RSPକୁ ନୋଟିସ୍‌ କଲା NGT, ‘ଫେବୃୟାରୀ ୧୧ ସୁଦ୍ଧା ରିପୋର୍ଟ ଦିଅ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 11, 2021

RSPକୁ ନୋଟିସ୍‌ କଲା NGT, ‘ଫେବୃୟାରୀ ୧୧ ସୁଦ୍ଧା ରିପୋର୍ଟ ଦିଅ’

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଗତ ୬ ତାରିଖରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ କୋଲ୍ କେମିକାଲ୍ ଡିପାର୍ଟମେଣ୍ଟରେ ଗ୍ୟାସ୍ ଲିକ୍ ଯୋଗୁଁ ୪ ଠିକା ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣାରେ ୧୦ ଜଣ ଅସୁସ୍ଥ ହୋଇପଡ଼ିଥିଲେ। ଏହି ଘଟଣାରେ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟକୁ ନୋଟିସ୍‌ କରିଛନ୍ତି ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ (NGT )। ଫେବୃୟାରୀ ୧୧ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି । NGTଙ୍କ ନୋଟିସ ନେଇ ସୂଚନା ଦେଇଛନ୍ତି RSP କର୍ତ୍ତୃପକ୍ଷ।

ଏହି ଘଟଣାରେ କର୍ତ୍ତବ୍ୟରେ ଅବହେଳା ଦର୍ଶାଇ କୋଲ୍‌ କେମିକାଲ ଡିପାର୍ଟମେଣ୍ଟର DGM ଏନ୍‌. ଦାସ ଓ ଏନର୍ଜି ମ୍ୟାନେଜମେଣ୍ଟ DGM ଜି. ବାରିକଙ୍କୁ ପ୍ଲାଣ୍ଟ ସିଇଓ ନିଲମ୍ବିତ କରିଥିଲେ। ଏହାପରେ ସେଫ୍ଟି ବିଭାଗର ଆସିଷ୍ଟାଣ୍ଟ ମ୍ୟାନେଜର ସ୍ମୃତିରଞ୍ଜନ ସାହୁଙ୍କୁ ମଧ୍ୟ ନିଲମ୍ବନ କରାଯାଇଥିଲା। ଏଥିସହ ମୃତକଙ୍କ ପରିବାରରୁ ଜଣଙ୍କୁ ଚାକିରି ଦେବା ନେଇ ନିଷ୍ପତ୍ତି ନିଆଯାଇଥିବା ରାଉରକେଲା ଷ୍ଟିଲ ପ୍ଲାଣ୍ଟ ସଂଚାର ବିଭାଗ ପକ୍ଷରୁ  ସୂଚନା ଦିଆଯାଇଥିଲା।

ରାଉରକେଲା ଇସ୍ପାତ କାରଖାନାର ସୁରକ୍ଷା ବ୍ୟବସ୍ଥା ଭୁଶୁଡି ପଡିଥିବା ଅଭିଯୋଗ କରି ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କ ନେତୃତ୍ୱରେ ବିଜେଡି ପକ୍ଷରୁ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି ଗ୍ୟାସ ଲିକ ମାମଲାରେ କାର୍ଯ୍ୟରେ ଅବହେଳା କରିଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେଡି । ଗ୍ୟାସ ଲିକ୍‌ ଘଟଣାରେ କାର୍ଯ୍ୟରେ ଅବହେଳା କରିଥିବା ଅଧିକାରୀଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ କହିଛନ୍ତି ।

ଅପରପକ୍ଷେ, ଗ୍ୟାସ ଲିକ ଘଟଣାର ତଦନ୍ତ ଲାଗି SAIL ର ଦିଲ୍ଲୀ କର୍ପୋରେଟ ଅଫିସ ଏକ ୪ ଜଣିଆ ତଦନ୍ତକାରୀ ଦଳ ଗଠନ କରିଥିଲେ। ବୋକାରୋ ଷ୍ଟିଲ ପ୍ଲାଣ୍ଟରେ ଅବସ୍ଥାପିତ ଥିବା executive director ଅତନୁ କୁମାର ଭୌମିକ ଙ୍କ ନେତୃତ୍ୱରେ ଗଠିତ ଏହି ଟିମ୍‌ ରେ ଭିଲାଇ , ଦୁର୍ଗାପୁର ଓ କୋଲକାତାର ତିନି ଜଣ ମୁଖ୍ୟ ମହାପ୍ରବନ୍ଧକ ଏହି ଟିମ୍‌ରେ ସାମିଲ ହୋଇ ଘଟଣାର ତଦନ୍ତ କରିଥିଲେ।

ସୂଚନାଯୋଗ୍ୟ, ଗତ ୬ ତାରିଖ ପୂର୍ବାହ୍ନ ପ୍ରାୟ ୯ଟାରେ  RSPର କୋଲ୍ କେମିକାଲ୍‌ ଡିପାର୍ଟମେଣ୍ଟରେ ଗ୍ୟାସ ଲିକ୍‌ ହୋଇ ୧୦ ଜଣ ଅସୁସ୍ଥ ହୋଇପଡ଼ିଥିଲେ। ସେମାନଙ୍କୁ ପ୍ରଥମେ ପ୍ଲାଣ୍ଟରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଆଇଜିଏଚକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ୬ ଜଣ ସୁସ୍ଥ ଥିବା ଜଣାପଡ଼ିଛି।

ବିଭିନ୍ନ ଶ୍ରମିକ ସଙ୍ଗଠନ ପକ୍ଷରୁ ପ୍ଲାଣ୍ଟ ମଧ୍ୟରେ ନିରାପତ୍ତା ବ୍ୟବସ୍ଥାକୁ କଡ଼ାକଡ଼ି ଭାବେ ପାଳନ କରାଯିବା ସହ ମୃତ ଠିକା ଶ୍ରମିକଙ୍କ ପରିବାର ସଦସ୍ୟଙ୍କୁ ଥଇଥାନ କରିବାକୁ ଦାବି ହୋଇଥିଲା। ପୂର୍ବରୁ ମଧ୍ୟ କୋଲ୍ କେମିକାଲ୍ ଡିପାର୍ଟମେଣ୍ଟରେ ଅଘଟଣ ଘଟି ବହୁ ଜୀବନହାନୀ ହୋଇଥିବା ବେଳେ ପ୍ଲାଣ୍ଟ କର୍ତ୍ତୃପକ୍ଷ ଏହାକୁ ଗୁରୁତ୍ୱ ଦେଉ ନ ଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି।

The post RSPକୁ ନୋଟିସ୍‌ କଲା NGT, ‘ଫେବୃୟାରୀ ୧୧ ସୁଦ୍ଧା ରିପୋର୍ଟ ଦିଅ’ appeared first on Odisha Reporter.



from Odisha Reporter https://ift.tt/3bwNEfm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages