ଜୁଆ ଖେଳ ଉପରେ ଚଢ଼ାଇ କରିବାକୁ ଯାଇଥିବା ଏସ୍‌ଡିପିଓଙ୍କୁ ଆକ୍ରମଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 11, 2021

ଜୁଆ ଖେଳ ଉପରେ ଚଢ଼ାଇ କରିବାକୁ ଯାଇଥିବା ଏସ୍‌ଡିପିଓଙ୍କୁ ଆକ୍ରମଣ

ମାଲକାନଗିରି(ଜିତେନ୍ଦ୍ର ବେଉରା) : ଜୁଆ ଖେଳ ଉପରେ ଚଢ଼ାଇ କରିବାକୁ ଯାଇ ଆକ୍ରମଣର ଶିକାର ହେଲେ ଏସ୍‌ଡିପିଓ।  ଏପରି ଘଟଣା ଗତ ରାତିରେ ମାଲକାନଗିରି ଜିଲ୍ଲା କାଲିମେଳା ଥାନା ମାରାଂପାଲି ଗାଁରେ ଘଟିଛି। ଏହି ଘଟଣାରେ ପୁଲିସ୍‌ ୧୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ସୂଚନା ଅନୁଯାୟୀ,  ମାରାଂପାଲି ଗାଁରେ ଜୁଆଖେଳ ଚାଲିଥିବା ଖବର ପାଇ ଗତ ରାତିରେ ପୁଲିସ୍‌ ଚଢ଼ାଉ କରିଥିଲା।  SDPOଙ୍କ ନେତୃତ୍ୱରେ  ପୁଲିସ୍‌ ଟିମ୍‌ ପହଞ୍ଚିବାରୁ ସ୍ଥାନୀୟ ଲୋକ ଅତର୍କିତ ଆକ୍ରମଣ କରିଥିଲେ। ଏଥିରେ  ଏସ୍‌ଡିପିଓ  ସାମାନ୍ୟ ଆହତ ହୋଇଥିଲେ।   ଖବର ପାଇ ଅଧିକ ପୁଲିସ୍‌ ଯାଇ SDPOଙ୍କୁ ଉଦ୍ଧାର କଲେ।

ପରିସ୍ଥିତି ନିୟନ୍ତ୍ରଣ ପାଇଁ  ଘଟଣାସ୍ଥଳରେ ଯବାନ ମୁତୟନ କରାଯାଇଛି। ଯବାନ ମୁତୟନ ସମୟରେ ଆକ୍ରମଣକାରୀ ସେମାନେ ଘଟଣାସ୍ଥଳ ଛାଡ଼ି ପଳାଇଥିଲେ। ପୁଲିସ୍‌ ୧୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ସୂଚନାଯୋଗ୍ୟ, ଆଉ ଦିନକ ପରେ ମକର ସଂକ୍ରାନ୍ତ ଥିବାରୁ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ବିଭିନ୍ନ ସ୍ଥାନରେ କୁକୁଡ଼ା ଲଢ଼େଇ ଓ ଜୁଆ ଖେଳ ଚାଲିଛି। ୫ ବର୍ଷ ତଳେ ମଧ୍ୟ ମାଲକାନଗିରି ଜିଲ୍ଲାରେ ଏପରି ଘଟଣା ଘଟିଥିଲା। ତତ୍‌କାଳୀନ ଏସଡିପିଓ ଚଢ଼ାଉ ପାଇଁ ଯାଇଥିବା ବେଳେ ଆକ୍ରମଣର ଶିକାର ହୋଇ ଗୁରୁତର ହୋଇଥିଲେ।

The post ଜୁଆ ଖେଳ ଉପରେ ଚଢ଼ାଇ କରିବାକୁ ଯାଇଥିବା ଏସ୍‌ଡିପିଓଙ୍କୁ ଆକ୍ରମଣ appeared first on Odisha Reporter.



from Odisha Reporter https://ift.tt/2LIAtwZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages