ନୂଆଦିଲ୍ଲୀ: ପୁଣିଥରେ ଖାଉଟିଙ୍କ ଉପରେ ହୋଇଛି ମହଙ୍ଗା ମାଡ଼। ୫ ଦିନର ବ୍ୟବଧାନ ପରେ ଦେଶରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ଆଜି ପେଟ୍ରୋଲର ଲିଟର ପିଛା ଦର ୨୫ ପଇସା ଓ ଡିଜେଲର ଲିଟର ପିଛା ଦର ୨୭ ପଇସା ମହଙ୍ଗା ହୋଇଛି। ଏହି ବର୍ଦ୍ଧିତ ଦର ପରେ ସାରା ଦେଶରେ ତୈଳ ଦର ନୂଆ ରେକର୍ଡ ସୃଷ୍ଟି କରିଛି।
ନୂଆ ଦର ପରେ ମୁମ୍ବାଇରେ ପେଟ୍ରୋଲର ଲିଟର ପିଛା ଦର ୯୧ ଟଙ୍କା ପାର୍ କରିଛି। ସେହିପରି ଓଡ଼ିଶାରେ ପେଟ୍ରୋଲ ଦାମ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ଆଜି ପେଟ୍ରୋଲର ଲିଟର ପିଛା ଦର ୨୫ ପଇସା ବଢ଼ି ୮୫. ୦୯ ଟଙ୍କାରେ ପହଞ୍ଚିଛି। ଡିଜେଲର ଲିଟର ପିଛା ଦର ମଧ୍ୟ ୨୭ ପଇସା ବଢ଼ି ୮୧ ଟଙ୍କା ୨୯ ପଇସା ଛୁଇଁଛି। ଏ ସମ୍ପର୍କରେ ଉତ୍କଳ ପେଟ୍ରୋଲିୟମ ଡିଲର ସଂଘର ସାଧାରଣ ସମ୍ପାଦକ ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ ଆଇଓସିର ସୂଚନା ଅନୁଯାୟୀ, ଆଜି ମୁମ୍ବାଇରେ ପେଟ୍ରୋଲର ଲିଟର ପିଛା ଦର ୯୧.୦୭ ଟଙ୍କାରେ ବିକ୍ରି ହେଉଥିବା ବେଳେ ଡିଜେଲର ଲିଟର ପିଛା ଦର ୮୧.୩୪ ଟଙ୍କା ରହିଛି। ସେହିପରି ଦିଲ୍ଲୀରେ ପେଟ୍ରୋଲ ଦର ୮୪.୪୫ ଓ ଡିଜେଲ ୭୪.୬୩ ଟଙ୍କାରେ ବିକ୍ରି ହେଉଛି।
କୋଲକାତାରେ ପେଟ୍ରୋଲର ଲିଟର ପିଛା ଦର ୮୫.୯୨ ଟଙ୍କା ଓ ଡିଜେଲର ଦାମ ୭୮.୨୨ ଟଙ୍କା ରହିଛି। ଶେଷ ଥର ପାଇଁ ଜାନୁଆରୀ ୬ ଓ ୭ ତାରିଖରେ ମଧ୍ୟ ତୈଳଦର ବୃଦ୍ଧି ପାଇଥିଲା।
ଏହି ଦୁଇ ଦିନରେ ପେଟ୍ରୋଲର ଲିଟର ପିଛା ଦର ରେକର୍ଡ ୪୯ ପଇସା ଓ ଡିଜେଲ ଦର ୫୧ ପଇସା ମହଙ୍ଗା ହୋଇଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ୨୦୨୧ରେ ପେଟ୍ରୋଲର ଲିଟର ପିଛା ଦର ୭୪ ପିଇସା ଓ ଡିଜେଲ ଦର ୭୬ ପିଇସା ମହଙ୍ଗା ହେଲାଣି।
The post ପୁଣି ବଢ଼ିଲା ତୈଳଦର: ମୁମ୍ବାଇରେ ପେଟ୍ରୋଲ ୯୧ ଟଙ୍କା ପାର, ଓଡ଼ିଶାରେ ୮୫ appeared first on Odisha Reporter.
from Odisha Reporter https://ift.tt/2LNPzRz
No comments:
Post a Comment