ରକ୍ତ ରଞ୍ଜିତ ହେଲା ସୁଲିଆ ପୀଠ; କରୋନା କଟକଣାରେ ବି ପଡ଼ିଲା ବଳି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 18, 2021

ରକ୍ତ ରଞ୍ଜିତ ହେଲା ସୁଲିଆ ପୀଠ; କରୋନା କଟକଣାରେ ବି ପଡ଼ିଲା ବଳି

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ପୁଣି ରକ୍ତ ରଞ୍ଜିତ ହେଲା ସୁଲିଆ ପୀଠ । କରୋନା କଟକଣା ଭିତରେ ପଡ଼ିଲା ବଳି । ବଲାଙ୍ଗିରର ପ୍ରସିଦ୍ଧ ସୁଲିଆ ଯାତ୍ରାରେ ବଡ଼ଖଳା ଓ ସାନଖଳାରେ ବଳି ପକାଇଛନ୍ତି ମାନସିକଧାରୀ । ବିଳମ୍ବିତ ରାତିରେ ନୀତିପୂଜା ଶେଷ ପରେ ସକାଳୁ ପଡ଼ିଛି ବଳି ।

ସୁଲିଆ ଯାତ୍ରାରେ ପଶୁ ଓ ପକ୍ଷୀଙ୍କୁ ବଳି ଦେବାର ପରମ୍ପରା ରହିଛି । ପରମ୍ପରା ଅନୁସାରେ, ପୂଜା ପାଠ ପରେ ପ୍ରଥମେ ପାଟ ବୋଦାକୁ ବଳି ଦିଆଯିବାର ପରମ୍ପରା ରହିଛି । ତା’ ପରେ ମାନସିକଧାରୀମାନେ ନିଜେ ଆଣିଥିବା ପଶୁ ପକ୍ଷୀ ବଳି ଦେଇଥାନ୍ତି । ଏଥର କରୋନା କଟକଣା ସହ ଆୟୋଜିତ ହୋଇଛି ସୁଲିଆ ଯାତ୍ରା । କରୋନା କଟକଣା ଭିତରେ ଯାତ୍ରା ପାଳିତ ହେଉଥିବାରୁ ମୀନା ବଜାର ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ   ବନ୍ଦ କରାଯାଇଛି ।

ସୁଲିଆ ଯାତ୍ରା ଆୟୋଜିତ ହେଉଥିବା ବଡଖଳା ଓ ସାନଖଳା ନିକଟରେ ସମସ୍ତ ଦୋକାନ ବଜାରକୁ ବନ୍ଦ କରଯାଇଛି । ଏଥିନିମନ୍ତେ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଜଣେ ଡିଏସ୍‌ପିଙ୍କ ଦାୟିତ୍ୱରେ ୨ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି।  ସୁଲିଆ ଯାତ୍ରାରେ ଆଇନଶୃଙ୍ଖଳା ପରିସ୍ଥିତି ନେଇ ୨ ଜଣ ମାଜିଷ୍ଟ୍ରେଟଙ୍କୁ ନିୟୋଜିତ କରାଯାଇଛି ।

The post ରକ୍ତ ରଞ୍ଜିତ ହେଲା ସୁଲିଆ ପୀଠ; କରୋନା କଟକଣାରେ ବି ପଡ଼ିଲା ବଳି appeared first on Odisha Reporter.



from Odisha Reporter https://ift.tt/39MHrJp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages