ନୂଆଦିଲ୍ଲୀ: ଅଧିକ ହିଂସାତ୍ମକ ହେବାରେ ଲାଗିଛି ଚାଷୀଙ୍କ ଟ୍ରାକ୍ଟର ରାଲି। ନୂଆଦିଲ୍ଲୀ ଅକ୍ଷରାଧାମ ନିକଟସ୍ଥ ଗାଜିପୁର ସୀମାରେ ପରିସ୍ଥିତି ବିଗିଡିବାରେ ଲାଗିଛି। ପ୍ରଥମେ ବରିକେଡ ଭାଙ୍ଗିବା ପରେ ଏବେ ଚାଷୀମାନେ ପୁଲିସ ଉପରକୁ ଟ୍ରାକ୍ଟର ଚଢ଼ାଇବାକୁ ଉଦ୍ୟମ କରିଛନ୍ତି। କେବଳ ସେତିକି ନୁହେଁ ଜଣେ ଆନ୍ଦୋଳନକାରୀ ରାଜପଥରେ ପୁଲିସ ଉପରକୁ ଖଣ୍ଡା ଧରି ଗୋଡାଇଛନ୍ତି। ନିକଟରେ ଥିବା ନଅ୍ୟ ଚାଷୀମାନେ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ଶୁଣି ନାହାନ୍ତି। ପରେ ପୁଲିସ ଉକ୍ତ ଆନ୍ଦୋଳନକାରୀ ଚାଷୀଙ୍କୁ କାବୁ କରିନେଇଛି।
କୃଷି ଆଇନକୁ ବିରୋଧ କରି ଅନ୍ନଦାତାମାନେ ଆନ୍ଦୋଳନ ଜାରି ରହିଛି। ଆଜି ସାରାଦେଶରେ ଗଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ଚାଷୀମାନେ ନିଜ ହକ୍ ପାଇଁ ଲଢେଇ ଜାରି ରଖିଛନ୍ତି। ଫଳରେ ଆଜି ଚାଷୀମାନେ ବିଶାଳ ଟ୍ରାକ୍ଟର ରାଲି କରୁଛନ୍ତି । କିନ୍ତୁ ଚାଷୀଙ୍କ ଏହି ଟ୍ରାକ୍ଟର ରାଲି ବେଳେ ପୁଲିସ ସହିତ ମୁହାଁମୁହିଁ ପରିସ୍ଥିତି ଉପୁଜିଛି।
ସଂଜୟ ଗାନ୍ଧୀ ଟ୍ରାନ୍ସପୋର୍ଟ ନଗର ନିକଟରେ କୃଷକମାନଙ୍କ ବିଷାଳ ଟ୍ରାକ୍ଟର ରାଲି ପ୍ରବେଶ କରୁଥିଲା। କିନ୍ତୁ ଏହି ସମୟରେ ଦିଲ୍ଲୀ ପୁଲିସ ଟ୍ରାକ୍ଟର ରାଲିକୁ ଅଟକାଇବାକୁ ଉଦ୍ୟମ କରିଥିଲା, କିନ୍ତୁ ଅନ୍ନଦାତାମାନେ ଶୁଣ ନଥିଲେ। ଫଳରେ କି ପୋଲିସ ବାଧ୍ୟ ହୋଇ ଚାଷୀମାନଙ୍କ ଉପରକୁ ଲୁହ ବୁହା ଗ୍ୟାସ୍ର ପ୍ରୟୋଗ କରିଥିଲା। ଏପରିକି ଚାଷୀଙ୍କ ଉପରେ ପୁଲିସ ଲାଠି ଚାର୍ଜ କରିଥିବା ଦେଖିବାକୁ ମିଳିଛି।
ଏହାପୂର୍ବରୁ ଆଜି ସକାଳେ ଟିକ୍ରି ସୀମାରେ ପୁଲିସ ବ୍ୟାରିକେଡ୍ ଭାଙ୍ଗିଥିଲେ ଚାଷୀ। ଦିଲ୍ଲୀ ଜାତୀୟ ରାଜପଥରେ ଗଣତନ୍ତ୍ର ଦିବସ ପରେଡ ପରେ ଲକ୍ଷାଧିକ ଚାଷୀ ଟ୍ରାକ୍ଟର ରାଲି ଆରମ୍ଭ କରିବାକୁ ଯୋଜନା କରିଛନ୍ତି। ଚାଷୀଙ୍କ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି। ଅଧିକ ପୁଲିସ ଫୋର୍ସ ମୁତୟନ କରାଯାଇଛି।
ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାର ତିନୋଟି କୃଷି ଆଇନ୍କୁ ରଦ୍ଧ କରିବା ଦାବି ନେଇ କୃଷକମାନେ ଆନ୍ଦୋଳନ ଜାରି ରଖିଛନ୍ତି । ଇତିମଧ୍ୟରେ ଆନ୍ଦୋଳନକୁ ୫୦ଦିନରୁ ଅଧିକ ଦିନ ହୋଇସାରିଲାଣି।
The post ପୁଲିସ ଉପରେ ଟ୍ରାକ୍ଟର ଚଢ଼ାଇବାକୁ ଉଦ୍ୟମ, ପରେ ବୁଲାଇଲେ ଖଣ୍ଡା appeared first on Odisha Reporter.
from Odisha Reporter https://ift.tt/39i0NqO
No comments:
Post a Comment