ବାଲେଶ୍ୱର(ରଶ୍ମୀ ରଞ୍ଜନ ଦାସ): ଗୋଷ୍ଠୀ ବିବାଦକୁ ନେଇ ଗଣ୍ଡଗୋଳ। ବିଚ ରାସ୍ତାରେ ମାରପିଟ ଓ ହାତାହାତି। ବାଇକରେ ଆସି ଗାଁ ଭିତରେ ଦୁଇ ଯୁବକ ଦେଖାଇଲେ ବନ୍ଧୁକ। ବାଲେଶ୍ୱର ସଦର ବ୍ଲକ କେଶରପୁର ଗାଁରେ ଘଟିଛି କିଛି ଏଭଳି ଘଟଣା। ଯାହାର ଭିଡିଓ ଭାଇରାଲ ହୋଇଛି।
ସୂଚନା ମୁତାବକ ଗାଁରେ ଜଣେ ବ୍ୟକ୍ତିଙ୍କୁ ବିଦ୍ୟୁତ୍ ଲାଇନ ନ ଦେବାକୁ ନେଇ ଗଣ୍ଡଗୋଳ ହୋଇଥିଲା। ଏହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରେ ଗୋଟିଏ ଗୋଷ୍ଠୀର ୨ ଜଣ ଯୁବକ ଗାଁ ଭିତରକୁ ବାଇକରେ ଆସି ଅନ୍ୟ ଏକ ଗୋଷ୍ଠୀକୁ ବନ୍ଧୁକ ଦେଖାଇଥିଲେ। ଏପରିକି ଅସଭ୍ୟ ଭାଷାରେ ଗାଳି ଗୁଳଜ ସହ ମାରପିଟ ମଧ୍ୟ ହୋଇଥିଲା। ଏହାର ଭିଡଓ ଭାଇରାଲ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ସେପଟେ ଘଟଣାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରୁ କେହି ବି ମୁହଁ ଖୋଲୁନାହାନ୍ତି। ସଦର ଏସଡିପିଓ କହିଛନ୍ତ, ବନ୍ଧୁକ ଦେଖାଇଥିବା ଦୁଇ ଯୁବକଙ୍କୁ ଚିହ୍ନଟ କରାଯାଇଛି। ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବ ।
The post ବାଇକରେ ଆସିଲେ, ବନ୍ଧୁକ ଦେଖାଇଲେ appeared first on Odisha Reporter.
from Odisha Reporter https://ift.tt/3sTXYnW
No comments:
Post a Comment