ବିଦାୟ ଅଭିଭାଷଣରେ କ’ଣ କହିଲେ ଟ୍ରମ୍ପ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 19, 2021

ବିଦାୟ ଅଭିଭାଷଣରେ କ’ଣ କହିଲେ ଟ୍ରମ୍ପ?

ୱାଶିଂଟନ୍: ଆମେରିକାର ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ କାର୍ଯ୍ୟାଳୟର ଶେଷଦିନରେ ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ ସରକାରଙ୍କୁ ଶୁଭକାମନା ଜଣାଇଛନ୍ତି। ହେଲେ ଟ୍ରମ୍ପ ନିଜର ବିଦାୟ ଭାଷଣରେ ବାଇଡେନଙ୍କୁ ବ୍ୟକ୍ତିଭାବେ ପ୍ରଶଂସା କରିବାରେ ସାମାନ୍ୟ କଞ୍ଜୁସି ଦେଖାଇଛନ୍ତି। ପାଖାପାଖି ୨୦ ମିନିଟର ଏକ ପ୍ରିରେକର୍ଡିଂ ବାର୍ତ୍ତା ଦ୍ୱାରା ଟ୍ରମ୍ପ ନିଜ ସମୟର ରାଷ୍ଟ୍ରପତି କାର୍ଯ୍ୟକାଳକୁ ‘ଅସାଧାରଣ ବିଶେଷାଧିକାର’ କହିଛନ୍ତି।

ନୂଆ ସରକାରକୁ ଶୁଭକାମନା ଦେଇ ଟ୍ରମ୍ପ କହିଛନ୍ତି, ଏବେ ଆମକୁ ନୂଆ ସରକାର ମିଳିବାକୁ ଯାଉଛି। ଆମେ ବାଇଡେନ୍ ସରକାରଙ୍କର ସଫଳତା କାମନା କରୁଛୁ ଏବଂ ଆମେ ଚାହୁଁଛୁ ସେମାନେ ଆମେରିକାକୁ ସୁରକ୍ଷିତ ଓ ସମୃଦ୍ଧ ରଖନ୍ତୁ। ଏବେ ମୁଁ ନୂଆ ପ୍ରଶାସନକୁ କ୍ଷମତା ହସ୍ତାନ୍ତର କରିବାକୁ ଯାଉଛି। କିନ୍ତୁ ଏହା ପୂର୍ବରୁ ମୁଁ ସମସ୍ତଙ୍କୁ କହିଦେବାକୁ ଚାହୁଁଛି ଯେ ଆମେ ଯେଉଁ ଆନ୍ଦୋଳନ ଆରମ୍ଭ କରିଥିଲୁ ତାହା ଜାରି ରହିବ। ଏହା କେବଳ ଆରମ୍ଭ ମାତ୍ର।

କ୍ୟାପିଟାଲ୍ ହିଲରେ ନିଜ ସମର୍ଥକଙ୍କ ଦ୍ୱାରା ହୋଇଥିବା ହିଂସାକୁ ଟ୍ରମ୍ପ ନିନ୍ଦା କରିଛନ୍ତି। ଏ ନେଇ ଟ୍ରମ୍ପ କହିଛନ୍ତି, ‘କ୍ୟାପିଟାଲ୍ ଆକ୍ରମଣକୁ ନେଇ ସବୁ ଆମେରିକୀୟ ଭୟଭୀତ ଥିଲେ। ରାଜନୀତିକ ହିଂସାକୁ କେବେବି ଗ୍ରହଣ କରାଯାଇପାରିବ ନାହିଁ। ଟ୍ରମ୍ପ ମଧ୍ୟ ନିଜ ସରକାରର ଉପଲବ୍ଧି ଉପରେ ଚର୍ଚ୍ଚା କରି କହିଛନ୍ତି, ଆମେ ଗର୍ବିତ ଯେ ଦଶନ୍ଧିରେ ଏଭଳି ଜଣେ ରାଷ୍ଟ୍ରପତି ନିର୍ବାଚିତ ହୋଇଥିଲେ, ଯିଏ କେବେବି ଯୁଦ୍ଧର ଶୁଭାରମ୍ଭ କରିନାହାନ୍ତି।’ ସୂଚନାଯୋଗ୍ୟ, ଜାନୁଆରୀ ୬ ତାରିଖରେ ହୋଇଥିବା ହିଂସା ପରେ ସୋଶାଲ ମିଡିଆ ପ୍ଲାଟଫର୍ମ ଟ୍ରମ୍ପଙ୍କୁ ବ୍ୟାନ୍ କରିଥିଲା। ଏହାକୁ ନେଇ ମଧ୍ୟ ଖୁବ୍ ବିବାଦ ଦେଖାଦେଇଥିଲା।

ଦୁନିଆର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକା ବୁଧବାର ଆନୁଷ୍ଠାନିକ ଭାବେ କ୍ଷମତାରେ ଥିବା ରିପବ୍ଲିକାନ୍ ଠାରୁ ଡେମେକ୍ରାଟିକ୍ ପାର୍ଟି ହାତକୁ ଚାଲିଯିବ। ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ ବୁଧବାର ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଶପଥ ନେବେ। ଶପଥ ଗ୍ରହଣ ସମାରୋହ ପାଇଁ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି।

The post ବିଦାୟ ଅଭିଭାଷଣରେ କ’ଣ କହିଲେ ଟ୍ରମ୍ପ? appeared first on Odisha Reporter.



from Odisha Reporter https://ift.tt/38ZdRRW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages