କାଠମାଣ୍ଡୁ: ନେପାଳରେ ରାଜନୀତିକ ଅସ୍ଥିରତା ଜାରି ରହିଛି। ଆଗାମୀ ଦିନରେ ସେଠାରେ ନିର୍ବାଚନ ହେବାକୁ ଯାଉଛି। ଏହାରି ଭିତରେ ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ପୁଣି ଥରେ ଭାରତକୁ ଆଖି ଦେଖାଇଛନ୍ତି। ପୂର୍ବରୁ ନେପାଳର ନୂଆ ନକ୍ସାକୁ ନେଇ ଭାରତ ସହିତ ସମ୍ପର୍କ ଖରାପ ରହିଥିବା ବେଳେ ଏବେ କେପି ଶର୍ମାଙ୍କ ମନ୍ତବ୍ୟ ନିଆଁରେ ଘିଆ ଢ଼ାଳିଛି। ଓଲି କହିଛନ୍ତି ଯେ ସେ ଭାରତରୁ କଳାପାଣି, ଲିମ୍ପିୟାଧୁରା ଏବଂ ଲିପୁଲେଖକୁ ପ୍ରତ୍ୟାହାର କରିବେ।
ଜାନୁଆରୀ ୧୪ରେ ନେପାଳର ବୈଦେଶିକ ମନ୍ତ୍ରୀ ଭାରତ ଗସ୍ତରେ ଆସିବେ। ଏହା ପୂର୍ବରୁ ନେପାଳ ପିଏମ୍ ନ୍ୟାଶନାଲ ଆସେମ୍ୱଲିକୁ ସମ୍ବୋଧିତ କରି ଏଭଳି ମନ୍ତବ୍ୟ ରଖିଛନ୍ତି। ଓଲି କହିଛନ୍ତି ଯେ, ସୁଗୁଲି ଚୁକ୍ତି ଅନୁଯାୟୀ ମହାକାଳି ନଦୀର ପୂର୍ବ ପାର୍ଶ୍ୱରେ ଅବସ୍ଥିତ କଳାପାଣି, ଲିମ୍ପିୟାଧୁରା ଏବଂ ଲିପୁଲେଖ ନେପାଳର ଏକ ଅଂଶ। ଭାରତ ସହ କୂଟନୀତିକ ଜରିଆରେ କଥାବାର୍ତ୍ତା କରି ଏହି ତିନି ସ୍ଥାନକୁ ଭାରତ ପାଖରୁ ଆଣିବାକୁ ଲକ୍ଷ୍ୟ ରଖିଛି ନେପାଳ ସରକାର।
ନେପାଳ ସରକାର ନୂଆ ନକ୍ସାରେ ଭାରତର କିଛି ଅଂଶକୁ ନିଜ ଅଞ୍ଚଳରେ ସାମିଲ୍ କରିବା ପରେ ଏହାକୁ ନେଇ ଭାରତ କଡ଼ା ପ୍ରତିକ୍ରିୟା ରଖିଥିଲା। ଏହାପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ତେବେ ଏହାପରେ ବୈଦେଶିକ ଗୃହ ସଚିବ ହର୍ଷବର୍ଦ୍ଧନ ଶୃଗାଳ ଏବଂ ସେନା ପ୍ରମୁଖ ଏମଏମ ନରଓ୍ୱଣେ କାଠମାଣ୍ଡୁ ଗସ୍ତ କରି ଦୁଇ ଦେଶ ମଧ୍ୟରେ ସମ୍ପର୍କ ସୁଧାରିବାକୁ ପ୍ରୟାସ କରିଥିଲେ।
The post ପୁଣି ଭାରତକୁ ଆଖି ଦେଖାଇଲା ନେପାଳ appeared first on Odisha Reporter.
from Odisha Reporter https://ift.tt/2XselJV
No comments:
Post a Comment