପାଳ ହୋଇ ଫେରିବାକୁ ପଡିଛି। ଏଭଳି କିଛି ଅଜବ ସ୍ଥିତି ଘଟିଛି ପଞ୍ଜାବର ମୋଜା ଜିଲ୍ଲାରେ।

ପଞ୍ଜାବର ହରଜିନ୍ଦର ନାମକ ଜଣେ ବ୍ୟକ୍ତି ନିଜ ପରିବାର ସହ ବରଯାତ୍ରୀରେ ବାହାରି ମୋଗା ଜିଲ୍ଲାକୁ ବିବାହ କରିବାକୁ ଆସିଥିଲେ। ତେବେ କନିଆଁ ଘରେ ପହଞ୍ଚିବା ପରେ ତାଙ୍କ ଘରେ ତାଲା ପଡିଥିଲା। ଯୋଗାଯୋଗ କରିବାକୁ ଚେଷ୍ଠା କରିଥିଲେ ମଧ୍ୟ କନିଆଁ କିମ୍ବା ତାଙ୍କ ପରିବାରର କୌଣସି ବ୍ୟକ୍ତିଙ୍କ ଫୋନ ଲାଗି ନଥିଲା। ଏହାଦେଖି ବରପକ୍ଷ କୌଣସି ଉପାୟ ନପାଇ ପୁଲିସର ସାହାରା ନେଇଥିଲେ।

ସୂଚନାଯୋଗ୍ୟ ଯେ, ଏକ ମାସ ପୂର୍ବରୁ ବର ହରଜିନ୍ଦର ସିଂହଙ୍କ ପରିବାର ଲୋକେ ମୋଗା ଜିଲ୍ଲା ରେୱାଡା ଗାଁରେ ଜଣେ ଯୁବତୀଙ୍କ ସହ ବାହାଘର ସ୍ଥିର କରିଥିଲେ। ବିବାହର ଗୋଟିଏ ଦିନ ପୂର୍ବରୁ କନ୍ୟାଘରକୁ ବରଘର ପକ୍ଷରୁ ଭାର ମଧ୍ୟ ପଠାଯାଇଥିଲା। ତେବେ ବିବାହ ଦିନ ବରପକ୍ଷ ବରଯାତ୍ରୀ ନେଇ କନ୍ୟା ଘରେ ପହଞ୍ଚିବା ବେଳକୁ ତାଲା ଝୁଲୁଥିବା ଦେଖିବାକୁ ମିଳିଥିଲା। ଏହାପରେ ବରପକ୍ଷ କନ୍ୟପକ୍ଷ ନାଁରେ ପୁଲିସରେ ଠକେଇ ମାମଲା ରୁଜୁ କରିଛନ୍ତି। ତାଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ କରିଛନ୍ତି।

ଉକ୍ତ ଗାଁର ଜଣେ ବ୍ୟକ୍ତି କହିଛନ୍ତି ଯେ, ବିବାହ ସ୍ଥିର ହୋଇଥିବା ଉକ୍ତ ଝିଅର ପୂର୍ବରୁ କୋର୍ଟ ମ୍ୟାରେଜ ସରିଛି। ସେତେବଳେ ସେ ନାବାଳିକା ଥିଲେ। ସେପଟେ ପୁଲିସ ଏକ ଠକେଇ ମାମଲା ରୁଜୁ କରୁ କନ୍ୟା ଘର ଲୋକଙ୍କୁ ଖୋଜାଖୋଜି କରିବା ଆରମ୍ଭ କରିଛି।

The post ବର ଆସିଲା ବେଳକୁ କନିଆଁ ଘରେ ତାଲା appeared first on Odisha Reporter.



from Odisha Reporter https://ift.tt/2MtqV9a

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages