ବ୍ରାହ୍ମଣଙ୍କୁ ବିବାହ କଲେ କନିଆ ପାଇବେ ୩ ଲକ୍ଷ ଟଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 7, 2021

ବ୍ରାହ୍ମଣଙ୍କୁ ବିବାହ କଲେ କନିଆ ପାଇବେ ୩ ଲକ୍ଷ ଟଙ୍କା

ବେଙ୍ଗାଲୁରୁ: ବ୍ରାହ୍ମଣଙ୍କ ସଂଖ୍ୟା କମିଯାଉଛି। ଏବେ ଏହି ସଂଖ୍ୟାକୁ ବଢ଼ାଇବା ପାଇଁ ଆରମ୍ଭ ହୋଇଛି ସରକାରୀ ଯୋଜନା। ଗରିବ ବ୍ରାହ୍ଣଣଙ୍କୁ ବିବାହ କଲେ ୩ ଲକ୍ଷ ଟଙ୍କା କନିଆ ପାଇବ ବୋଲି ଜଣାପଡ଼ିଛି। ସରକାର ଏହି ଟଙ୍କା ଦେବେ। ଏଥିପାଉଁ ପାଇଲଟ ପ୍ରୋଜେକ୍ଟ ଆରମ୍ଭ ହୋଇଛି। ଏହି ସ୍କିମର ନାମ ଅରୁନ୍ଧତୀ ରହିଛି। ଏଥିପାଇଁ କର୍ଣ୍ଣାଟକ ସରକାର ସ୍ୱତନ୍ତ୍ର ପାଣ୍ଠିର ବ୍ୟବସ୍ଥା କରିଛନ୍ତି।

ସୂଚନା ଅନୁଯାୟୀ, କର୍ଣ୍ଣାଟକରେ ପ୍ରାୟ ବର୍ଷେ ତଳେ ଏ ନେଇ ରାଜ୍ୟ ବ୍ରାହ୍ମଣ ବିକାଶ ବୋର୍ଡ ଗଠନ ହୋଇଥିଲା। ଏବେ ଏହି ଯୋଜନାକୁ ମଞ୍ଜୁରୀ ମିିଳିଛି। ପ୍ରଥମ ଯୋଜନାରେ ୨୫ ବ୍ରାହ୍ମଣ ମହିଳାଙ୍କୁ ୩-୩ ଲକ୍ଷ ଟଙ୍କା ମୂଲ୍ୟର ଆର୍ଥିକ ବଣ୍ଡ ମିଳିବ। ଏହି ଅର୍ଥ ସେହି ବ୍ରାହ୍ମଣ ମହିଳାମାନଙ୍କୁ ଦିଆଯିବ ଯେଉଁମାନେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବ୍ରାହ୍ମଣଙ୍କୁ ବିବାହ କରିବେ।

ସେହିପରି ଦ୍ୱିତୀୟ ଯୋଜନାରେ ୫୫୦ ମହିଳାଙ୍କୁ ୨୫-୨୫ ହଜାର ଟଙ୍କା ଦିଆଯିବ। ଏହି ଅର୍ଥ ଯେଉଁମାନେ ନିଜ ସମ୍ପ୍ରଦାୟର ଆର୍ଥିକ ଦୁର୍ବଳ ପରିବାରରେ ବିବାହ କରିବେ ସେମାନଙ୍କୁ ଦିଆଯିବ।

କର୍ଣ୍ଣାଟକ ବ୍ରାହ୍ମଣ ବିକାଶ ବୋର୍ଡର ଚେୟାରମ୍ୟାନ୍ ତଥା ବିଜେପି ନେତା ଏଚ୍.ଏସ୍ ସଚ୍ଚିଦାନନ୍ଦ ମୂର୍ତ୍ତୀ କହିଛନ୍ତି ଯେ ସମାଜର ଦୁର୍ବଳ ବର୍ଗର ବିକାଶ ପାଇଁ ଏହି ଯୋଜନା କରାଯାଇଛି। କର୍ଣ୍ଣାଟକର ଜନସଂଖ୍ୟା ପ୍ରାୟ ୬ କୋଟି । ୩ ପ୍ରତିଶତ ବ୍ରାହ୍ମଣ ବୋଲି ଜଣାପଡ଼ିଛି। ସରକାର ଏଥିପାଇଁ ୧୪ କୋଟି ଟଙ୍କାର ପାଣ୍ଠି ବ୍ୟବସ୍ଥା କରିଛନ୍ତି। ଏହା ଗରିବ ବ୍ରାହ୍ମଣ ପରିବାରର ପିଲାଙ୍କ ପାଠ ପଢ଼ାରେ ମଧ୍ୟ ସାହାଯ୍ୟ କରିବ।

The post ବ୍ରାହ୍ମଣଙ୍କୁ ବିବାହ କଲେ କନିଆ ପାଇବେ ୩ ଲକ୍ଷ ଟଙ୍କା appeared first on Odisha Reporter.



from Odisha Reporter https://ift.tt/3opLIJb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages