ଜୁଲାଇରେ ପରଦାକୁ ଆସିବେ ରକି ଭାଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 30, 2021

ଜୁଲାଇରେ ପରଦାକୁ ଆସିବେ ରକି ଭାଇ

ମୁମ୍ବାଇ: ପୁଣି ପରଦାରେ ଧମାଲ କରିବେ ରକି ଭାଇ। ଜୁଲାଇ ମାସରେ କରିବେ ଧମାଲ। ସିନେମା ଘରେ ପୁଣି ଶୁଣିବାକୁ ମିଳିବ ସଲାମ ରକି ଭାଇ..ସଲାମ ରକି ଭାଇ। ଘୋଷଣା ହେଲା ବହୁ ପ୍ରତିକ୍ଷିତ ଆକ୍ସନ ଫିଲ୍ମ ‘କେଜିଏଫ୍‌ ଚାପ୍ଟର-୨’ର ରିଲିଜ ତାରିଖ। ଆସନ୍ତା ଜୁଲାଇ ମାସରେ ଫିଲ୍ମଟି ପରଦାକୁ ଆସିବ। ଏହି ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଭରି ରହିଛି। ଏହାରି ଭିତରେ ଫିଲ୍ମର ରିଲିଜ ଡେଟ୍‌ ସାମ୍ନାକୁ ଆସିଛି, ଯାହାକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ କ୍ରେଜ ଆହୁରି ବଢ଼ିବାରେ ଲାଗିଛି।

ସୂଚନା ଅନୁସାରେ, ଏହି ଆକ୍ସନ ଥ୍ରୀଲର ଫିଲ୍ମଟି ଆସନ୍ତା ଜୁଲାଇ ମାସ ୧୬ ତାରିଖରେ ରିଲିଜ ହେବ। ପ୍ରଶାନ୍ତ ନିଲ୍‌ଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମର ଶୁଟିଂ ଆସନ୍ତା ଡିସେମ୍ବରରେ ସରିସାରିଛି। ରକି ଭାଇ ଭାବେ ଜଣାଶୁଣା ଅଭିନେତା ୟଶଙ୍କ ଜନ୍ମଦିନ ଅବସରରେ ଫିଲ୍ମର ଟ୍ରେଲର ରିଲିଜ ହୋଇଥିଲା। ୟୁଟ୍ୟୁବରେ ଟ୍ରେଲରଟି ସବୁ ରେକର୍ଡ ଭାଙ୍ଗି ଦେଇଥିଲା, ଏହାକୁ ଦର୍ଶକମାନେ ବେଶ ପସନ୍ଦ ମଧ୍ୟ କରିଥିଲେ।

ଫିଲ୍ମର ଲିଡ୍‌ ରୋଲରେ ୟଶ ଥିବା ବେଳେ ଅନ୍ୟ ପ୍ରମୁଖ ଭୂମିକାରେ ସଞ୍ଜୟ ଦତ୍ତ, ଶ୍ରୀନିଧି ସେଟ୍ଟି ଓ  ରବିନା ଟଣ୍ଡନ ପ୍ରମୁଖ ଚରିତ୍ରରେ ନଜର ଆସିବେ।  ଫିଲ୍ମଟି ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ ଓ ମାଲାୟାଲମ ଭାଷାରେ ରିଲିଜ୍ ହେବ।

ସୂଚନାଯୋଗ୍ୟ, ଏହି ଫିଲ୍ମଟି ୨୦୧୮ରେ ଆସିଥିବା ଫିଲ୍ମ କେଜିଏଫର ସ୍ଵିକେଲ୍ ।  ଫିଲ୍ମର ପ୍ରଥମ ଚାପ୍‌ଟର ବ୍ଲକ୍ ବଷ୍ଟର ହିଟ୍ ହୋଇଥିଲା। ଫିଲ୍ମରେ ସାଉଥ୍ ଅଭିନେତା ୟଶଙ୍କ ଦମଦାର ଅଭିନୟକୁ ଖୁବ୍ ପସନ୍ଦ କରାଯାଇଥିଲା।

The post ଜୁଲାଇରେ ପରଦାକୁ ଆସିବେ ରକି ଭାଇ appeared first on Odisha Reporter.



from Odisha Reporter https://ift.tt/3r3i515

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages