ନୂଆବର୍ଷରେ ନଟରାଜନଙ୍କୁ ମିଳିଲା ବଡ଼ ଉପହାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 1, 2021

ନୂଆବର୍ଷରେ ନଟରାଜନଙ୍କୁ ମିଳିଲା ବଡ଼ ଉପହାର

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଓ ଟି-୨୦ ସିରିଜରେ ଜବରଦସ୍ତ ପ୍ରଦର୍ଶନ କରିଥିବା ଯୁବ ପେସ୍ ବୋଲର ଟି. ନଟରାଜନଙ୍କ ପାଇଁ ନୂଆ ବର୍ଷ ଆଣିଛି ବଡ଼ ଖୁସି। ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଦୁଇଟି ଟେଷ୍ଟ ମ୍ୟାଚ୍ ପାଇଁ ତାଙ୍କୁ ଭାରତୀୟ ସ୍କ୍ୱାଡରେ ସାମିଲ୍ କରାଯାଇଛି। ଆହତ କାରଣରୁ ସିରିଜରୁ ବାଦ୍ ପଡ଼ିଥିବା ଉମେଶ ଯାଦବଙ୍କ ସ୍ଥାନରେ ନଟରାଜନଙ୍କୁ ସ୍ଥାନ ମିଳିଛି।

ବାମହାତୀ ପେସ୍ ବୋଲର ନଟରାଜନ୍ ଅଷ୍ଟ୍ରେଲିଆ ଗସ୍ତରେ ଦିନିକିଆ ଓ ଟି-୨୦ରେ ଡେବ୍ୟୁ କରିଥିଲେ। ୨୯ ବର୍ଷୀୟ ନଟରାଜନ ନିଜର ପଦାର୍ପଣ ଦିନିକିଆରେ ୭୦ ରନ୍ ଦେଇ ୨ଟି ୱିକେଟ୍ ନେଇଥିଲେ ଏବଂ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ୬ଟି ୱିକେଟ୍ ଦଖଲ କରିଥିଲେ।

ଚଳିତ ଅଷ୍ଟ୍ରେଲିଆ ଗସ୍ତରେ ଟିମ୍ ଇଣ୍ଡିଆ ପାଇଁ ଆହତ ସମସ୍ୟା ଚିନ୍ତାର ବିଷୟ ହୋଇଛି। ଉମେଶ ଯାଦବଙ୍କ ପୂର୍ବରୁ ମହମ୍ମଦ ଶାମି ଆହତ କାରଣରୁ ବର୍ଡର-ଗାଭାସ୍କର ଟ୍ରଫିରୁ ବାଦ୍ ପଡ଼ିଥିଲେ। ଟିମ୍ ଇଣ୍ଡିଆର ପ୍ରମୁଖ ବୋଲର ଭୁବନେଶ୍ୱର କୁମାର ଓ ଈଶାନ୍ତ ଶର୍ମା ଆହତ କାରଣରୁ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଚୟନ ହୋଇନଥିଲେ। ଭାରତ ପାଖରେ ଏବେ ତୃତୀୟ ବୋଲର ଭାବେ ଶାର୍ଦ୍ଦୁଲ ଠାକୁର, ନବଦୀପ ସାଇନି ଓ ଟି. ନଟରାଜନ ଅଛନ୍ତି। ଠାକୁରଙ୍କୁ ଶାମିଙ୍କ ସ୍ଥାନରେ ସାମିଲ୍ କରାଯାଇଛି।

ମେଲବର୍ଣ୍ଣ ଟେଷ୍ଟର ୨ୟ ଇନିଂସରେ ଉମେଶଙ୍କ ମାଂସପେଶୀରେ ଆଘାତ ଲାଗିଥିଲା, ଯେଉଁ କାରଣରୁ ସେ ମାତ୍ର ୩.୩ ଓଭର ବୋଲିଂ କରିବାକୁ ସକ୍ଷମ ହୋଇଥିଲା। ଏହା ପରେ ଉମେଶ ଆଉ ମଇଦାନକୁ ବୋଲିଂ କରିବାକୁ ଆସିନଥିଲେ। ଆସନ୍ତା ୭ ତାରିଖରୁ ସିଡନୀରେ ତୃତୀୟ ଟେଷ୍ଟ ଆରମ୍ଭ ହେବ।

ଟିମ୍ ଇଣ୍ଡିଆ ଟେଷ୍ଟ ସ୍କ୍ୱାଡ୍: ଆଜିଙ୍କ୍ୟ ରାହାଣେ (କ୍ୟାପଟେନ୍), ରୋହିତ୍ ଶର୍ମା (ଭାଇସ୍ କ୍ୟାପଟେନ୍), ମୟଙ୍କ ଅଗ୍ରୱାଲ୍, ପୃଥ୍ୱୀ ଶ’, ଲୋକେଶ ରାହୁଲ୍, ଚେତେଶ୍ବର ପୂଜାରା, ହନୁମା ବିହାରୀ, ଶୁବମନ ଗିଲ୍, ଋଦ୍ଧିମାନ ସାହା (ୱିକେଟ୍ କିପର), ଋଷଭ ପନ୍ତ (ୱିକେଟ୍ କିପର), ଯଶପ୍ରୀତ ବୁମ୍ରା, ନବଦୀପ ସାଇନି, କୁଲଦୀପ ଯାଦବ, ରବୀନ୍ଦ୍ର ଜାଡେଜା, ଆର୍ ଅଶ୍ୱିନ୍, ମହମ୍ମଦ ସିରାଜ୍, ଶାର୍ଦ୍ଦୁଲ ଠାକୁର, ଟି. ନଟରାଜନ୍।

The post ନୂଆବର୍ଷରେ ନଟରାଜନଙ୍କୁ ମିଳିଲା ବଡ଼ ଉପହାର appeared first on Odisha Reporter.



from Odisha Reporter https://ift.tt/2L5H2t3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages